ବନ ଅଗ୍ନି ରୋକିବାକୁ କୋରାପୁଟ ବନ ବିଭାଗର ଅଭିନବ ପଦକ୍ଷେପ

ଜିଲ୍ଲାରେ ହୋଇଛି ୭୦ଟି ଅଗ୍ନି ନିରୋଧକ ମଞ୍ଚା

ପ୍ରତିଫଳନ ମିଡ଼ିଆ

ମାଳଭୂମିରେ ବଢୁଛି ଗ୍ରୀଷ୍ମର ପ୍ରକୋପ । ତା ସହ ପାହାଡ ଜଙ୍ଗଲ ଗୁଡିକରେ ବହୁ ସ୍ଥାନରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଙ୍ଗଲ ଜଳୁଛି । ଏହି କାରଣରୁ ଥଣ୍ଡା ଅଞ୍ଚଳ ଭାବେ ପରିଚିତ ଓଡ଼ିଶାର ଶୈଳ ନିବାସ କୋରାପୁଟ ଏବେ ଉଷ୍ମ ପ୍ରବଣ ହୋଇପଡିଛି । ମାର୍ଚ୍ଚ ଆରମ୍ଭରୁ କୋରାପୁଟରେ ପ୍ରବଳ ଗରମ ଅନୁଭୂତ ହେଉଛି । ଏଣୁ ସାଧାରଣ ଲୋକେ ଜଙ୍ଗଲ ସୁରକ୍ଷା, ବୃକ୍ଷର ଯତ୍ନ ନେବା ସହ ପରିବେଶ ପ୍ରତି ବେଶ ସଚେତନ ହେଉଥିବା ଦେଖିବାକୁ ମିଳୁଛି । ପାହାଡ ଓ ଜଙ୍ଗଲ ରେ ନିଆଁ ଲାଗିବା ଦେଖିବା ମାତ୍ରେ ଆଗ୍ନିଶମ ବାହୀନି ବା ଜଙ୍ଗଲ ବିଭାଗକୁ ସୂଚନା ଦେଉଥିବା ଦେଖିବାକୁ ମିଳୁଛି ।

ଜଙ୍ଗଲ ପୋଡିକୁ ରୋକିବା ପାଇଁ କୋରାପୁଟ ଜିଲ୍ଲା ବନ ବିଭାଗ ପକ୍ଷରୁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାର ବିଭିନ୍ନ ଜଙ୍ଗଲ ରେ ପ୍ରାୟ ୭୦ ଟି ମଞ୍ଚା ତିଆରି କରାଯାଇଛି ବୋଲି ଡିଏଫଓ କେ ଭି ଭାସ୍କର ରାଓ ସୂଚନା ଦେଇଛନ୍ତି । ଖରା ଦିନ ଯୋଗୁଁ ଗଛରୁ ପତ୍ର ଝଡ଼ା ଦେଉଛି।ଖତ ହେବା ଲୋଭରେ ଶୁଖିଲା ପତ୍ର ଗୁଡିକରେ ନିଆଁ ଲଗାଇ ଦେଉଥିବାରୁ ନିଆଁ ବ୍ୟାପୀ ଜଙ୍ଗଲ ଜଳି ଯାଉଛି । ଗଛ ଗୁଡ଼ିକ ପୋଡ଼ି ନଷ୍ଟ ହୋଇଯାଉଛି ।

ଏହାକୁ ରୋକିବାକୁ ଜଙ୍ଗଲ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ଲିଭାଇବା ସକାଶେ ଜଙ୍ଗଲର ନିଆଁ ପ୍ରବଣ ସ୍ଥାନ ମାନଙ୍କରେ ମଞ୍ଚା ତିଆରି କରାଯାଇଛି । ବାଉଁଶ ଓ ଝାଟି ରେ ତିଆରି କରାଯାଇଛି ମଞ୍ଚା। ମଞ୍ଚା ନିକଟରେ ଜଳ ଛତ୍ର ଖୋଲା ଯାଇଛି । ନିଆଁ ଲିଭାଇବା ପାଇଁ ଜଙ୍ଗଲ ବିଭାଗର ଜଙ୍ଗଲ ନିରୋଧକ ଦଳ, ଜଙ୍ଗଲ ସୁରକ୍ଷା ଦଳ ସମେତ ବନ ସୁରକ୍ଷା ସମିତି ମାନଙ୍କ ସମେତ ସ୍ବେଚ୍ଛାସେବୀ ମାନଂକୁ ନିୟୋଜିତ କରାଯାଇଛି । ମଞ୍ଚା ଗୁଡ଼ିକରେ ରଙ୍ଗ ମାରଯାଇଥିବାରୁ ଦେଖିବାକୁ ସୁନ୍ଦର୍ ଓ ଅତି ଆକର୍ଷଣୀୟ ଲାଗୁଛି । ମଞ୍ଚା ନିକଟ ଦେଇ ଯାତାୟାତ କରୁଥିବା ଲୋକଙ୍କୁ ଆକୃଷ୍ଟ କରୁଛି ।ଲୋକେ ମଞ୍ଚା ନିକଟକୁ ଯାଇ ନିରୀକ୍ଷଣ କରୁଛନ୍ତି ।ଜଙ୍ଗଲ ମଧ୍ୟରେ ଅଗ୍ନି ନିରୋଧକ ମଞ୍ଚକୁ ଦେଖି ସଚେତନ ହେଉଛନ୍ତି । ବନ ଅଗ୍ନି ରୋକିବାକୁ ନିୟୋଜିତ ଦଳ ଏଠାରେ ବିଶ୍ରାମ ନେବେ ଓ ମଞ୍ଚା ରୁ ଜଙ୍ଗଲକୁ ନିରୀକ୍ଷଣ କରିବେ । ପଥଚାରୀମାନେ ବି ଥକ୍କା ମେଣ୍ଟେଇବେ । ଲୋକଙ୍କ ଭିତରେ ସଚେତନତା ଜାଗ୍ରତ କରିବ ଏଇ ଅଗ୍ନି ନିରୋଧକ ମଞ୍ଚା ।

ରାୟଗଡ଼ା ଜିଲ୍ଲାରେ ବହୁଳ ଭାବେ ଜଙ୍ଗଲ ପୋଡ଼ି ଦେଖିବାକୁ ମିଳୁଛି । ହେଲେ ଜିଲ୍ଲାରେ ମାତ୍ର ୫ଟି ମଞ୍ଚା ତିଆରି କରାଯାଇଛି ବୋଲି ଜିଲ୍ଲା ଖଣ୍ଡିୟ ବନ୍ ଅଧିକାରୀ କହିଛନ୍ତି । କୋରାପୁଟ ଠାରୁ ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ଅଧିକ ଗରମ ଅନୁଭୂତ ହେଉଛି । ଜଙ୍ଗଲ ପୋଡ଼ିକୁ ରୋକିବା ପାଇଁ ଏସବୁ ଜିଲ୍ଲା ରେ ମଧ୍ୟ ମଞ୍ଚା ତିଆରି କରାଯାଇଛି ବୋଲି ଜଙ୍ଗଲ ଅଧିକାରୀମାନେ କହିଛନ୍ତି । ଏହା ଆଗାମୀ ଦିନରେ ବନ ଅଗ୍ନି ନିର୍ବାପନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି ।

Spread the love