ଓଡ଼ିଆରେ ହେବ ନାମଫଳକ ◆କୋରାପୁଟ ପ୍ରଶାସନର ସଚେତନତା◆ସମସ୍ତ ଅନୁଷ୍ଠାନକୁ ଦିଆଗଲା ବାର୍ତ୍ତା

ପ୍ରତିଫଳନ ମିଡ଼ିଆ

ଓଡ଼ିଆ ଅସ୍ମିତା କହି ଲୋକଙ୍କ ମନ ଜିଣି କ୍ଷମତାକୁ ଆସିଛି ବିଜେପି ସରକାର । ଓଡ଼ିଆ ଅସ୍ମିତା ବଜାଇ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଉଦ୍ୟମ ଜାରି ରଖିଛନ୍ତି । ସରକାରଙ୍କ ନିଷ୍ପତିକୁ କାର୍ଯ୍ୟକାରୀ କରିବା ଓ ଆଭିମୂଖ୍ୟକୁ ଜିଲ୍ଲାର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବାକୁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯାନ ଆରମ୍ଭ କରାଯାଇଛି ।
୧୯୩୬ ମସିହା ଏପ୍ରିଲ ୧ତାରିଖ ଦିନ ଓଡ଼ିଆ ଭାଷାଭିତ୍ତିକ ରଜ୍ୟଭାବେ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା । ଏହି ଦିବସଟିକୁ ଉତ୍କଳ ଦିବସ ଭାବେ ପାଳନ କରାଯାଏ ଆସୁଅଛି । ରାଜ୍ୟ ସରକାରଙ୍କ ଦ୍ୱାରା ଚଳିତ ବର୍ଷ ଏପ୍ରିଲ ୦୧ ତାରିଖରୁ ଆରମ୍ଭ ହୋଇ ମହାବିଷୁବ ସଂକ୍ରାନ୍ତି ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ପାଳନ କରାଯାଉଛି l
ଏହି ଉପଲକ୍ଷେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ନିର୍ଦ୍ଦେଶ କ୍ରମେ ଜୟପୁରସ୍ଥ୍ ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟ ଦ୍ବାରା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକରେ ଓଡ଼ିଆରେ ସ୍ପଷ୍ଟ ଭାବେ ନାମଫଳକ ଲେଖିବା ପାଇଁ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l କୋରାପୁଟ ଜିଲ୍ଲା ସଦର ମହକୁମାରେ ବାହରି ଥିବା ପଦଯାତ୍ରାକୁ କୋରାପୁଟର ଅତିରିକ୍ତ ଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି ଏବଂ ଜୟପୁରରେ ବାହାରିଥିବା ପଦଯାତ୍ରାକୁ ଜୟପୁର ଉପ ଜିଲ୍ଲାପାଳ ସୁଶ୍ରୀ ଏ. ଶସ୍ୟI ରେଡି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l

ପଦଯାତ୍ରା ସହର ପରିକ୍ରମା କରି ଲୋକଙ୍କୁ ସଚେତନ କରାଇଥିଲେ
ଓଡ଼ିଆରେ ନାମ ଫଳକ ଲେଖିବା ସମ୍ବନ୍ଧୀୟ ଏକ ବାର୍ତ୍ତା, ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର ପୂର୍ବକ ସଚେତନ କରାଯାଇଥିଲା I କୋରାପୁଟ ଓ ଜୟପୁର ଉଭୟ ପୌରପରିଷଦ ଅଞ୍ଚଳର ଅବସ୍ଥିତ ସମସ୍ତ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କୁ ଖାଣ୍ଟି ଓଡ଼ିଆ ରେ ନାମ ଫଳକ ଲେଖିବାକୁ କୁହା ଯାଇଥିଲା । ପ୍ରଶାସନିକ ଅଧିକାରୀ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଶୋଭା ଓ ଏକତା ର କର୍ମକର୍ତା ,ଶ୍ରମ ବିଭାଗର କର୍ମଚାରୀ , ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । କୋରାପୁଟ ଏବଂ ଜୟପୁର ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପଦେକ୍ଷପ ଗ୍ରହଣ କରାଯାଇଥିଲା l

Spread the love