(ପ୍ରତିଫଳନ ମିଡ଼ିଆ)
ରାଜ୍ୟ ବିଜେପି ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଦଳୀୟ କାର୍ଯ୍ୟାଳୟରେ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି ଦଳ । ଏଥିପାଇଁ ବରିଷ୍ଠ ନେତାଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଛି ଦଳ । ସର୍ବ ସହମତିରେ ସଭାପତିଙ୍କ ନାଁ ଘୋଷଣା କରାଯାଇଥିବା ସୂଚନା ମିଳିଛି । କିନ୍ତୁ ଗୋଟିଏ ପର୍ଯ୍ୟାୟରେ ସବୁ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିନାହିଁ ବିଜେପି ଦଳ । ବର୍ତ୍ତମାନ ୨୩ ଜିଲ୍ଲା ପାଇଁ ହେଲା ଘୋଷଣା । ସେମାନେ ହେଲେ ବିଜେପିର ସରୋଜ ସାବତଙ୍କୁ ଗଞ୍ଜାମ ଜିଲ୍ଲା ସଭାପତିଭାବେ ଦାୟିତ୍ୱ ମିଳିଥିବା ବେଳେ ବଲାଙ୍ଗୀର ଦାୟିତ୍ୱ ଶ୍ରୀବତ୍ସ ବେହେରାଙ୍କ ଦିଆଯାଇଛି । ସୁନ୍ଦରଗଡ଼- ସଭାପତି ଗିରୀଶ ସାହୁ । ଢେଙ୍କାନାଳ- ରାସବିହାରୀ ବେହେରା, କେନ୍ଦ୍ରାପଡ଼ା- ଶଶାଙ୍କ ଶେଖର ସେଠୀ, ବାଲେଶ୍ୱର- ଈଶ୍ୱର ଚନ୍ଦ୍ର ବେହେରାଙ୍କୁ ସଭାପତି ଭାବେ ଚୟନ କରିଛି ଦଳ । କଟକ ଗ୍ରାମୀଣ- ରାମ ନାରାୟଣ ମହାନ୍ତି, କଟକ ନଗର ସଭାପତି -ସୁକାନ୍ତ ଚନ୍ଦ୍ର ବିଶ୍ୱାଳ, ପୁରୀ- ଦେବେନ୍ଦ୍ର ତରାଇ, କଳାହାଣ୍ଡି- ଯୁଗଳ ପୋଢ଼ଙ୍କୁ ସଭାପତି ଦାୟିତ୍ୱ ମିଳିଛି ମୟୁରଭଞ୍ଜ (ପଶ୍ଚିମ) – ଜୁରିଲାଲ ମହନ୍ତ, ଦେବଗଡ଼- ଅରୁଣ କୁମାର ସାହୁ, ବରଗଡ଼- ଡ. ଅରୁପାନନ୍ଦ ସାହୁ, ଘୁମୁସର (ଭଞ୍ଜନଗର)ର- ନୀଳମାଧବ ପାତ୍ର, ଆସିକା- ବିଜୟ ସ୍ଵାଇଁ , ନବରଙ୍ଗପୁର- କୁଞ୍ଜବିହାରି ଦାସ, ଜଗତସିଂହପୁର- ପ୍ରତାପ ମିଶ୍ର, ବୌଦ୍ଧ- ପ୍ରେମାନନ୍ଦ ମିଶ୍ର, ମୟୂରଭଞ୍ଜ ପୂର୍ବ -ନିହାର ମୋଦୀ, କେନ୍ଦୁଝର- ସୁକଦେବ ମହନ୍ତଙ୍କୁ ଦିଆଯାଇଛି ସଭାପତି ଦାୟିତ୍ୱ । ବାକି ଜିଲ୍ଲା ସଭାପତିଙ୍କ ନାଁ ଦ୍ଵିତୀୟ ପର୍ଯ୍ୟାୟରେ ଘୋଷଣା କରାଯାଇପାରେ ବୋଲି ଜଣାପଡିଛି ।