(ପ୍ରତିଫଳନ ମିଡ଼ିଆ)
ଆରମ୍ଭ ହୋଇଛି ମାଲକାନଗିରିର ଗଣ ପର୍ଵ ବଡ଼ଯାତ୍ରା । ପ୍ରତି ଦୁଇ ବର୍ଷର ଅନ୍ତରରେ ଆୟୋଜିତ ଏହି ଯାତ୍ରା ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ପବିତ୍ର ମୁହୂର୍ତ୍ତ । ଏହି ଯାତ୍ରାଠାରୁ ନିଜକୁ ଦୂରେଇ ରଖିପାରନ୍ତିନି ଓଡିଶା, ଆନ୍ଧ୍ର ଓ ଛତିଶଗଡ଼ର ସୀମାନ୍ତବର୍ତ୍ତୀ ଜନ ସାଧାରଣ । ବଡ଼ଯାତ୍ରାକୁ ନେଇ ପ୍ରତିଫଳନର ବିଶେଷ ପ୍ରସ୍ତୁତି ।
ଦୁଇ ବର୍ଷ ଅପେକ୍ଷାର ଅନ୍ତ
ମାଲକାନାଗିରି ଜିଲ୍ଲାର ପ୍ରସିଦ୍ଧ “ବଡ ଯାତ୍ରା”। ଦୁଇ ବର୍ଷକୁ ଥରେ ପାଳନ ହୁଏ । ମାଲକାନଗିରିର ଏହା ଗଣ ପର୍ଵ । ସବୁ ବର୍ଗର ଲୋକଙ୍କ ସମାଗମ ହୁଏ ।ପାରମ୍ପରିକ ରୀତିନୀତି ଅନୁଯାୟୀ ଆନ୍ଧ୍ରପ୍ରଦେଶ ର ପୋଲେରୁର ତଡକା ରେଉ ସ୍ନାନ କୁଣ୍ଡ ଠାରେ ସ୍ନାନ ଯାତ୍ରା ସାରି କରି ମାଲକାନଗିରି ଅଭିମୁଖେ ଯାତ୍ରା ଆରମ୍ଭ କରନ୍ତି ତିନି ଠାକୁର କନାମରାଜୁ, ବାଲାରାଜୁ ,ପୋତୁରାଜୁ ଓ ମା ମୁତ୍ୟାୟଲୁ ଆମା । ଏହି ତିନି ଠାକୁରଙ୍କୁ ଆନ୍ଧ୍ରପ୍ରଦେଶ ରୁ ମାଲକାନଗିରି ଜିଲ୍ଲା ଅଭିମୁଖେ ପାଛୋଟି ଆଣିବା ଲାଗି ପୋଲେରୁର ତଡକା ରେଉ ସ୍ନାନ କୁଣ୍ଡ ଠାରେ ଏକତ୍ରୀତ ହୋଇଥାନ୍ତି ଆନ୍ଧ୍ରପ୍ରଦେଶ ଓଡିଶା ସମେତ ଛତ୍ତିଶଗଡ଼ ର ହଜାର ହଜାର ଭକ୍ତ। ଠାକୁର ଙ୍କ ସମେତ ଶ୍ରଦ୍ଧାଳୁ ଗାଧୋଇବା ସହ ଶୁଭ ମନାସନ୍ତି ଲକ୍ଷାଧିକ ଭକ୍ତ । ଏହି ବେଳକୁ ଅପେକ୍ଷା କରି ରହିଥାନ୍ତି ଶ୍ରଦ୍ଧାଳୁ ।

ଆନ୍ଧ୍ରରୁ ଓଡିଶାକୁ ଠାକୁରଙ୍କ ଯାତ୍ରା
