(ପ୍ରତିଫଳନ ମିଡ଼ିଆ)
ଗର୍ଭବତୀ ମହିଳାଙ୍କ ଅସ୍ଵାଭାବିକ ମୃତ୍ୟୁ । ବେକରେ କଳା ଦାଗ ରହିଥିବାରୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ସମ୍ପର୍କୀୟ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିଛି।ମୃତକର ସ୍ୱାମୀକୁ ଥାନାରେ ଅଟକ ରଖି ଜେରା କରୁଛି ପୋଲିସ।
। କୋରାପୁଟ ଜିଲ୍ଲା ସେମିଳିଗୁଡା ଥାନା ବେହେରାଗୁଡ଼ା ଗ୍ରାମରେ ଘଟିଛି ଘଟଣା। ବେହେରା ଗୁଡ଼ା ଗ୍ରାମର ଅନିଲ ଚୌଧୁରୀଙ୍କ ସ୍ତ୍ରୀ ରଚନା ସାହୁଙ୍କ ଗତକାଲି ମୃତ୍ୟୁ ଘଟିଥିଲା। ସ୍ବାମୀ ଘର ପରିବାର ବର୍ଗ ପକ୍ଷରୁ ମୃତକ ଙ୍କ ସମ୍ପର୍କୀୟଙ୍କୁ ସୂଚନା ଦିଆଯାଇଥିଲା। ମୃତକଙ୍କ ସଂପର୍କୀୟ ମାନେ ପହଞ୍ଚି ଦେଖିବା ପରେ ଝିଅ ମରିନାହି । ଝିଅକୁ ଶଙ୍କି ଚିପି ସ୍ବାମୀ ଘର ଲୋକେ ମାରିଦେଇଥିବା ଅଭିଯୋଗ ଆଣିଲେ ।
ନାରାୟଣପାଟଣା ବ୍ଳକର କୁମ୍ଭାରୀପୁଟ ପଞ୍ଚାୟତ ଜଗଗୁଡା ଗ୍ରାମରୁ ରଚନାଙ୍କ ପରିବାର ବେହେରା ଗୁଡ଼ା ଗ୍ରାମରେ ପହଞ୍ଚି ମୃତ ଝିଅର ବେକରେ ଏକ ଚିହ୍ନ ଥିବା ଦେଖି ହତ୍ୟା ସନ୍ଦେହ କରି ଥାନାରେ ଏତଲା ଦେଇଛନ୍ତି। ଗତ ମାର୍ଚ୍ଚରେ ବିବାହ ଅନୁଷ୍ଠିତ ହୋଇଥିଲା । ରଚନାର ବିବାହ ସମୟରେ ବାପ ଘର ଟଙ୍କା ସହ ସୁନା ରୁପା ଆସବାବପତ୍ର ଯୈାତୁକ ଭାବରେ ଜ୍ବାଇଁ ଘରକୁ ଦେଇଥିଲେ ବୋଲି କହିଛନ୍ତି। ବିବାହର କିଛି ମାସ ପରେ ପୁଣି ତିନି ଲକ୍ଷ ଟଙ୍କା ବାପା ଘରୁ ଆଣିବାକୁ ସ୍ତ୍ରୀକୁ କୁଆଡେ ସ୍ବାମୀ ଘର ବାରମ୍ବାର ଚାପ ଦେଉଥିଲେ । ଝିଅ ଦୁଇ ମାସ ଗର୍ଭବତୀ ହୋଇଥିବା ବେଳେ ମୃତୁ ହେବା ଦିନ ସକାଳୁ ଅଙ୍ଗନବାଡି କେନ୍ଦ୍ରରେ ସ୍ଵାସ୍ଥ୍ୟ ପରିକ୍ଷା କରାଇଥିଲେ ବୋଲି ପରିବାରବର୍ଗ ସୂଚନା ଦେଇଛନ୍ତି। ଯୈାତୁକ ପାଇଁ ହତ୍ୟା ହୋଇଥିବା ପରିବାରବର୍ଗ ସେମିଳିଗୁଡା ଥାନାରେ ଏତଲା ଦେବା ପରେ ପୋଲିସ ପକ୍ଷରୁ ସ୍ବାମୀ ଅନିଲ ଚୌଧୁରୀଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିବା ସହ ଅଧିକ ପଚରାଉଚୁରା କରୁଛି।
ଏଭଳି ଘଟଣା ନାରାୟଣପାଟଣା ଓ ସେମିଳିଗୁଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳକୁ ଯାଇ ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।