(ପ୍ରତିଫଳନ ମିଡ଼ିଆ)
ବିକ୍ରି କରି ନ ପାରି ଚାଷୀ ହେଉଛି ହନ୍ତସନ୍ତ । ଧାନ ପାଇଁ ସରକାର ହେଉଛନ୍ତି ବଦନାମ । ମଉକା ଉଠାଇବାକୁ ଉଦ୍ୟମ କରୁଛନ୍ତି ବିରୋଧୀ ଦଳ । ବିରୋଧୀଙ୍କ ସହ ହାତ ମିଲାଇଛନ୍ତି ମିଲର୍।ନୀରବ ଦ୍ରଷ୍ଟା ସାଜିଛି ଯୋଗାଣ ବିଭାଗ ପ୍ରଶାସନ ଓ ଲ୍ୟାମ୍ପ ।
ଚାଷୀଙ୍କ ଠାରୁ ସରକାରୀ ଦାମରେ ଧାନ କିଣା ଯାଉନାହିଁ ।୧୬୦୦ ରୁ ୧୭୦୦ ଟଙ୍କା ମଧ୍ୟରେ ବିକିଲେ କିଣା ଯିବ କହୁଛନ୍ତି ମିଲେର। ନ୍ୟାୟ ପାଇ ପୋଲିସର ଦ୍ଵାରସ୍ତ ହେଲେ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକର ଚାଷୀ କୁଳ । ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକର ଚାଷୀ ମାନେ ଧାନ ବିକ୍ରୟ କରିବା ପାଇଁ ପୋଲିସର ଦ୍ବାରସ୍ଥ ହୋଇଛନ୍ତି । ସ୍ଥାନୀୟ ମିଲ ମାଲିକ, ଲ୍ୟାମ୍ପ ଓ ଯୋଗାଣ ବିଭାଗ ଅଧିକାରୀଙ୍କ ମଧ୍ୟରେ ଭିତିରି ସଲା ସୂତରା ରହିଥିବାରୁ ଚାଷୀଙ୍କ ଠାରୁ ଧାନ କିଣୁ ନାହାଁନ୍ତି ମିଲର ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଯଦି ୧୬୦୦ ରୁ ୧୭୦୦ ଟଙ୍କା ମଧ୍ୟରେ ବିକିବ କିଣା ଯିବ ବୋଲି ମିଲର ଚାଷୀଙ୍କୁ କହୁଛନ୍ତି ବୋଲି ଗୁରୁତର ଅଭିଯୋଗ କରିଛନ୍ତି ଚାଷୀ ।ଏହିଭଳି କହି ଅଭାବରେ ଥିବା ନିରୀହ ଚାଷୀଙ୍କୁ ଶୋଷଣ କରୁଛନ୍ତି ମିଳର ଓ ଦଲାଲ ।ଚାଷୀଙ୍କୁ ଶୋଷଣ କରୁଥିବା ମିଲର ମାନଙ୍କୁ ଆଖିବୁଜି ସମର୍ଥନ କରୁଛନ୍ତି ବ୍ଲକର ଦୁ ର୍ନୀତି ଗ୍ରସ୍ତ ଅଧିକାରୀ ।ସଂପୃକ୍ତ ଅଧିକାରୀ ମାନଙ୍କ ବିରୋଧରେ ତଦନ୍ତ କରି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଚାଷୀ ଓ ବ୍ଲକ୍ ଯୁବ ମୋର୍ଚ୍ଚା ଦାବି କରି ପଦ୍ମପୁର ଥାନା ପୋଲିସର ଦ୍ବାରସ୍ଥ ହୋଇଛନ୍ତି । ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ସ୍ଥାନୀୟ ପ୍ରଶାସନ ନ ଶୁଣିଲେ ଯୋଗାଣ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁହାରି କରିବୁ ବୋଲି ଚାଷୀ ସତ୍ୟ ନାରାୟଣ ସାହୁ,ଚନ୍ଦନ ମହାପାତ୍ର ପ୍ରମୁଖ କହି ଛନ୍ତି ।ତୁରନ୍ତ ଚାଷୀଙ୍କ ଧାନ ସରକାରୀ ଦରରେ ପ୍ରଶାସନ କିଣିବା ବ୍ୟବସ୍ଥା କରୁ ବୋଲି ବ୍ଲକ୍ ଯୁବ ମୋର୍ଚ୍ଚା ସଭାପତି ନଚିକେତା ସାହୁ ଦାବି କରିଛନ୍ତି ।
