ସଦାବର୍ତ୍ତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଆମ ଖେଳନା ଓ ଆମ ସଂସ୍କୃତି କାର୍ଯ୍ୟକ୍ରମ

କବିସୂର୍ଯ୍ୟନଗର: ପ୍ରତିଫଳନ ମିଡ଼ିଆ
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ଅନ୍ତର୍ଗତ ସଦାବର୍ତ୍ତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ଆମ ଖେଳନା ଓ ଆମ ସଂସ୍କୃତି କାର୍ଯ୍ୟକ୍ରମ ଏବଂ ବାର୍ଷିକ ଉତ୍ସବ- ୨୦୨୫ ପାଳିତ ହୋଇଯାଇଛି I ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଲଳିତା କୁମାରୀ ହୋତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କବିସୂର୍ଯ୍ୟନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଅଭିମନ୍ୟୁ ସାହୁ, ମୁଖ୍ୟ ବକ୍ତା ଡକ୍ଟର ସୁରେନ୍ଦ୍ର ନାଥ ସାହୁ ଏବଂ ସମ୍ମାନିତ ଅତିଥି ଭାବେ ସି.ଆର୍.ସି.ସି ଶ୍ରୀ ରମେଶ ଚନ୍ଦ୍ର ବେହେରା, ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ନିକୁଞ୍ଜ ବିହାରୀ ଚୌଧୁରୀ ଓ ବରିଷ୍ଠ ଶିକ୍ଷକ ଶ୍ରୀ ଅରୁଣ କୁମାର ମିଶ୍ର ଯୋଗ ଦେଇଥିଲେ I ବିଦ୍ୟାଳୟ ତଥା ଛାତ୍ରଛାତ୍ରୀମାନଙ୍କର ଉନ୍ନତି କାମନା କରିଥିଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସାହୁ I ଛାତ୍ରଛାତ୍ରୀଙ୍କୁ ବିଦ୍ୟାଧନର ମହତ୍ଵ ବୁଝାଇବା ସହିତ ଉତ୍ତମ ଚରିତ୍ରବାନ୍ ହେବା ପାଇଁ ଅଭିମନ୍ତ୍ରିତ କରିଥିଲେ ପ୍ରଧାନଶିକ୍ଷକ ଡକ୍ଟର ସାହୁ I ଏହି ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ I ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଆମ ଖେଳନା ଓ ଆମ ସଂସ୍କୃତିର ଭାଷା ଓ ସଂଖ୍ୟାଜ୍ଞାନ ଶିକ୍ଷଣୀୟ ଉପକରଣଗୁଡ଼ିକ ସୁନ୍ଦର ଓ ଆକର୍ଷଣୀୟ ହୋଇଥିଲା I ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଥିଲେ I ବିଦ୍ୟାଳୟ ସଭାପତି ଶ୍ରୀ ସୁଶାନ୍ତ କୁମାର ସ୍ଵାଇଁ, ଶିକ୍ଷକ ଶ୍ରୀ ସୂର୍ଯ୍ୟନାରାୟଣ ଜେନା, ଶିକ୍ଷୟିତ୍ରୀ ଶ୍ରୀମତୀ ଦିବ୍ୟାନୀ ମାର୍ଥା ଓ ଶ୍ରୀମତୀ ରଜନୀରାଣୀ ଦଳାଇ ତଥା ଶ୍ରୀ ଚିରଞ୍ଜିବୀ ସ୍ଵାଇଁ ଓ ଶ୍ରୀ ଗଙ୍ଗାଧର ସ୍ଵାଇଁଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ବହୁ ସଦସ୍ୟସଦସ୍ୟା ଏବଂ ଗ୍ରାମର ବହୁ ପୂର୍ବତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ଉତ୍ସବଟି ଅପୂର୍ବ ସଫଳତା ହାସଲ କରିଥିଲା I

Spread the love