ଗୁଣୁପୁର (ପ୍ରତିଫଳନ ମିଡ଼ିଆ)
ଅନେକ ଦିନ ହେଲା ରାୟଗଡା ଜିଲ୍ଲା ଗୁଣୁପୁର ,ଗୁମୁଡା, ରାମନାଗୁଡ଼ା ର ବିଭିନ୍ନ ସ୍ଥାନରେ ଥିବା ବିଦେଶି ମଦ ଦୋକାନ ଗୁଡିକରେ ନକଲି ମଦ ବିକ୍ରି କରିବା ନେଇ ଅଭିଯୋଗ ହୋଇ ଆସୁଥିଲା। ବିଳମ୍ବିତ ରାତ୍ରିରେ ଅବକାରି ଗୁଇନ୍ଦା ବିଭାଗ ବିଶେଷ ସୁତ୍ରରୁ ଖବର ପାଇ ଏକ ଲାଇସେନସ୍ ପ୍ରାପ୍ତ ଗୁମୁଡା ଠିପି ବନ୍ଦ ବିଦେଶି ମଦ ଦୋକାନ ରେ ଅଚାନକ ଚଢାଉ କରିଥିଲା। ସେଥିରେ ଦୋକାନର ପଛପଟ ଥିବା ଏକ ଗୋଦାମରେ ବିପୁଳ ପରିମାଣର ବଟଲ , ଷ୍ଟିକର , ମଦବଟଲ ଭିତରେ ରହିଥିଲା ନକଲି ମଦ ଲିକୁଇଡ୍ ସାମଗ୍ରି। ଏଠାରେ ବିଭିନ୍ନ ନାମିଦାମୀ ବ୍ରାଣ୍ଡର ମଦର ଲେବୁଲ ଓ ସିଲ ମାରି ବିକ୍ରି ସହ ବାହାରକୁ ପଠାଯାଉଥିବା ଅନୁସନ୍ଧାନରୁ ଜଣା ପଡ଼ିଛି । ଜିଲ୍ଲା ଅବକାରୀ ବିଭାଗର ଜ୍ଞାତ ସାରରେ ଏସବୁ ହେଉଥିବା ଅନେକ ଘଟଣାରୁ ପ୍ରମାଣିତ ହେଉଛି । ଅଥଚ ଅବକାରୀ ବିଭାଗ ଚୁପ ରହିବା ପଛରେ କି ଉଦ୍ଦେଶ୍ୟ ରହିଛି ବୋଲି ସ୍ଥାନୀୟ ଲୋକ ପ୍ରଶ୍ନ କରିଛନ୍ତି ।
ଗୁଇନ୍ଦା ବିଭାଗ ଜାଣିବା ପରେ ଏନେଇ ଅବକାରି ବିଭାଗ ସୁପରିଟେଣ୍ଡେଣ୍ଟ ଙ୍କୁ ଜଣାଇଯାଇଥିବା କହିଛନ୍ତି ଗୁଇନ୍ଦା ବିଭାଗ। ଗୁଣୁପୁର ଅବକାରି ବିଭାଗ ଅଧିକାରି ବିଦେଶି ମଦ ଦୋକାନରେ ପହଞ୍ଚି ତଦନ୍ତ କରିଛନ୍ତି। ଏହି ଗୋଦାମରେ ୧୪୦ ପେଟି ବଟଲରେ ଭର୍ତ୍ତି ଥିବା ମଦ ରେ ମିଶ୍ରିତ ହେବାକୁଥିବା ନକଲି ଲିକୁଇଡ୍, ଷ୍ଟିକର ସବୁକିଛି କୁ ଜବତ କରିଛି ଅବକାରି ବିଭାଗ। ଏହି ଲିକ୍ୟୁଇଡି କୁ ନାମିଦାମି ବଟଲରେ ଭର୍ତୀ କରି ଲୋକଙ୍କୁ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ସମସ୍ତ ମଦ ପେଟିକୁ ଜବତ କରି ଅବକାରି ନେଇ ଆସିଛି। ଏହି ବିଦେଶୀ ମଦଦୋକାନ କର୍ମଚାରୀ ଙ୍କୁ ଉଠାଇ ଆଣିଛି ପୋଲିସ। ଏହି ଘଟଣା ପଦାକୁ ଆସିବା ପରେ ସ୍ଥାନିୟ ଲୋକେ ଦୋକାନକୁ ସିଲ୍ କରିବାର ଆବଶ୍ୟକ ଥିବା କହିଥିବା ବେଳେ ଏହି ମଦ ପିଇ ପାଖାପାଖି ୩୦ରୁ ଉର୍ଦ୍ଧ୍ଵ ଲୋକ ପୁର୍ବରୁ ମୁତ୍ୟ ଘଟିଥିବା ସ୍ଥାନିୟ ଲୋକ ଅବକାରି ବିଭାଗର ନଜରକୁ ନେଇଛନ୍ତି।
କିଛି ଦିନ ତଳେ ରାମନାଗୁଡ଼ା ଅଞ୍ଚଳରେ ଏଭଳି ମଦ କାରବାରକୁ ନେଇ ଅବକାରି ବିଭାଗ ଓ ପୋଲିସ୍ ଜାଣିପାରିଥିଲା। ଗୋଟିଏ ବାଇକ୍ ସହ ସହ କିଛ ମଦ ବଟଲ କୁ ଜବତ କରି ଜଣକୁ ଗିରଫ କରିଦେଇ ହାତ ଝାଡିଦେଇଥିଲେ। ଏହି ନକଲି ମଦକାରବାରରେ କାହାର ସଂମ୍ପୃକ୍ତି, କେଉଁଠୁ ଆସୁଛି ଏହି ମଦବଟଲ, ଲିକ୍ୟୁଡି, ଷ୍ଟିକରକିଙ୍ଗ୍ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ?
ଅବକାରି ଧରିପାରିବ କି ବୋଲି ଦୀର୍ଘ ସମୟ ଧରି ଗୁମୁଡା ଠାରେ ଜନସାଧାରଣ ଅବକାରି ବିଭାଗକୁ ପ୍ରଶ୍ନ କରି ନାକେଦମ କରିଥିଲେ। ଅବକାରି ବିଭାଗ କଣ ପଦକ୍ଷେପ ନେଉଛି ତାର ଉପରେ ସମସ୍ତ ଙ୍କ ନଜର ରହିଛି। ତେବେ ଏଭଳି ନକଲି ମଦ କାରବାର ଯୋଗୁଁ ଯେ କୌଣସି ସମୟରେ ମଦ ମୃତ୍ୟୁ ଘଟିପାରେ ବୋଲି ଆଶଙ୍କା କରାଯାଉଛି । ରାୟଗଡ଼ା ଜିଲ୍ଲାର ସମସ୍ତ ମଦ ଦୋକାନକୁ ତଦନ୍ତ ପରିସରଭୁକ୍ତ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି ।