(ପ୍ରତିଫଳନ ମିଡ଼ିଆ)
୨୦୦୬ ମସିହା ରେ ରାୟଗଡା ଜିଲ୍ଲା ରାମନାଗୁଡ଼ା ଥାନା ବିରୁବାଇ ଗାଁ ନିକଟ ମାଓବାଦି ଓ ସିଆର୍ ପିଏଫ୍ ଯବାନଙ୍କ ମଧ୍ୟରେ ଗୁଳିବିମୟ ହୋଇଥିଲା। ଏହି ଗୁଳି ବିନିମୟ ରେ ଜଣଙ୍କ ର ମୃତ୍ୟୁ ଘଟିଥିଲା | ମୃତକ ପରିବାର ମାନବ ଅଧିକାର କମିଶନ ଙ୍କ ନିକଟରେ ଫେରାଦ ହୋଇଥିଲେ | ଆଉ ମୃତକଙ୍କ ମଧ୍ଯ ସହାୟତା ରାଶି ମିଳିଥିଲା | ତେବେ ଗୁଳି ବିନିମୟ ମାମଲା ସବ୍ୟସାଚୀ ଙ୍କ ନାମରେ ରହିଥିଲା |
ଆଜି ଏହି ମାମଲାର ରାୟ ରାୟ ପ୍ରକାଶ ପାଇଛି | ଗୁଣୁପୁର ସହକାରୀ ଦୌରା ତଥା- ଉପବିଚାରପତି ଅଦାଲତ ସବ୍ୟସାଚୀ ଙ୍କୁ ନିର୍ଦୋଷ ସାବ୍ୟସ୍ତ କରିଥିବା ମାଓନେତା ସବ୍ୟସାଚୀ ପଣ୍ଡା ଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ସୂଚନା ଦେଇଛନ୍ତି | ଆଜି ମାଓ ନେତା ସବ୍ୟସାଚୀ କୋର୍ଟରେ ହାଜର ହୋଇଥିଲେ । କଡ଼ା ସୁରକ୍ଷା ଭିତରେ ତାଙ୍କୁ କୋର୍ଟକୁ ଅଣା ଯାଇଥିଲା ।