(ପ୍ରତିଫଳନ ମିଡ଼ିଆ)
ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ରେଗେଇସିଂ ଗାଁ ନିକଟ ପାହାଡ଼ ରେ 2024 ମସିହା ଡିସେମ୍ବର 18 ତାରିଖ ଦିନ ମୃତ ଦେହ ପଡିଥିଲା | ମୃତକ ଥିଲେ ଡାନିଏଲ ଶବର ବୟସ ପ୍ରାୟ 50 ବର୍ଷ | ମୃତକ ଙ୍କ ପୁଅ ଆନ୍ଦ୍ରିୟ ଶବର ତାଙ୍କ ବାପା ଙ୍କ ମୃତ ଦେହ ପାହାଡ଼ ରେ ପଡ଼ିଥିବା ନେଇ ଥାନା ରେ ଅଭିଯୋଗ କରିଥିଲେ | ପୋଲିସ ଘଟଣାର ଅନୁସନ୍ଧାନ ପରେ ଜାଣିବାକୁ ପାଇଥିଲା ଯେ ଅଭିଯୋଗକାରୀ ପୁଅ ହିଁ ବାପା ର ହତ୍ୟାକାରୀ | ଏହି ଘଟଣା ରେ ତିନି ଜଣଙ୍କୁ ଗିରଫ କରାଯାଇଛି | ଗିରଫ ତିନି ଜଣ ହେଲେ ପୁଅ ଆନ୍ଦ୍ରିୟ ଶବର, ବୋହୂ ଅନିତା ଶବର ଓ ଅନ୍ୟଜଣେ ସହୋଯୋଗି କମଳେଶ ଶବର | ଆଜି ଗୁଣପୁର ଥାନା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅମୂଲ୍ୟ ଧର ସୂଚନା ଦେଇଛନ୍ତି | ତିନି ଗିରଫ ମଧ୍ୟରୁ ଦୁଇ ଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା କୁହାଯାଇଛି |
ସୁଚନା ମୁତାବକ ମୃତକ ଡାନିଏଲ୍ ଶବର ଙ୍କ ଦୁଇଟି ପତ୍ନୀ । ପ୍ରଥମ ସ୍ତ୍ରୀ ର ପୁଅ ଆନ୍ଦ୍ରିୟ ତାର ଭାଇ ଫିଲିପ୍ ଶବରକୁ ତାର ବାପା ଡାନିଏଲ୍ ଗୁଣି କରି ହତ୍ୟା କରିଛି ବୋଲି ସଂନ୍ଦେହ କରି ପ୍ରତିଶୋଧ ପରାୟଣ ହୋଇଯାଇଥିଲେ। ଏହାପରେ ସେ ତାଙ୍କ ବାପା ଡାନିଏଲ୍ କୁ ହତ୍ୟା କରିବା ପାଇଁ ଦ୍ବିତୀୟ ପତ୍ନୀର ପୁଅର ସ୍ତ୍ରୀ ଅନିତା ର ସହୋଯୋଗ ନେଇ ଯୋଜନା ରଚିଥିଲେ। ଅନିତା କୁ ଡାନିଏଲ ବିଭିନ୍ନ ସମୟରେ ଯୈାତୁକ ଆକ୍ଷେପ କରୁଥିଲା ସିଏ ବି ଅସୋନ୍ତୋଷ ରହିଥିଲା। ପ୍ରଥମ ସ୍ତ୍ରୀ ର ପୁଅ ଆନ୍ଦ୍ରିୟ ଓ ତାର ଭାଉଜ ଅନିତା ଶବର , ଆନ୍ଦ୍ରିୟ ର ସାଙ୍ଗ କପିଳେଶ ଶବର ର ସହୋଯୋଗରେ ହତ୍ୟା କରିଥିଲେ ବୋଲି ପୋଲିସ୍ ଷ୍ପଷ୍ଟ କରିଛି।
ଡାନିଏଲ୍ ଭୋର ସକାଳୁ ଚାଷ ବାଡକୁ ଯିବା ସମୟରେ ଆନ୍ଦ୍ରିୟ ଏକ ଟାଙ୍ଗୀଆ ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ମୃତକ ବ୍ୟକ୍ତିଙ୍କ ଶରିର ରେ ୧୧ ଟି ସ୍ଥାନରେ କ୍ଷତ ବିକ୍ଷତ ର ଚିହ୍ନ ରହଥିଲା । ପାହାଡ ରେ ହିଁ ପଡି ରହିଥିଲା ମୃତ ଦେହ । ଏନେଇ ଡାନିଏଲ୍ ଙ୍କ ପୁଅ ଆନ୍ଦ୍ରିୟ ଶବର ପୁଟାସିଂ ଥାନାରେ ଅଭିଯୋଗ କରିଥିଲେ। ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ସାଇଣ୍ଟିଫିକ୍ ଟିମ ଓ ଡଗ୍ସ୍ ସ୍କାଡ଼ ସହାୟତାରେ ତଦନ୍ତ କରିଥିଲା। ୧୮ ଦିନ ପରେ ଘଟଣାର ପର୍ଦାଫାସ କରିଛି ପୋଲିସ୍।