ଗୁଣପୁର(ପ୍ରତିଫଳନ ମିଡ଼ିଆ)
ଅଖିଳ ଭାରତ କୃଷକ ମହାସଭା ପକ୍ଷରୁ ରାୟଗଡ଼ା ଜିଲ୍ଲା ଗୁଣପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ପ୍ରତିବାଦ କରାଯାଇଛି | ଲଘୁଚାପ ଜନିଜ ବର୍ଷା ଯୋଗୁଁ ଧାନ ଓ କପା ନଷ୍ଟ ହୋଇଥିବା ଯୋଗୁ ସରକାର ଧାର୍ଯ୍ୟ କରିଥିବା ଏଫଏକ୍ୟୁ ମାନ ଆସୁନାହିଁ ତେଣୁ ଏଥିରେ କୋହଳ କରିବା, କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରିବା, ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବା, ଫସଲ ନଷ୍ଟ ଯୋଗୁ ଆତ୍ମହତ୍ଯା କରିଥିବା ଚାଷୀ ଙ୍କୁ ରୁଣ ଛାଡ କରିବା ଭଳି 10 ଦାବି ନେଇ ଗଣ ପ୍ରତିବାଦ କରାଯାଇ ଥିବା କୁହାଯାଇଛି | ଏଥି ପୂର୍ବରୁ ସ୍ଥାନୀୟ ବାଇପାସ୍ ଛକ ରୁ ସିପିଆଇ ଏମଏଲ ଲିବରେସନ ର ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗୋ ଙ୍କ ନେତୃତ୍ଵରେ ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ନାରାବାଜି ଦେଇ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟକୁ ଆସିଥିଲେ | ସେଠରେ ପ୍ରତିବାଦ ସଭା କରିବା ପରେ 10 ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ଯ ରେ ସହକାରୀ ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ |