ଯାଜପୁର ( ପ୍ରତିଫଳନ ମିଡ଼ିଆ)
ନିଖିଳ ଉତ୍କଳ ପୁଟୁଳି ବୈଶ୍ୟ ବଣିଆ ସମାଜ ଅନୁବନ୍ଧିତ ଯାଜପୁର ଜିଲ୍ଲା ପୁଟୁଳି ବୈଶ୍ୟ ବଣିଆ ସମାଜର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । କୈଳାଶ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତା କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କମିଟି ଗଠନ କାର୍ଯ୍ୟ ରବିବାର ଦିନ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସର ରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ର ୯ ଟି ବ୍ଲକ ଓ ଦୁଇଟି ପୌରାଞ୍ଚଳ ରୁ ବହୁ ସଂଖ୍ୟକ ବରିଷ୍ଠ ଜାତି ଭାଇ ଏଥିରେ ଯୋଗ ଦେଇ ଜାତି ସମାଜର ଏକ ଜିଲ୍ଲା ଶାଖା ଗଠନ କରି ପୁଟୁଳି ବୈଶ୍ୟ ବଣିଆ ସମାଜ କୁ ସଂଗଠିତ କରି ସମାଜ ର ବିଭିନ୍ନ ଦାବୀ ଗୁଡ଼ିକ ପୂରଣ ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତି ହୋଇଥିଲା ।
ଆସନ୍ତା ଏପ୍ରିଲ ମାସ ୬ ତାରିଖ ରେ ଜାତି ସମାଜର ଜିଲ୍ଲା ଶାଖା ର ଲୋକାର୍ପଣ ଉତ୍ସବ ପାଳନ କରାଯିବ । ଉପସ୍ଥିତ ସଦସ୍ୟମାନଙ୍କ ସହମତିରେ ଲୋକାର୍ପଣ ଉତ୍ସବ କୁ ସଫଳ କରିବା ପାଇଁ ଏକ ଆଡହକ କମିଟି ଗଠନ କରାଯାଇଛି।
ମନୋନୀତ କମିଟି
ସଭାପତି ଭାବେ – କୈଳାଶ ଚନ୍ଦ୍ର ନାୟକ ମନୋନୀତ ହୋଇଥିବା ବେଳେ, କାର୍ଯ୍ୟକାରୀ ସଭାପତି ଅଜିତ କୁମାର ପୃଷ୍ଟି, ଉପସଭାପତି- ପ୍ରଶାନ୍ତ ନାୟକ ଓ ସୁଶାନ୍ତ ପୃଷ୍ଟି,ସାଧାରଣ ସମ୍ପାଦକ- ସଦାଶିବ ପୃଷ୍ଟି , କୋଷାଧ୍ୟକ୍ଷ – ଅରଜିତ ନାୟକ,ସଂଗଠନ ସମ୍ପାଦକ – ଜଗନ୍ନାଥ ସାହୁ, ଯୁଗ୍ମ ସଂଗଠନ ସମ୍ପାଦକ -ରଘୁନାଥ ନାୟକ,ସହ ସମ୍ପାଦକ -ଅଶୋକ ନାୟକ ଓ ବିଭୂ ପ୍ରସାଦ ପୃଷ୍ଟି, ଅଫିସ ସମ୍ପାଦକ – ଜଗତ ନାୟକ ଏବଂ ସହଯୋଗୀ ସମ୍ପାଦକ ମହେଶ୍ୱର ନାୟକ ଙ୍କୁ ମନୋନୀତ କରାଯାଇଛି।
ସେହିପରି କାର୍ଯ୍ୟକାରୀ କମିଟିକୁ ରାଜକିଶୋର ପୃଷ୍ଟି, କୈଳାସ ଚନ୍ଦ୍ର ପୃଷ୍ଟି,ବିମଳେନ୍ଦୁ ପୃଷ୍ଟି,ମଦନ ସେନାପତି, ଭିକାରୀ ନାୟକ, ପ୍ରଫୁଲ୍ଲ ପୃଷ୍ଟି, ବନମାଳୀ ପୃଷ୍ଟି, ଅଜୟରାମ ସାହୁ, ସୁରେନ୍ଦ୍ର ନାୟକ, ଗୁଣନିଧି ମହାନ୍ତି, ନୀଳକଣ୍ଠ ନାୟକ, ନରେନ୍ଦ୍ର ନାୟକ, ବିଷ୍ଣୁ ନାୟକ, ପ୍ରଦୀପ ସାହୁ, ହରିହର ସେନାପତି, ଗୋପାଳ ନାୟକ, ପର୍ଶୁରାମ ନାୟକ, ବାଇଧର ନାୟକ, ନରେନ୍ଦ୍ର ନାୟକ ଏବଂ ଦେବବ୍ରତ ନାୟକଙ୍କୁ ମନୋନୀତ କରାଯାଇଛି।
ଉପଦେଷ୍ଟା ମଣ୍ଡଳୀ ରେ ବରିଷ୍ଠ ସଭ୍ୟ ଅର୍ଜୁନ ସାହୁ, ଦିଗମ୍ବର ସାହୁ, ହୃଷୀକେଶ ପୃଷ୍ଟି,ଶରତ ପୃଷ୍ଟି, ସଦାନନ୍ଦ ସାହୁ, ଅଶୋକ ନାୟକ, ବଳରାମ ସାହୁ,ଅଧ୍ୟାପକ ସୌଭାଗ୍ୟ ସାହୁ, ଅନିରୁଦ୍ଧ ପୃଷ୍ଟି , ନିରଞ୍ଜନ ସାହୁ ଓ ନିତ୍ୟାନନ୍ଦ ନାୟକ ପ୍ରମୁଖ ରହିଛନ୍ତି।
ଆସନ୍ତା ୨ ତାରିଖ ରେ କର୍ମକର୍ତ୍ତା ମାନଙ୍କ ବୈଠକ ଅନୁଷ୍ଠିତ ହେବ।
ଅଧ୍ୟାପକ ସଦାଶିବ ପୃଷ୍ଟି ଗତ ବୈଠକର ବିବରଣୀ ପାଠ କରିଥିଲେ ବରିଷ୍ଠ ସଭ୍ୟ ଅର୍ଜ୍ଜୁନ ଚରଣ ସାହୁ ପ୍ରାକ୍ ସୂଚନା ରଖିଥିବା ବେଳେ ଜଗନ୍ନାଥ ସାହୁ ସମସ୍ତ ଙ୍କୁ ସ୍ଵାଗତ କରିଥିଲେ। ସଦାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।