ବିକଳ୍ପ ପକ୍ଷରୁ ଝୋଡ଼ିଆ ସାହିରେ ଅଭିନବ ଶିକ୍ଷାଦାନ♦ପରିବେଶର ସୁରକ୍ଷା ଓ ସ୍ବଚ୍ଛତା ରଖିବାକୁ ଗୁରୁତ୍ବ

(ପ୍ରତିଫଳନ ମିଡ଼ିଆ)

ରାୟଗଡ଼ା ଜିଲ୍ଲାରେ ବିକଳ୍ପ ସଙ୍ଗଠନ ପକ୍ଷରୁ ପିଲାଙ୍କୁ ଅଭିନବ ଶିକ୍ଷା ପ୍ରଦାନ ଅଭିଯାନ ଜାରି ରହିଛି । ରାୟଗଡ଼ା ସହର ର ଝୋଡ଼ିଆ ସାହିରେ ରହୁଥିବା କୁନି କୁନି ପିଲାଙ୍କ ମଧ୍ୟରେ ପାଠ ପଢ଼ିବା ପାଇଁ ଆଗ୍ରହ ସୃଷ୍ଟି କରିବାକୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପିଲାଙ୍କ ମଧ୍ୟରେ ଶିକ୍ଷାର ବିକାଶ ଲାଗି ଗୁଣାତ୍ମକ ଶିକ୍ଷାଦାନ ପ୍ରଦାନ କରାଯାଇଥିଲା । ବସ୍ତି ଅଞ୍ଚଳର ପିଲାଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ ପୂର୍ବକ ସେମାନଙ୍କୁ ଶିକ୍ଷିତ କରିବା ଲାଗି ବିକଳ୍ପ ପକ୍ଷରୁ ଏକ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।  ପିଲାମାନଙ୍କୁ ଗପ, ଗୀତ ଜରିଆରେ ଭାଷା ଶିକ୍ଷା ପ୍ରଦାନ କରାଯାଇଥିଲା ।ପରିବେଶର ସୁରକ୍ଷା ଓ ସ୍ବଚ୍ଛତା ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା । ଅବସର ପ୍ରାପ୍ତ ପ୍ରାଧ୍ୟାପକ ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ନେତୃତ୍ବରେ

ଶିକ୍ଷକ ଜଗଦୀଶ ଚନ୍ଦ୍ର ଦୋରା, ମନ୍ମଥ ତୁଳ, ଡ଼ଃ ଦ୍ବିତୀଚନ୍ଦ୍ର ସାହୁ, କୃଷ୍ଣ ପ୍ରିୟା ସାହାଣୀ, ରବି ଶତପଥୀ, ରାଜେନ୍ଦ୍ର ସାହୁ, ତ୍ରିବେଣୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି ପିଲାଙ୍କୁ ଶିକ୍ଷାଦାନ ଦେଇଥିଲେ । ସମସ୍ତ ପିଲାଙ୍କ ନିମ୍ନତମ ଶିକ୍ଷଣ ସ୍ତର ଅଭିବୃଦ୍ଧି ଲାଗି ଏଠାରେ ସଙ୍ଗଠନ ପକ୍ଷରୁ ନିରନ୍ତର ଶିକ୍ଷାଦାନ ପ୍ରଦାନ କରାଯିବ ବୋଲି ବିକଳ୍ପ କତୃପକ୍ଷ କହିଛନ୍ତି ।

Spread the love