ଥାନା ଠାରୁ ଜିଲ୍ଲା ପର୍ଯ୍ୟନ୍ତ ପୋଲିସକୁ ପ୍ରଭାବୀ କରାଯିବ : ଡି ଜି ପୋଲିସ

ପ୍ରତିଫଳନ ମିଡ଼ିଆ

ସୀମାନ୍ତରେ ଅବସ୍ଥିତ କୋରାପୁଟ ଓ ମାଲକାନଗିରି ଜିଲ୍ଲା ରେ ଗଞ୍ଜେଇ ଚୋରା କାରବାରକୁ ରୋକିବା ସକାଶେ କଠୋର ପଦକ୍ଷେପ ଗ୍ରହଣ କରାଯିବ । ଅପରାଧୀଙ୍କୁ ଧରିବା ଓ ଅପରାଧକୁ ନିୟନ୍ତ୍ରଣ କରିବା ସହ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ପାଇଁ ଥାନା ଠାରୁ ଜିଲ୍ଲା ପର୍ଯ୍ୟନ୍ତ ପୋଲିସ ର ମାନବ ସମ୍ବଳ ଓ ଭିତ୍ତିଭୂମି ର ଉନ୍ନତି ଅଣାଯିବ। ପୋଲିସ ପେଟ୍ରୋଲିଙ୍ଗ କୁ ଅଧିକା କ୍ରିୟାଶୀଳ କରାଯିବାକୁ ଗୁରୁତ୍ୱ ଦିଆଯାଇଛି  ବୋଲି  ପୋଲିସ ମହାନିର୍ଦ୍ଦେଶକ ୱାଇଭି ଖୁରାନିଆ କହିଛନ୍ତି  । ଥାନାକୁ ଆସୁଥିବା  ମାମଲା ଗୁଡ଼ିକୁ କୌଣସି ପକ୍ଷପାତ ନକରି ନିରପେକ୍ଷ ରହି  ଆଇନ ଅନୁଯାୟୀ   ନ୍ୟାୟ ପୁର୍ଣ୍ଣ ଭାବେ  ପଦକ୍ଷେପ ଗ୍ରହଣ କରିବାକୁ ପୋଲିସ ଯତ୍ନବାନ ରହିବେ ବୋଲି ପୋଲିସ ମହା ନିର୍ଦଦେଶକ କହିଛନ୍ତି । ଆଇନର ଖିଲାପ କରିବା ଅଭିଯୋଗ ନଜରକୁ ଆଣିଲେ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି  ।

ବେଆଇନ ଭାବେ ଜମି ଜବର ଦଖଲ କରୁଥିବା ଜମି ହଡ଼ପ କାରୀ ଵିରୁଦ୍ଧ ରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ତ୍ୱରିତ ନ୍ୟାୟ ପ୍ରଦାନକୁ ଡିଜି ଙ୍କ ଗୁରୁତ୍ଵ।