ଆରମ୍ଭ ହୋଇଛି ମାଲକାନଗିରି ଜିଲ୍ଳା ର ପ୍ରସିଦ୍ଧ ତଥା ତିନି ରାଜ୍ୟ ର ଆଦିବାସୀ ଙ୍କର ଗଣ ପର୍ବ ବଡ଼ଯାତ୍ରା । ଏକ ମାସ ଧରି ବଡ଼ଯାତ୍ରା ର ରୀତିନୀତି ଆରମ୍ଭ ହୋଇଥାଏ । ଆନ୍ଧ୍ରପ୍ରଦେଶ ପୋଲେରୁ ଠାରୁ ଆରମ୍ଭ ହୁଏ ବଡ଼ଯାତ୍ରା । ଆଦିବାସୀ ଙ୍କ ଆରାଧ୍ୟ ଦେବା ଦେବୀ ଙ୍କୁ କଅଁଳ ବାଉଁଶ ମୟୁର ପୁଚ୍ଛ ସାହାଯ୍ୟରେ ପ୍ରତିଷ୍ଠା କରଯାଏ। ତା ପରେ ସୁସଜିତ ବିମାନ ରେ ବିରାଜମାନ କରାଯାଇ ସ୍ନାନ ଯାତ୍ରା ରେ ବାହାରନ୍ତି ତିନିଟି ଠାକୁର। ଲୋକ କଥା ଅନୁଯାୟୀ ଠାକୁର ଙ୍କ ବୁଡ଼ ପଡିବା ପରେ ଏହି କୁଣ୍ଡ ରେ ବୁଡ଼ ପକେଇଲେ କୋଟି ଜନ୍ମ ର ପୂର୍ଣ୍ଣ ମିଳିଥାଏ। ତିନି ଠାକୁର କନାମରାଜୁ ,ଵାଲାରାଜୁ , ପୋତରାଜୁ ଏବଂ ମା ମୁତୀୟାଲୁ ଙ୍କୁ ତଡକାରେଉ ସ୍ନାନ ପରେ ଡଙ୍ଗାରେ ସମସ୍ତ ଦେବା ଦେବୀଙ୍କୁ ମନ୍ୟମକୋଣ୍ଡା ଠାରେ ଅଣା ଯାଇ ସେଠାରେ ଦିନେ ମା ପୂଜା ପାଇବା ପରେ ମାଲକାନଗିରି ଅଭିମୁଖେ ଯାଇଥାନ୍ତି । ବଡ ଠାକୁରଙ୍କ ପାଖେ ଭକ୍ତଙ୍କ ମନସ୍କମାନା ପୂର୍ଣ ହେଉଥିବାରୁ ବହୁ ଭକ୍ତ ଏହି ଯାତ୍ରାରେ ଯୋଗଦେଇଥାନ୍ତି ।
ବଡ଼ଯାତ୍ରା : ଜନଶ୍ରୁତି
ପ୍ରତି ଦୁଇ ବର୍ଷ କୁ ଥରେ ମାଘ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ଦୋଳ ପୂର୍ଣ୍ଣିମା କୁ ଶେଷ ହୋଇଥାଏ ବଡ଼ ଯାତ୍ରା। କିମ୍ବଦନ୍ତୀ ଅନୁସାରେ ମହାପ୍ରଭୁ ରାମଚନ୍ଦ୍ର ତାଡକାସୁର କୁ ବଧ୍ୟ କରି ଏହି କୁଣ୍ଡ ରେ ବୁଡ଼ ପକେଇ ଥିଲେ ଓ ତା ପରେ ଏହି କୁଣ୍ଡ ତାଡକା କୁଣ୍ଡ ନାମରେ ନାମିତ ହୋଇଛି । ସେହି ପରି ଦ୍ଵାପର ଯୁଗ ରେ କୃଷ୍ଣ ଭୀମ ଓ ଅର୍ଜୁନ ଜରାସନ୍ଧ ଅସୁର କୁ ହତ୍ୟା କରିବା ପରେ ଏହି କୁଣ୍ଡ ରେ ବୁଡ଼ ପକେଇ ଥିଲେ ଓ ପାପ ମୁକ୍ତ ହୋଇଥିଲେ । ଏହିକ୍ରମରେ ଶ୍ରୀ କୃଷ୍ଣ, ଅର୍ଥାତ କାନାମରାଜ, ଭୀମ(ବାଲରାଜ) ଅର୍ଜୁନ (ପୋତରାଜ) ଏବଂ ପୋଲେରୁ ଠାରେ ମା ମ୍ୟୁତ୍ୟୁଲୁଆମ୍ମା ଙ୍କୁ ପୂଜା କରି