ଓଡିଶା ମାଟିରେ ଆନ୍ଧ୍ରର ଫଳକ◆କୋରାପୁଟ ପରେ ରାୟଗଡାରେ ଆନ୍ଧ୍ରର ଚଞ୍ଚକତା●ପ୍ରଶାସନ ନିକଟରେ ଖବର ନାହିଁ●

(ପ୍ରତିଫଳନ ମିଡିଆ)

ପ୍ରଥମେ ପାଣି ପରେ ଜାଗା | ଏମିତି ଗୋଟିଏ ପରେ ଗୋଟିଏ ଆନ୍ଧ୍ର ତାର ମନମାନୀ ଚଳାଇଛି | କୋଟିଆ ବିବାଦ ଏଯାଏଁ ଥମି ନାହିଁ | ଏପଟେ ପୁଣି ଆଉ ଏକ ସମସ୍ୟା ଦେଖା ଦେଇଛି | ଆନ୍ଧ୍ର – ଓଡିଶା ସୀମାନ୍ତ ଗାଁ ର ଓଡିଶା ଜାଗା ରେ ଆନ୍ଧ୍ର ଏକ ବେସରକାରୀ ସଂସ୍ଥା ତାର ବୋର୍ଡ ଲଗାଇଛି | ଏମିତି ଘଟଣା ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ମରମା ପଞ୍ଚାୟତ ରେ ଦେଖିବାକୁ ମିଳିଛି | ହେଲେ ପ୍ରଶାସନ ପାଖରେ ଖବର ନାହିଁ |

ଓଡିଶା ମାଟିରେରେ ଆନ୍ଧ୍ର ବେସରକାରୀ ସଂସ୍ଥା ର ଫଳକ |  ଦୁଇଟି ଜାଗାରେ ଲାଗିଛି ସାଇନ୍ ବୋର୍ଡ  | ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ମରମା ପଞ୍ଚାୟତ ର ଘଟଣା ।ଏହି ପଞ୍ଚାୟତ ର ତିନିଟି ପୃଥକ ପୃଥକ ସ୍ଥାନରେ ଏଭଳି ସାଇନ୍ ଲଗି ଥିଲା |  ବର୍ତ୍ତମାନ କାମନାଗୁଡା ନିକଟରେ ଗୋଟିଏ ସାଇନ୍ ବୋର୍ଡ ଲାଗିଥିବା ବେଳେ ଆଉ ଗୋଟିଏ ତୋଟାଗୁଡା  ଛକରେ ସାଇନ୍ ବୋର୍ଡ ଲାଗିଛି | ଆନ୍ଧ୍ର ର କିଛି ଲୋକ ଆସି ଗାଁ ଲୋକଙ୍କ କଥା ହୋଇ ବେପରୁଆ ଭାବେ ଲଗାଇ ଚାଲି ଯାଇଛନ୍ତି | ତେବେ ବ୍ଲକର ବିଡିଓ କିମ୍ବା ତହସିଲଦାର କେମିତି ଜାଣି ପାରିଲେ ନାହିଁ ତାହା ସମସ୍ତଙ୍କୁ ଚକିତ କରିଛି । ଏଭଳି ଦୀର୍ଘ ଏକ ବର୍ଷ ରୁ ଉର୍ଦ୍ଧ ହେବ ସାଇନ୍ ବୋର୍ଡ ଲାଗିଛି | ଏହି ସ୍ଥାନରେ ପ୍ରଥମେ ଆନ୍ଧ୍ର ମନମୁଖୀ ଭାବେ ଓଡିଶା ଜାଗାରେ ରାସ୍ତା ନିର୍ମାଣ କରିଥିଲା | ପରେ ପ୍ରଶାସନ ପାଖରେ ଖବର ପହଁଞ୍ଚିବା ପରେ ରାସ୍ତା ନିର୍ମାଣ ବନ୍ଦ କରିଥିଲା | ଏବେ ଓଡିଶା ଜାଗା ରେ ଆନ୍ଧ୍ର ର ବେସରକାରୀ ସଂସ୍ଥା ଦ୍ଵାରା ସାଇନ୍ ବୋର୍ଡ ଲଗାଇବା ଆନ୍ଧ୍ର ନିଜର ହକ୍ ପାଇଁ ଚାଲାଖି କରୁଛି । ଓଡିଶା ପ୍ରଶାସନିକ ଅଧିକାରୀଙ୍କ ଦୀର୍ଘ ନୀରବତା ଆନ୍ଧ୍ରକୁ ସୁହାଉଛି । ଆନ୍ଧ୍ର ପରେ ଓଡିଶା ମାଟିକୁ  ନିଜର ବୋଲି ଦାବୀ କରି ବସୁଛି ।

Oplus_131072

Spread the love