ଘନ କୁହୁଡ଼ିରେ ଅବିଭକ୍ତ କୋରାପୁଟ ମାଳଭୂମି◆ଯାତାୟାତରେ ସମସ୍ୟା

(ପ୍ରତିଫଳନ ମିଡିଆ)

ଶୀତର ମୁହଁ ଦେଖାଉଛି ପୁଣି ଚାଲିଯାଉଛି । ଶୀତର ଲୁଚକାଳି ଖେଳକୁ ଅଦିନିଆ ବର୍ଷା ଚାଷୀକୂଳ ହତାଶ ହୋଇପଡିଛନ୍ତି । ଲଘୁଚାପ ବର୍ଷାର ମାଡ଼ରେ ଧାନ ଓ ପରିବା ଚାଷୀ ଚେପା ହୋଇ ପଡିଛନ୍ତି । ଫସଲ ନଷ୍ଟ ଭିତରେ ସେମାନେ ସଢ଼ୁଛନ୍ତି । ଋଣ କିପରି ଶୁଝିବେ ସେହି ଚିନ୍ତା ଖାଉଛି । ଏଣେ ଶୀତ ଦିନେ ଦି ଦିନ ହେଉଛି ପୁଣି ଅସହ୍ୟ ଖରା ହେଉଛି । ସକାଳୁ ସକାଳୁ ଘନ କୁହୁଡି ରେ ଆଚ୍ଛାଦିତ ହେଉଛି ପୁରା ଅଞ୍ଚଳ | ଅତି ନିକଟରୁ କିଛି ଦେଖା ଯାଉନି ।  ସକାଳ ୮ ଟା ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖା ଯାଉ ନାହାନ୍ତି | ଯାତ୍ରୀ ବାଇକ ରେ ଗଲେ ଲାଇଟ୍ ଲଗାଇ ଯାଉଥିବା ଦେଖିବାକୁ ମିଲୁଛି | ସାଇକେଲ ଯାତ୍ରୀ ମଧ୍ଯ ଦୁର୍ଘଟଣା ଭୟରେ ଚାଲି ଚାଲି  ଯାଉଥିବା ଦେଖା ଯାଉଚି |

Oplus_131072

ଏମିତି ଅବସ୍ଥା ରାୟଗଡା ଜିଲ୍ଲା ର ପଦ୍ମପୁର ରୁ ଗୁଣପୁର ,ରାମନାଗୁଡା, କାଶୀପୁର, ଚନ୍ଦ୍ରପୁର, ବିଷମ କଟକ, ମୁନିଗୁଡା, କୋଲନରା, ରାୟଗଡା , ଗୁଡାରୀ ଆଦି ଅଞ୍ଚଳରେ ଲାଗି ରହିଛି | କେବଳ ରାୟଗଡା ନୁହେଁ ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରାୟ ସବୁ ଅଞ୍ଚଳରେ ବି ସମାନ ସ୍ଥିତି । ପର୍ଯ୍ୟଟକଙ୍କୁ ଏଭଳି ପରିବେଶ ଭଲ ଲାଗୁଛି ସତ । କିନ୍ତୁ ଯାତାୟାତରେ ପ୍ରମୁଖ ଅନ୍ତରାୟ ସାଜିଛି । ମୁହଁ କୁ ମୁହ ଦେଖା ଯାଉନି | ଦୁର୍ଘଟଣାର ଭୟ ଲାଗି ରହୁଛି । ପରିବେଶ ପ୍ରଦୂଷଣ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇ ଥିବା ପରିବେଶବିତ ମାନେ କହୁଥିବା ବେଳେ ଆଗାମୀ କିଛି ଦିନ ଏଭଳି ସ୍ଥିତି ଜାରି ରହିବ ଏବଂ ଯାତାୟାତରେ ସର୍ତ୍ତକତା ଅବଲମ୍ବନ କରିବାକୁ ପାଣିପାଗ ବିଜ୍ଞାନୀ ଗୁରୁତ୍ବାରୋପ କରିଛନ୍ତି ।

Oplus_131072

Spread the love