ନାଳରୁ ମୃତ ଦେହ ଠାବ, ପୋଲିସର ଅନୁସନ୍ଧାନ ଆରମ୍ଭ

(ପ୍ରତିଫଳନ ମିଡ଼ିଆ)

ରାୟଗଡା ଜିଲ୍ଲା ଗୁଣପୁର ଥାନା ଆଚବା ନାଳରେ ଜଣେ  ବ୍ୟକ୍ତିଙ୍କ ମୃତ ଦେହ ଠାବ। କିଏ କାହିଁକି କେତେବେଳ ଏମିତି ମୃତ୍ୟୁ ହୋଇଛି କାରଣ ଅଷ୍ପଷ୍ଟ ରହିଛି। ଘଟଣାସ୍ଥଳରେ  ପୋଲିସର ତଦନ୍ତ କରୁଛି । ଗୁଣପୁର ପୋଲିସ୍ ସାଇଣ୍ଟିଫିକ୍ ଟିମ୍ ର ସହାୟତା ନେଇ ତଦନ୍ତ ଜାରି ରଖିଛି । ମୃତ ବ୍ୟକ୍ତି ର ବୟସ ପାଖାପାଖି ୪୦ ହୋଇଥାଏପାରେ ବୋଲି  ପୋଲିସ୍ ଅନୁମାନ କରୁଛି। ନାଳରେ ମୃତ ଦେହ ପଡିଥିବା ନେଇ ପ୍ରଚାର ହୋଇଥିଲା | ପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲା | ମୃତ ବ୍ୟକ୍ତି ଙ୍କ ନାମ ସୋନୁ କୁମାର ସିଂ , ବିହାର ରାଜ୍ୟର ଗୟା ଜିଲ୍ଲାର ସେରଘାଟ ଅଞ୍ଚଳ ର ବୋଲି ପୋଲିସ୍ ଜାଣିବାକୁ ପାଇଛି । ବ୍ୟକ୍ତି ଜଣକ ଏକ ଦେଶୀ ମଦଭାଟିରେ କାମ କରୁଥିଲେ । କିଛି ମାସ ହେବ ମଧଭାଟି ଛାଡି ପ୍ଲାମ୍ବର କାମ କରୁଥିବା ଜଣାପଡ଼ିଛି । ପୋଲିସ ମୃତ ଦେହକୁ ଜବତ କରି ଅନୁସନ୍ଧାନ ଚଳାଇଛି ।

Spread the love