ଦାୟିତ୍ଵ ଗ୍ରହଣ କରିବାପରେ ପ୍ରଥମ ଥର କୋରାପୁଟ ଗସ୍ତରେ ଆସି  ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରେ  ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ  । ଆଗାମୀ ଦିନରେ ୨ତି ଜିଲ୍ଲା ରେ ଆଇନ ଶୃଙ୍ଖଳା ପରିସ୍ଥିତି ଗଞ୍ଜେଇ  ଚୋରା କାରବାର ରୋକିବା ,  ଗଞ୍ଜେଇ ମାଫିଆ ଓ  ଚାଲାଣ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା  ଦେଇଛନ୍ତି।  ସୀମାନ୍ତବର୍ତୀ ଅଂଚଳରେ ଗଞ୍ଜେଇ କାରବାରକୁ ରୋକିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏହକୁ ମୁଳୁରୁ ବିନାଶ କରିବା ପାଇଁ ପୋଲିସ ପାଇଁ କଡା ଚାଲେଞ୍ଜ ରହିଛି । ପୋଲିସ ର ଅଭିଯାନ କୁ ସଫଳ କରିବା ପାଇଁ ଜନ ସାଧାରଣ ଙ୍କ ସହଯୋଗ କାମନା କରିଛନ୍ତି ପୋଲିସ ଡିଜି ।ମାଓ ସମସ୍ୟା ପରେ ଗଞ୍ଜେଇ କାରବାର ରୋକିବା ପାଇଁ ପୋଲିସ ର ଏହା ଏବେ ପ୍ରାଥମିକତା  ବୋଲି କହିଛନ୍ତି।ଆଜି ମାଲକାନଗିରି ଗସ୍ତ ସାରି କୋରାପୁଟ ଗସ୍ତ ରେ ଆସି ପ୍ରଥମେ ବିଏସଫ କ୍ୟାମ୍ପ ରେ ଅବତରଣ କରିଥିଲେ।ପରେ ଏସଓଜି କ୍ୟାମ୍ପ କୁ ଯାଇ  ଆଲୋଚନା କରିଥିଲେ । ରାଷ୍ଟ୍ର ପ୍ରତି ଯବାନଙ୍କ  ସମର୍ପିତ ମନୋଭାବ ଓ ସମାଜ ପ୍ରତି ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତା କୁ ଗୁରୁତ୍ୱ ଦେଇଥିଲେ।ଯବାନ ମାନଙ୍କ ମନୋବଳ ଓ ଦକ୍ଷତା ବଢାଇ ଥିଲେ ।ପରେ ପୋଲିସ ମୁଖ୍ୟାଳୟ ରେ ଆୟୋଜିତ ସାମ୍ବାଦିକ ସମିଳନୀ ରେ ଏହା ପ୍ରକାଶ କରିଥିଲେ ।

ପୋଲିସ ଡିଜି ଙ୍କ ସହ ଡିଆଇଜି ଗୁଇନ୍ଦା କାନୱର ବିଶାଳ ସିଂ, ଅଖିଳେଶ କୁମାର ସିଂ ,କୋରାପୁଟ ଏସପି , କୋରାପୁଟ ଜିଲ୍ଲାପାଳ ବି କୀର୍ତ୍ତି ଭାସନ ପ୍ରମୁଖ ଉପସ୍ଥିତ ଥିଲେ ।

କୋରାପୁଟକୁ ପ୍ରଥମ ଗସ୍ତରେ ଆସି କଲେ ସମୀକ୍ଷା

କୋରାପୁଟ ସ୍ଥିତ  ବିଏସଏଫ ସେକ୍ଟର କ୍ୟାମ୍ପ ରେ ଅବତରଣ କରି ବିଏସଏଫ  ଅଧିକାରୀ ଓ ଯବାନ ମାନଙ୍କ ସହ ଆଲୋଚନା କରିଥିଲେ ।ପରେ ଏସଓଜି କ୍ୟମ୍ପକୁ ଯାଇ ଜବାନ ମାନଙ୍କ ସହ  ଆଲୋଚନା କରି ମତାମତ ଗ୍ରହଣ କରିଥିଲେ ବୋଲି କହିଥିଲେ ପୋଲିସ ମହା ନିର୍ଦେଶକ ୱାଇ ବି ଖୁରାନିଆ । ଗତକାଲି  ମାଲକାନଗିରି ଗସ୍ତ କରିଥିଲେ । ପରେ  କୋରାପୁଟକୁ ଗସ୍ତରେ ଆସିଥିଲେ । ମାଲକାନଗିରି ଜିଲ୍ଲାର ସ୍ଵାଭିମାନ ଅଞ୍ଚଳର ଗୋରାସେତୁ ବିଏସ୍ଏଫ କ୍ୟାମ୍ପ ପରିଦର୍ଶନ ପରେ ପୋଲିସ ଓ ବିଏସ୍ଏଫର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ  କରି  ଶୁକ୍ରବାର ଦିନ କୋରାପୁଟ ଗସ୍ତ କରିଥିଲେ ।

ସୁବର୍ଣ୍ଣପୁର ର ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ସମ୍ପର୍କ ରେ ଅବଗତ ଅଛି ,ଡ଼ିଆଇଜିଙ୍କ ରିପୋର୍ଟ ଆସିବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାମ୍ବାଦିକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଡିଆଇଜି।

ସୁବର୍ଣ୍ଣପୁର ର ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ସମ୍ପର୍କ ରେ ଅବଗତ ଅଛି :ଡିଜି

Oplus_131072

Spread the love