ଜରାସନ୍ଧକୁ ଭୀମ ବଧ କରିଥିଲେ ବୋଲି ବିଶ୍ଵାସ ରହିଛି । ଏହି ପାରମ୍ପରିକ କଥାବସ୍ତୁ କୁ ଆଧାର କରିକି କାହିଁ କେଉଁ କାଳ ରୁ ପ୍ରତି ଦୁଇ ବର୍ଷ କୁ ଥରେ ପାଳିତ ହୋଇଅସୁଛି ଏହି ପାରମ୍ପରିକ ଗଣପର୍ବ ବଡ଼ଯାତ୍ରା। ପ୍ରାୟ ୧୦୦ କିମି ର ପାଦ ଚଳା ରାସ୍ତା ସାରା ପୁଜା ପାନ୍ତି ଏହି ତିନିଠାକୁର ଓ ମା । ତିନି ଦିନ ଧରି ମାଲକାନଗିରି ସଦର ମହକୁମାରେ ରେ ପୂଜା ପାଇବା ପରେ ଏହି ଯାତ୍ରା ର ଶେଷ ହୋଇଥାଏ । ଆଉ ପୁଣି ଭକ୍ତ ଦୁଇ ବର୍ଷ ଧରି ଅପେକ୍ଷା କରି ରୁହନ୍ତି ଏହି ବଡ ଯାତ୍ରା ପାଇଁ l

ଠାକୁରଙ୍କ ୧୦୦ କିଲୋମିଟର ପଦଯାତ୍ରା
ମାଲକାନଗିରି ସହର ରୁ ହିଁ ଠାକୁର ପାଦରେ ଚାଲି ଚାଲି ଯାଆନ୍ତି ଓ ପୋଲେରୁ ନଦୀ ରେ କାଠ ଡ଼ଙ୍ଗା ରେ ନଈ ପାରି ହୋଇ ଆନ୍ଧ୍ରପ୍ରଦେଶ ର ପୋଲେରୁ କୁ ଯାଆନ୍ତି ଏବଂ ସେଠାରୁ ପୁଣି ଥରେ ବିଜୟ ଯାତ୍ରା ରେ ଭକ୍ତଙ୍କ ସହ ପାଦରେ ଚାଲି ଚାଲି ମାଲକାନଗିରି ସହର କୁ ଆସନ୍ତି । ତେବେ ମୁଖ୍ୟତଃ ଯାତ୍ରା ଆରମ୍ଭ ହୁଏ ମନମକୋଣ୍ଡା ରୁ । ସେଠାରୁ ଓଡିଶା ପୋଲୁରକୁ ଯାତ୍ରା ଓ ରାତ୍ରୀଯାପନ । ସକାଳୁ ପାଟପୂଜା ପରେ ଓଡିଶା ପୋଲୁରୁ ରୁ ଆନ୍ଧ୍ର ପୋଲୁରକୁ ଡ଼ଙ୍ଗାରେ ଯାତ୍ରା । ଆନ୍ଧ୍ର ପୋଲୁରୁଠାରେ କୁଣ୍ଡରେ ସ୍ନାନ ସାରି ଓଡିଶା ପୋଲୁରୁକୁ ପୁଣି ଫେରି ଆସିବେ ଠାକୁର । ସେଠାରୁ ମାନମକୋଣ୍ଡା ଦେଇ ମାଲକାନଗିରିକୁ ଯାତ୍ରା । ଏହି ସମୟରେ ମା ମୁତ୍ୟୁଲୁମାଆଁ ଙ୍କୁ ନିଜ ଭଉଣୀ ଭାବରେ ନିଜ ସହ ନେଇକି ଆସନ୍ତି । ଏହି ଯାତ୍ରା ଆନ୍ଧ୍ର-ଓଡ଼ିଶାର ଐତିହ୍ୟ । ଏହା ଉଭୟ ରାଜ୍ୟରେ ଭାଇଚାରା ସୃଷ୍ଟି କରିବାରେ ବେଶ ସହାୟକ ହୋଇପାରିଛି । ତିନି ରାଜ୍ୟର ଭକ୍ତଙ୍କ ପ୍ରବଳ ସମାଗମ ହୁଏ ।