ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା, ବ୍ରହ୍ମପୁର ପୋଲିସର ତଦନ୍ତ ଆରମ୍ଭ

ବ୍ରହ୍ମପୁର (ପ୍ରତିଫଳନ ମିଡ଼ିଆ)

ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ଅର୍ନ୍ତଗତ ଜାତୀୟ ରାଜପଥ ୧୬ ପାର୍ଶ୍ଵ ଖଜୁରିଆ ନିକଟ ଏକ କେନାଲ ରେ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। କେହି ତାଙ୍କୁ ହତ୍ଯା କରିବା ପରେ କେନାଲ ରେ ଫୋପାଡି ଦେଇଥିବା ଅନୁମାନ କରାଯାଉଛି। ଖବର ପାଇ ଘଟଣାସ୍ଥଳ ରୁ ଅଗ୍ନିଶମ ବିଭାଗ ସହାୟତା ରେ ପୋଲିସ ମୃତଦେହ କୁ ଉଦ୍ଧାର କରିଛି। ମୃତକ ଜଣକ ହେଲେ ଗୋଳନ୍ଥରା ଥାନା ପାଟପୁର ଗାଁ ସାନ୍ତନୁ ନାୟକ।ସୁଚନା ମୁତାବକ ଗତ ୧୪ ତାରିଖ ରାତିରେ ସାନ୍ତନୁ କୁ ଜଣେ ସାଙ୍ଗ ଘରୁ ଡାକି ନେଇଥିବା ବେଳେ ତାଙ୍କ ର ଦୁଇ ଦିନ ଧରି ପତା ମିଳି ନଥିଲା। ଆଜି ମୃତ ଦେହ ଠାବ ହୋଇଥିବା ଜଣା ପଡିଛି। ତେବେ କେନାଲ ଭିତରେ ଏକ ବାଇକ୍ ମଧ୍ୟ ପଡ଼ିଥିବା ହେତୁ ଏହା ଦୃଘଟଣା ନା ଯୋଜନାବଦ୍ଧ ହତ୍ଯା ତାକୁ ଅନୁସନ୍ଧାନ କରୁଛି ପୋଲିସ୍। ସେପଟେ ମୃତ ସାନ୍ତନୁ ଙ୍କ ପରିବାର ଲୋକେ ହତ୍ଯା ଅଭିଯୋଗ ଆଣିବା ପରେ ପୋଲିସ ଘଟଣା କୁ ଗୁରୁତ୍ବ ନେଇ ତଦନ୍ତ କୁ ସକ୍ରୀୟ କରିଥିବା ଜଣା ପଡିଛି।

Spread the love