ରାୟଗଡ଼ା ଜିଲ୍ଲା ସାମ୍ବାଦିକ ସଂଘର ବନ୍ଧୁମିଳନ କାର୍ଯ୍ୟକ୍ରମ ସହ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଦେଷ୍ଟା ହେଲେ ପ୍ରତିଷ୍ଠାତା ସଦସ୍ୟ କିର୍ତିଚନ୍ଦ୍ର ସାହୁ ଓ ବିଜୟ ମିଶ୍ର ।ବାଦଲ ତା ହେଲେ ସଭାପତି, ରଚନାତ୍ମକ ଚିନ୍ତାଧାରା ଥିବା ଯୁବ ନେତୃତ୍ବକୁ ଦାୟିତ୍ଵ ହସ୍ତାନ୍ତର । କାର୍ଯ୍ୟକାରୀ ସଭାପତି ହେଲେ ଶ୍ୟାମ କୁମାର ଦାସ, ସାଧାରଣ ସମ୍ପାଦକ ବିଦ୍ୟା ଭୂଷଣ ପଣ୍ଡା । ୪ ଜଣ ଉପ ସଭାପତି, ୩ଜଣ ସମ୍ପାଦକ ଓ ଜଣେ ସଙ୍ଗଠନ ସମ୍ପାଦକ ଙ୍କୁ ଦିଆଗଲା ଦାୟିତ୍ଵ।
ଅବହେଳିତ ଅଞ୍ଚଳର ବିକାଶ ହେଉ ବା ଗରିବ ଗୁରୁବାଙ୍କ ସମସ୍ୟା ର ସମାଧାନ ହେଉ ପ୍ରଶାସନ ସହ ସମନ୍ଵୟ ରଖି ସୂଚାରୁ ରୂପେ ସମସ୍ୟା ଗୁଡ଼ିକର ସମାଧାନ କରିବାରେ ଦୀର୍ଘ ଦଶନ୍ଧି ଧରି ଜିଲ୍ଲା ସାମ୍ବାଦିକ ସଂଘ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି।ଆଗାମୀ ଦିନରେ ସଂଘ ସେହି ଆଭିମୁଖ୍ୟ ରଖି କାମ କରିବ ।ଲୋକଙ୍କ ସହ ରହି ଜିଲ୍ଲାର ବିକାଶ ପାଇଁ କାମ କରିବ । ସଂଘର ଚିନ୍ତାଧାରାକୁ ଅଧିକ ଦୃଢୀଭୂତ କରିବା ପାଇଁ ଯୁବ ନେତୃତ୍ୱ ହାତରେ ଦାୟିତ୍ଵ ନ୍ୟସ୍ତ କରାଯାଇଛି। ଯୁବ ନେତୃତ୍ବ ସଠିକ ଭାବେ ପରିଚାଳନା କରି ନିଜର ପରାକାଷ୍ଠା ପ୍ରତିପାଦିତ କରିବେ ଏହି ଆଶା ଭରସା ରହିଛି ବୋଲି ପ୍ରତିଷ୍ଠାତା ସଭାପତି ବାଦଲ ତା ମତବ୍ୟକ୍ତ କରିଛନ୍ତି ।
ରାୟଗଡାର ସହର ନିକଟ ହାଲୁଆ ତୋଟା ଠାରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା | ଜ଼ିଲ୍ଲାର ସମସ୍ତ ବ୍ଲକର ସଂଘର ୧୦୦ ରୁ ଉର୍ଦ୍ଧ ସାମ୍ବାଦିକ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ |
କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଂଘର ସଭାପତି ଡକ୍ଟର ବାଦଲ କୁମାର ତା, ଉପସ୍ଥିତ ଥିଲେ ଉପଦେଷ୍ଟା ବିଜୟ କୁମାର ମିଶ୍ର ଓ କର୍ମକର୍ତ୍ତା ମାନେ । ରବୀନ୍ଦ୍ର କୁମାର ପାଟଖଣ୍ଡାଳ ସ୍ୱାଗତ ଭାଷଣ ଦେବା ସହ ଗତ ଦିନରେ ସଂଘ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ସଂପର୍କରେ ବିବରଣୀ ଉପସ୍ଥାପନ କରିଥିଲେ ।
ସଭାପତି ଡକ୍ଟର ବାଦଲ ତା ସାମ୍ବାଦିକଙ୍କ ଭୂମିକା ଦାୟିତ୍ଵ ଓ କର୍ତ୍ତବ୍ୟ କଣ ରହିବା ଉଚିତ ସାମ୍ବାଦିକ ମାନେ ନିଜେ ସଚେତନ ରହିବା ଉଚିତ୍ ବୋଲି ସେସମ୍ପର୍କରେ ତ୍ମାର୍ଗ ଦର୍ଶନ ଦେଇଥିଲେ । ଭଲ କାମ କରୁଥିବା ବ୍ୟକ୍ତି,ଅଧିକାରୀ ବା ଅନୁଷ୍ଠାନ ଗୁଡ଼ିକୁ ଅଧିକ ଉତ୍ସାହିତ କରିବା ଆବଶ୍ୟକତା ରହିଛି । ସବୁ କ୍ଷେତ୍ରରେ ସମାଲୋଚନା କରିବା ପରିବର୍ତ୍ତେ ଜିଲ୍ଲା ତଥା ଅଞ୍ଚଳର ହିତକୁ ଦୃଷ୍ଟିରେ ରଖି ଗଠନ ମୂଳକ ସମାଲୋଚନା କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ । ଜିଲ୍ଲାର ହିତ ଓ ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ବ୍ୟକ୍ତି ମାନଙ୍କୁ ସଠିକ ରାସ୍ତାରେ ଆଣିବାକୁ ସଂଘ ପ୍ରୟାସ ଜାରି ରଖିବ । ଜ଼ିଲ୍ଲା ପ୍ରଶାସନ ଏଦିଗରେ ସମ୍ବାଦିକମାନଙ୍କ ସହ ସମନ୍ଵୟ ରକ୍ଷା କରିବା ସହ ସହଯୋଗର ହାତ ବଡାଇଲେ ଜିଲ୍ଲାର ଅଧିକ ମଙ୍ଗଳ ହୋଇପାରିବ ବୋଲି ଵୈଠକରେ ମତ ପ୍ରକାଶ ପାଇଥିଲା | ସେଇପରି ଜିଲ୍ଲାର ଉନ୍ନତି ସହ ଶୋଷିତ, ପୀଡିତ, ବଞ୍ଚିତ ଓ ଅବହେଳିତ ମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ ଦିଆଇବା ପାଇଁ ସାମ୍ବାଦିକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ବାଦଲ ତା ନିଜର ମତ ରଖିଲେ |