ମୋବାଇଲ ଗେମ ସାଜିଲା କାଳ !
ପ୍ରତିଫଳନ ମିଡ଼ିଆ
ରାୟଗଡା ଜିଲ୍ଲା ରାମନାଗୁଡା ଥାନା ଅଂଚଳରେ ଜଣେ ନାବାଳିକା ଜୀବନ ହାରି ଥିବା ଅଭିଯୋଗ ହୋଇଛି | ମୃତ ନାବାଳିକା ଜଣଙ୍କ ହେଲେ ଛଦ୍ମ ନାମ ସୁନେଲି | ବୟସ ପ୍ରାୟ 15 ବର୍ଷ ହେବ ବୋଲି ଜଣାପଡିଛି | ସେ କିଛି ଦିନ ହେବ ଦଶମ ଶ୍ରେଣି ପରୀକ୍ଷା ଦେଇଥିଲେ | ସୁନେଲି ବହୁ ସମୟ ଧରି ମୋବାଇଲ ଧରି ରହୁଥିଲେ ତେଣୁ ମୋବାଇଲ ରେ ଗେମ ଖେଳୁଥିବା ସନ୍ଦେହ କରୁଥିଲେ | ଗତ କାଲି ରାତି ରେ ନିଜ ଘର ଶୌଚାଳୟ ରେ ବେକ ରେ ଚୁନି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି | ଖବର ପାଇ ପୋଲିସ ପହଂଚି ମୃତ ଦେହକୁ ଜବତ କରି ବ୍ଯବଛେଦ କରିବା ପାଇଁ ଗୁଣପୁର ପଠାଇଛି ।ଏପଟେ ସାଇଣ୍ଟିଫିକ୍ ଟିମ୍ ସହାୟତା ରେ ତଦନ୍ତ କରୁଛି |