(ପ୍ରତିଫଳନ ମିଡ଼ିଆ)
ବିଶ୍ବାସ ଆଉ ପରମ୍ପରା କୁ ନେଇ ରୁଦ୍ଧିମନ୍ତ ଆମ ରାଜ୍ଯ | ସେଥିପାଇଁ ତ ବିଭିନ୍ନ ସ୍ଥାନରେ ଆଉ ବିଭିନ୍ନ ସମୟରେ ଆୟୋଜନ ହେଉଛି ପର୍ବ ପର୍ବାଣୀ | ଠିକ୍ ଏମିତି ପରମ୍ପରାର ନିଦର୍ଶନ ରାୟଗଡା ଜିଲ୍ଲା ଗୁଣପୁରର ଆମ୍ବାବାଡ଼ି ଗାଁରେ ଦେଖିବାକୁ ମିଳିଛି | ଜଗତ କଲ୍ଯାଣ ଆଉ ବିଶ୍ଵ ରେ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ଯ ନେଇ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହୋଇଛି ଅଲେଖ ମହିମା ଯଜ୍ଞ | ପୌଷ ମାସ ଶୁକ୍ଳ ଚତୁର୍ଦ୍ଦଶୀ ରେ ଏଠାରେ ଅଲେଖ ବ୍ରହ୍ମ ଯଜ୍ଞ ଅନୁଷ୍ଠିତ ହୋଇଛି | ପ୍ରଥମେ କଳସ ଯାତ୍ରା ଗାଁ ପରିକ୍ରମା କରାଯାଇଥିଲା | ପରେ ଶୂନ୍ୟ ମନ୍ଦିର ନିକଟରେ ପଣା ଅର୍ପଣ କାର୍ଯ୍ୟକ୍ରମ ସହ ଯଜ୍ଞ ଅନୁଷ୍ଠିତ ହୋଇଥିଲା | ଏଥିରେ ଭକ୍ତ ଙ୍କ ସହ ଆଦିବାସୀ ଲୋକ ଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା | ମୋ ଜୀବନ ପଛେ ନର୍କେ ପଡିଥାଉ , ଜଗତ ଉଦ୍ଧାର ହେଉ – ଏହି ବାଣୀ ଲାଗି ସନ୍ଥ କବି ଭୀମ ଭୋଇ ଚିର ଅମର | ଆଉ ଏହି ଉକ୍ତି କୁ ଅକ୍ଷର ଅକ୍ଷର ପାଳିଥିଲେ ଆମ୍ବାବାଡ଼ି ର ଅନ୍ଧ ଗୁରୁ ଗୋପାଳ ଶବର ବା ଗୁଇ ବାବା | ଆମ୍ବାବାଡ଼ି ର ସଉରା ଆଦିବାସୀ ଗୋପାଳ ଶବର ସମସ୍ତ ଙ୍କ ଲାଗୀ ଅନ୍ଧ ଗୁରୁ | ଗୋପାଳ ଜନ୍ମ ରୁ ହିଁ ଅନ୍ଧ ଥିଲେ | ସାବତ ମା ର ତାଡନା ସହ୍ୟ କରି ନ ପାରି ଜଙ୍ଗଲ ମଧ୍ଯ କୁ ଚାଲି ଯାଇଥିଲେ | ସେଠାରେ ତାଙ୍କୁ ଶୂନ୍ୟ ବାଣୀ ହୋଇଥିଲା ଯେ ତମେ ଲୋକଙ୍କ ପାଇଁ କିଛି କରିବାର ଅଛି ତେଣୁ ଫେରିଯିବା ନେଇ | ତାପରେ ସେ ପୁଣି ଘର କୁ ଫେରିଥିଲେ | ଆଉ ଅଲେଖ ଧର୍ମ ପ୍ରଚାର କରାଇ ଥିଲେ | ତାଙ୍କୁ ଯିଏ ପାଦ ଧରି ଜୁହାର କରୁଥିଲେ ସେହି ସ୍ପର୍ଶ ରେ ଆଗତ ଭବିଷ୍ଯତ କଥା କହୁଥିଲେ | ଆଗତ ଭବିଷ୍ଯତ ସାଂସାରିକ ଜୀବନ ର ଝଡ଼ଝଞ୍ଜା ସର୍ବୋପରି ଜୀବନ ର ଶାନ୍ତି ର କାରଣ ଖୋଜିବା ଲାଗୀ ଗୁରୁଙ୍କ ପାଖକୁ ସୁଅ ଛୁଟି ଥିଲା | ହେଲେ ଆଜି ସେ ସଶରୀରେ ନାହାନ୍ତି ସତ କିନ୍ତୁ ତାଙ୍କ ଉଦ୍ୟମରେ ଆୟୋଜିତ ହୋଇ ଆସୁଥିବା ଏହି ଉତ୍ସବ ଚଳିତ ବର୍ଷ ମଧ୍ୟ ପୂର୍ବପରି ପାଳିତ ହେଉଛି |