(ପ୍ରତିଫଳନ ମିଡ଼ିଆ)
ରାଜ୍ୟରେ ନୂଆ ବ୍ଲକ ଗଠନ ହେବ ବୋଲି ଘୋଷଣା ହେବା ପରେ ଚାରିଆଡେ ତତ୍ପରତା ପ୍ରକାଶ ପାଇଛି ।ରାୟଗଡା ଜିଲ୍ଲାର, ପୁଟାସିଂ ଅଞ୍ଚଳ ଉନ୍ନୟନ ପରିଷଦ କମିଟି ପକ୍ଷରୁ , ନୂତନ ପଞ୍ଚାୟତ ସମିତି ଗଠନ ଦାବିରେ ପୁଟାସିଂରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା |
ଉକ୍ତ ବୈଠକରେ ଉନ୍ନୟନ ପରିଷଦ କମିଟିର ସଭାପତି ମାଥିଉ ଦଳବେହେରା, ସମ୍ପାଦକ ପରମ ଶବର ଏବଂ ଉପଦେଷ୍ଟା ସୁଶ୍ରୀ ଲକ୍ଷ୍ମୀ ଶବରଙ୍କ ତତ୍ୱବଧାନରେ ପରିଚାଳନା କରାଗଲା | ଏହି ସମାବେଶରେ ୯ ଟି ଗ୍ରାମ ପଞ୍ଚାୟତର ନିର୍ବାଚିତ ସରପଞ୍ଚଗଣ ,ସମସ୍ତ ୱାର୍ଡ ମେମ୍ବର ଗଣ, ପୂର୍ବତନ ନିର୍ବାଚିତ ପ୍ରତିନିଧି ଗଣ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କଇଣ୍ଡ ରଇତ, ଜିଲ୍ଲା ପରିଷଦ ସଭ୍ୟ ଇଗାନ ଗମାଙ୍ଗ, ସାଂସଦ ପ୍ରତିନିଧି ସନ୍ତୋଷି ଶବର, ପୁଟାସିଂ ସମିତି ସଭ୍ୟ ସଲୋମନ ଗମାଙ୍ଗ, ଉନ୍ନୟନ ପରିଷଦ କମିଟିର ଉପଦେଷ୍ଟା ଦାମଦର ଶବର, ପୁଟାସିଂ ପଞ୍ଚାୟତର ସରପଞ୍ଚ ଏସିୟ ଶବର, ପୂର୍ବତନ ସମିତି ସଭ୍ୟ ଭରତ ଶବର, ଶଗଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଦିବସ ରାଇକା,ଜୁଣେଶ ଶବର, ରାଜେଶ ଗମାଙ୍ଗ,ଜଲତାର ପଞ୍ଚାୟତ ସମିତି ସଭ୍ୟ ଜଗଦୀଶ ଶବର, ପୂର୍ବତନ ସରପଞ୍ଚ ଡାପନ ସରପଞ୍ଚ,ପୁଟାସିଂ ଶାନ୍ତି କମିଟିର ସଭାପତି ଗିଦିୟୋନ ପାଣି, କମିଟି ମେମ୍ବର ରଞ୍ଜିତ ପାଣି, କୁଲୁସିଂ ପଞ୍ଚାୟତର ସମିତି ସଭ୍ୟ ଆଦ୍ରୀୟ ଶବର,ପୂର୍ବତନ ସରପଞ୍ଚ ପାଉଲ ମଣ୍ଡଳ, ପୂର୍ବତନ ସରପଞ୍ଚ ଗମ୍ଭୀର ଗମାଙ୍ଗ ଆବାଡା ପଞ୍ଚାୟତର ସମିତି ସଭ୍ୟ ଇସ୍ର ଶବର, ଚିନାସାରୀ ପଞ୍ଚାୟତ ପୂର୍ବତନ ସରପଞ୍ଚ ଜେମ ଶବର, ଯୁବ ନେତା ସୁନୀଲ ଶବର ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ,ବୁଦ୍ଧିଜୀବି ପୁଣି ଯୁବଗୋଷ୍ଠୀ ଯୋଗଦାନ କରିଥିଲେ |
ପ୍ରକାଶ ଥାଉ କି, ଦୀର୍ଘ ବର୍ଷ ଧରି ନୂତନ ବ୍ଲକ ଗଠନ ନେଇ ଦାବି କରି ଆସୁଛନ୍ତି ଅଞ୍ଚଳବାସୀ । ଭୌଗୋଳିକ ଦୃଷ୍ଟିକୋଣରୁ, ଅଞ୍ଚଳର ସାମଗ୍ରିକ ବିକାଶ ନିମନ୍ତେ ପୁଟାସିଂରେ ନୂତନ ପଞ୍ଚାୟତ ସମିତି ଗଠନ ନିତାନ୍ତ ଜରୁରୀ ରହିଛି | ଏଠାରେ ମଧ୍ୟ ଆଦିମ ଜନଜାତି ଲାଞ୍ଜିଆ ସୌରା ଲୋକେ ବସବାସ କରନ୍ତି । ଆଜିର ବୈଠକରେ ଉପସ୍ଥିତ ଥିବା ସମସ୍ତ ଜନବୃନ୍ଦ ଦୃଢୋକ୍ତି ଦେଇ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବା ସହ ନିଜର ଦାବି ଉପସ୍ଥାପନ କରିଛନ୍ତି | ଆଗାମୀ ବ୍ଲକ ପୁନଃ ଗଠନ ପ୍ରକ୍ରିୟାରେ ପୁଟାସିଂ ବ୍ଲକ ଗଠନ ପାଇଁ ଦାବି ରଖିଛନ୍ତି ।