ପ୍ରତିଫଳନ ମିଡ଼ିଆ
ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକ ଟିଟିମିରି ପଞ୍ଚାୟତର ଅବସ୍ଥିତ ଏସ୍ ପି ମାଙ୍ଗେଇ ଆଶ୍ରମ ର ଚତୁର୍ଥ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ଯାଇଛି। ଉକ୍ତ ଉତ୍ସବରେ ଗୁଣୁପୁର ଆଇ.ଟି.ଡି. ଏ,ର ପ୍ରକଳ୍ପ ଅଧିକାରୀ,
ଶ୍ରୀ ଅଜୟ କୁମାର ପ୍ରଧାନ,ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୌରା ଜୀବନ ଶୈଳୀ ଓ ସୌରା ଭାଷା ସଂସ୍କୃତିକୁ ଶବର ପଣ୍ଡିତ ମଙ୍ଗେଇ ଗମାଙ୍ଗ ଙ୍କ ଅବଦାନ ଚିର ସ୍ମରଣୀୟ ବୋଲି କହିବା ସହ କୃତଜ୍ଞତା ଜଣାଇଥିଲେ।
ଆଦିବାସୀ ବର୍ଗର ପିଲା ପାଠ ପଢ଼ି ଶିକ୍ଷିତ ହେଲେ ସଚେତନ ହେବେ ଓ ଭଲ ମଣିଷ ହୋଇ ନିଜେ ବଞ୍ଚିବା ସହ ପରିବାରକୁ ବଞ୍ଚାଇବା ରେ ସମର୍ଥ ହେବେ ।ଏହା ସହ ଶିକ୍ଷିତ ସଚେତନ ଶିଳ ସମାଜ ଗଠନରେ ସହାୟକ ହୋଇପାରିବ ଏହି ଲକ୍ଷ ରଖି ମଙ୍ଗେଇ ଗମାଙ୍ଗ କାମ କରିଆସୁଥିଲେ । ତାଙ୍କରି ସ୍ବପ୍ନକୁ ଓ ନାମକୁ ସାର୍ଥକ କରିବାକୁ ହେଳେ ସୌରା ସମାଜ , ଆଦିବାସୀ ବର୍ଗ, ପାଠ ପଢି ଶିକ୍ଷିତ ହେବା ସହ ଶୃଙ୍ଖଳିତ ରହି ସମାହାର ହିତ ଓ ଅଞ୍ଚଳର ବିକାଶ ପାଇଁ କାମ କରିବା ଉଚିତ ହେବ ।
ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ମାଧ୍ୟମରେ ଭଲ ପାଠ ପଢି ନିଜକୁ ପ୍ରତିଷ୍ଠିତ କରିବା ସହିତ ଦେଶର ଗୋୖରବ ବଢ଼ାଇବାରେ ଚେଷ୍ଟା କରିବା ପାଇଁ କହିଥିଲେ । ନିର୍ବାଚିତ ଲୋକ ପ୍ରତିନିଧିମାନେ ନିଷ୍ଠାର ସହ ସହଯୋଗ କଲେ ସଉରା ପଣ୍ଡିତ ମଙ୍ଗେଇ ଗମାଙ୍ଗ ଙ୍କ ସ୍ବପ୍ନ ସାକାର ହୋଇପାରିବ ବୋଲି ,ମୁଖ୍ୟ ଅତିଥି ପ୍ରଧାନ ଗୁରୁତ୍ଵାରୋପ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପିଲାମାନଙ୍କୁ ଭଲ ପାଠ ପଢି ସ୍କୁଲର ସୁନାମ ରଖିବାକୁ କହିଥିଲେ ।ଅଭିଭାବକ ମାନଙ୍କୁ ସ୍କୁଲ ର ଉନ୍ନତି ଦିଗରେ ସଦା ସର୍ବଦା ଭାଗୀଦାର ରହିବାକୁ ପରାମର୍ଶ ଦେଇଥିଲେ।
ଆଶ୍ରମ କାର୍ଯ୍ୟ କାରିଣୀ କମିଟି ର ସଭାପତି ଶ୍ରୀ ରତ୍ନାକର ଶବର, ସମ୍ପାଦକ ଶ୍ରୀ ରାମଚନ୍ଦ୍ର ଶବର, ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ
ସୁଶ୍ରୀ ଈନ୍ଦୁପ୍ରଭା ଶବର ଏବଂ ଗୁରୁମାତା ତଥା ଆଶ୍ରମର ପ୍ରତିଷ୍ଠାତା ସ୍ୱର୍ଗତ ଗିରିଆ ଶବର ଙ୍କ ଧର୍ମ ପତ୍ନୀ ପ୍ରମୁଖ ମଞ୍ଚାସୀନ ଥିଲେ। ଆଶ୍ରମ ପରିସରରେ ଥିବା ସଉରା ଲିପିର ବିନ୍ଧାଣି ସ୍ୱର୍ଗତ ଗୁରୁ ମାଙ୍ଗେଇ ଗମାଙ୍ଗଙ୍କ ପ୍ରତିମୂର୍ତ୍ତି ନିକଟରେ ଧୂପ ଦିପ ଦେଇ ପୂଜାର୍ଚ୍ଚନା କରିଥିଲେ। ସମ୍ପାଦକ ରାମଚନ୍ଦ୍ର ଶବର ସଉରା ଭାଷାରେ ବାର୍ଷିକ ବିବରଣୀ ପାଠ କରିଥିଲେ ।ଅତିଥିମାନଙ୍କ ଦ୍ଵାରା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।କମିଟି ର ଉପଦେଷ୍ଟା ଶ୍ରୀ ଚକ୍ରପାଣି ଶବର ମଞ୍ଚ ପରିଚାଳନା କରିଥିଲେ। କମିଟି ର ସଦସ୍ୟ ବଳରାମ ଶବର, ମାଧବ ଶବର, ପ୍ରେମ ଶବର, ଗୁରୁବାରିଆ ଶବର,ରତନା ଶବର, ବିଦ୍ୟାଧର ଶବର, ଅନ୍ୟାନ୍ୟ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ବାର୍ଷିକ ଉତ୍ସବ କୁ ସଫଳ କରିବା ଦିଗରେ ସହାୟତା କରିଥିଲେ । ଶେଷରେ ଆଶ୍ରମ ର କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।