ପ୍ରତିଫଳନ ମିଡ଼ିଆ
ଗୁଣପୁର ରେଳ ଷ୍ଟେସନ୍ କୁ ସ୍ବତନ୍ତ୍ର ରେଳ ଯୋଗେ ଗସ୍ତ କରିଥିଲେ ପୁର୍ବତଟ ରେଳପଥ ମହାପ୍ରବନ୍ଧକ। ବିଭିନ୍ନ ଉନ୍ନୟନ ମୂଳକ କାମର ତଦାରଖ କରିବା ସହ ପରିଦର୍ଶନ କଲେ ପୁର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ବର ପଙ୍କ୍ଓ୍ବାଲ। ନୈାପଡା – ଗୁଣପୁର ରେଳପଥ ରେ ଥିବା ବିଭିନ୍ନ ଷ୍ଟେସନ ଗୁଡିକୁ ବୁଲି ଦେଖିବା ସହ ଉନ୍ନୟନ ମୂଳକ କାମର ତଦାରଖ କରିଥିଲେ। ଗସ୍ତ ସମୟରେ ରେଳ ବିଭାଗର ବିଭିନ୍ନି ବିଭାଗର ବରିଷ୍ଟ ପଦାଧିକାରି ମାନେ ଉପିସ୍ଥିତ ଥିଲେ। ଷ୍ଟେସନ୍ ରେ ଥିବା ବିଭିନ୍ନ ଅବ୍ୟବସ୍ଥା କୁ ନେଇ ଗୁଣୁପୁର ଅଞ୍ଚଳର ବିଭିନ୍ନ ସଂଙ୍ଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଚଳାଚଳ କରୁଥିବା ଟ୍ରେନ୍ ର ଷ୍ପିଡ୍ ଲିମିଟ୍ ବଢାଇବା ,ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା, ବିଶାଖାପାଟଣା- ଗୁଣପୁର ଟ୍ରେନ୍ ରେ ଏସି ବଗି ଲଗାଇବା, ଷ୍ଟେସନ ରେ ଫୁଟ୍ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ, ରେଳ ଷ୍ଟେସନ ଜାଗାରୁ ଜବର ଦଖଲ ହଟାଇବା, ଗୁଣପୁର – ଥେରୁବାଲି ରେଳପଥ ସଂଯୋଗୀକରଣ କାର୍ଯ୍ୟରେ ଜମି ଅଧିଗ୍ରହଣ କରିବା ସହ ଯଥାଶୀଘ୍ର କାମ ତ୍ବରାନ୍ବିତ କରିବା, ଷ୍ଟେସନ ଆଲୋକି କରଣ, ଡ଼ବଲ ଲାଇନ୍ ରେଳପଥ କରିବା, ରେଳ କ୍ରସିଂ ପାଇଁ ରେଳପଥ ତିଆରି କରିବା ଭଳି ବିଭିନ୍ନ ଦାବିପତ୍ର ପ୍ରଦାନ କରାଯାଇଛି।
ଦାବିପତ୍ର ମଧ୍ୟରେ ଥିବା କିଛି ଉନ୍ନୟନ କାମ ମହାପ୍ରବନ୍ଧକ ଆରମ୍ଭ ହୋଇସାରିଥିବା କହିଛନ୍ତି। ରେଳ କ୍ରସିଂ ଲାଇନ୍ ର କାମ ଆରମ୍ଭ ହୋଇସାରିଛି, ଗୁଣପୁର – ଥେରୁବାଲି ନୁଆ ରେଳପଥ ର ଜମି ଅଧିଗ୍ରହଣ କାମ ଚାଲିଛି, ରେଳର ଷ୍ପିଡ୍ ଲିମିଟ୍ ବଢାଯିବା ପାଇଁ କାମ ସରିଛି ଅତିଶୀଘ୍ର ଟ୍ରେନ୍ ଷ୍ଫିଡ୍ ବଢିବ ବୋଲି ପ୍ରତିକ୍ରିୟା ଦେବା ସହ ଅନ୍ୟାନ୍ୟ ଦାବି ଉପରେ ମଧ୍ୟ ନଜର ଦିଆଯିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମହାପ୍ରବନ୍ଧକ ପରମେଶ୍ବର ପଙ୍କଓ୍ବାଲ୍ । ଗୁଣୁପୁରର ବୁଦ୍ଧିଜୀବୀ ମାନେ ପରମେଶ୍ବରଙ୍କୁ ସ୍ଵାଗତ କରିବା ସହ ଆଲୋଚନା କରିଥିଲେ ।