(ପ୍ରତିଫଳନ ମିଡ଼ିଆ)
ଉତ୍ତର ପ୍ରଦେଶ ର ଗାଜିଆବାଦ ଠାରେ ଶିବ ଶଙ୍କର ଜ୍ୟୋତିଷ ଶାସ୍ତ୍ର ଏବଂ ଭସ୍ତୁ ଅନୁସନ୍ଧାନ କେନ୍ଦ୍ର ଅଧୀନରେ ଅନୁଷ୍ଠିତ ହୋଇଯାଇଛି ଦୁଇ ଦିନିଆ ଜାତୀୟ ଜ୍ୟୋତିଷ ଶାସ୍ତ୍ର ଏବଂ ଭସ୍ତୁ ସେମିନାର । ପ୍ରସିଦ୍ଧ ଜ୍ୟୋତିଷ ଶାସ୍ତ୍ର ବିଶାରଦ, ପଣ୍ଡିତମାନଙ୍କ ଉପସ୍ତିତି ରେ କୋରାପୁଟର ବିଶିଷ୍ଟ ବାସ୍ତୁ ଓ ଜ୍ୟୋତିଷବିଦ ଆଚାର୍ଯ୍ୟ ଭାଗିରଥି ବିନ୍ଧାଣି ସମ୍ମାନିତ ହୋଇଛନ୍ତି।ସେ ଓଡ଼ିଶା ରୁ ପ୍ରତିନିଧିତ୍ଵ କରିଥିଲେ । କୋରାପୁଟ ଜିଲ୍ଲା ର ସଦର ମହକୁମା ର କହ୍ନେଇପୁଟ ସାହିରେ ସେ ରହି ଆସୁଛନ୍ତି । ସେମିନାରରେ ନାଡି ଓ ପଞ୍ଚତତ୍ତ୍ଵ, ବାସ୍ତୁ ଓ ଜ୍ୟୋତିଷ ଉପରେ ଗବେଷଣାତ୍ମକ ତଥ୍ୟ ପୂର୍ଣ୍ଣ୍ବ୍ୟ ଵକ୍ତବ୍ୟ ରଖି ଉଚ୍ଚ ପ୍ରଶଂସିତ ହୋଇ ଆଚାର୍ଯ୍ୟ ପଦବୀ ରେ ସମ୍ମାନିତ ହୋଇଛନ୍ତି ଭାଗିରଥି ବିନ୍ଧାଣି । ସେମିନାରରେ ସମଗ୍ର ଭାରତ ରୁ ୫୫୦ ବାସ୍ତୁ ଓ ଜ୍ୟୋତିଷବିଦ ଯୋଗ ଦେଇଥିଲେ । ବ୍ରଜ ମଣ୍ଡଳ ଜୀବନ ଦର୍ଶନ ନାମକ ଏକ ପୁସ୍ତକ ତାଙ୍କ ଦ୍ଵାରା ଉନ୍ମୋଚନ କରା ଯାଇଥିଲା। ସମଗ୍ର ଦେଶର ପ୍ରସିଦ୍ଧ ଜ୍ୟୋତିଷ ଶାସ୍ତ୍ର ବିଶାରଦ, ପଣ୍ଡିତମାନେ ଯୋଗଦେଇ ଜ୍ୟୋତିଷ ଶାସ୍ତ୍ର, ଭସ୍ତୁ, ରିକି, ଟାରୋଟ୍ କାର୍ଡ, ଲାଲ କିତାବ, ନ୍ୟୁମେରୋଲୋଜି ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ। ଯାହାକି ଜନସାଧାରଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ଥିଲା । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ବିଶିଷ୍ଟ ସମାଜିକ କର୍ମୀ ରାଜେଶ ବନସାଲ । ସ୍ୱତନ୍ତ୍ର ଅତିଥି ବର୍ଗରେ ରାମ ଅବତାର ଜିନ୍ଦଲ, ଅନିଲ ଗର୍ଗ, ପଣ୍ଡିତ ଭି.କେ ହନୁମାନ, ରାଷ୍ଟ୍ରିୟ ଲୋକ ଦଳ ରାଜ୍ୟ ସାଧାରଣ ସମ୍ପାଦକ ରବିନ୍ଦ୍ର ଚୌହାନ, ଜାତୀୟ ମୁଖପାତ୍ର ଇନ୍ଦରଜିତ ସିଂ ଟିଟୁ ସନ୍ଦୀପ ଭଣ୍ଡାରୀ, ରାକେଶ ଗର୍ଗ, ବ୍ରିଜ କିଶୋର ବ୍ରିଜୱାସି, ଦୁଲୀଦତ କୌଶିକ, ଦୀନେଶତ ଶର୍ମା, ଯୋଗେଶ ଶର୍ମା, ରାମ କାଶ୍ୟପ, ଶ୍ରାବଣ କୁମାର ଶର୍ମା, ଅଙ୍କିତ ଶର୍ମା, ପ୍ରିୟଙ୍କା ଶର୍ମା ମାନକ ବ୍ୟେଷ୍ଣବ ଇତ୍ୟାଦି ସମ୍ମାନିତ ବ୍ୟକ୍ତି ଥିଲେ। ଶିବ ଶଙ୍କର ଜ୍ୟୋତିଷ ବାସ୍ତୁ ଅନୁସନ୍ଧାନ କେନ୍ଦ୍ରର ଆଚାର୍ଯ୍ୟ ଶିବକୁମାର ଶର୍ମା କହିଛନ୍ତି ଯେ ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଜ୍ୟୋତିଷ, ବାସ୍ତୁ ପରାମର୍ଶଦାତା, ରାଖୀ ଏବଂ ଲାଲ କିତାବ ପଣ୍ଡିତମାନେ ମାଗଣାରେ ସମସ୍ୟାର ସମାଧାନ କରିଥିଲେ। ୬୦୦ରୁ ଅଧିକ ଲୋକେ ସେମାନଙ୍କ ସମସ୍ୟାର ମାଗଣା ସମାଧାନ ପାଇଥିଲେ ।