ସ୍ଥାନୀୟ ମିଲ ମାଲିକ ଓ ଅଧିକାରୀଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ରହିଛି ଏଣୁ ଚାଷୀଙ୍କ ଠାରୁ ଧାନ କିଣାଯାଉ ନାହିଁ। ଏପରି କରି ସରକାରକୁ ବଦନାମ କରିବା ପାଇ ଯୋଜନା ବଧ ଷଡଯନ୍ତ୍ର କରାଯାଉଛି ବୋଲି ଯୁବ ମୋର୍ଚ୍ଚା ଅଭିଯୋଗ କରିଛି। ପଦ୍ମପୁର ଅଂଚଳର ଚାଷୀ କିଭଳି ଉଚିତ୍ ମୂଲ୍ୟରେ ଧାନ ବିକ୍ରୟ କରିପାରିବେ ତାର ତ୍ୱରିତ ପଦକ୍ଷେପ ଗ୍ରହଣ କରିବାପାଇଁ ରାଜ୍ୟ ସରକାର,ଓ ରାଜ୍ୟ କୃଷକ ମୋର୍ଚ୍ଚା ଠାରେ ଦାବି କରିଛ ବ୍ଲକ୍ ଯୁବ ମୋର୍ଚ୍ଚା ଓ ଚାଷୀ।
ଧାନ ବିକ୍ରୟ କରି ପାରୁନାହାନ୍ତି ଚାଷୀ । ରାଜ୍ୟ ସରକାର କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣିବା ନେଇ ଘୋଷଣା କରିଛନ୍ତି ହେଲେ ରାୟଗଡ଼ା ଜିଲ୍ଲାରେ ସରକାରଙ୍କ ଧାର୍ଯ୍ୟ ଦରରେ ଧାନ କିଣା ଯାଉନାହିଁ । ଜିଲ୍ଲାରେ ପ୍ରଶାସନ,ଯୋଗାଣ ବିଭାଗ ,ଲ୍ୟାମ୍ପ ,ମିଲ ମାଲିକ ମାନଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ରହିଛି। ଫଳରେ ଚାଷୀ ଧାନ ବିକ୍ରୟ କରି ପାରୁ ନାହାଁନ୍ତି । ଟଙ୍କା ପାଇଁ ଛଟ ପଟ ହେଉଛନ୍ତି ଚାଷୀ ।
ମିଲ ମାଲିକ ଧାନ କ୍ଵିଣ୍ଟାଲ ପିଛା ୧୬୦୦ ରୁ ୧୭୦୦ ଟଙ୍କାରେ ଚାଷୀ ଙ୍କ ଠାରୁ ଧାନ କିଣିବାକୁ କହୁଛନ୍ତି ।ଚାଷୀଙ୍କ ହିତ ପାଇଁ କ୍ଵିଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ବୋନସ ଦେଇ ଧାନ କ୍ଵିଣ୍ଟାଲ ୩୧ ୦୦ଟଙ୍କାରେ କିଣିବାକୁ ମୋହନ ମାଝୀ ସରକାର ଘୋଷଣା କରିଛନ୍ତି।ତୁରନ୍ତ ତାର ସୁଫଳ ଚାଷୀ ଙ୍କୁ କିପରି ମିଳିବ ବ୍ୟବସ୍ଥା କରିଥିବା କହୁଛନ୍ତି । ହେଲେ ସରକାରଙ୍କ କାର୍ଯ୍ୟକ୍ରମ କ୍ଷେତ୍ର ସ୍ଥଳରେ ଲାଗୁ ହେଉନାହିଁ।ଏହାକୁ ଲାଗୁ କରୁନାହାନ୍ତି ମିଲର ଓ ଅଧିକାରୀମାନେ ।ଧାନ ବିକ୍ରୟ କରି ନ ପାରୁ ନ ଥିବାରୁ ଚାଷୀ ମଧ୍ୟରେ ଅଶାନ୍ତ ଓ ଅସନ୍ତୋଷ ଦେଖାଦେଇଛି । ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଚାଷୀ