(ପ୍ରତିଫଳନ ମିଡ଼ିଆ)
ସମବାୟ ବ୍ୟାଙ୍କର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଗିରଫ । ଋଣ ଦେବା ନାରେ ବଡ଼ ଜାଲିଆତି. ୧ କୋଟି ୪୬ ଲକ୍ଷ ୪୬ ହଜାର ଟଙ୍କା ହେରେଫେର କରିଥିବା ଅଭିଯୋଗରେ ବ୍ରହ୍ମପୁର ସମବାୟ ବ୍ୟାଙ୍କ ବିଜିପୁର ଶାଖାର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଦେବାଶିଷ ପଟ୍ଟନାୟକଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଛି ପୁଲିସ. ଗୋସାଇଁନୂଆଗାଁ ପୁଲିସର ସ୍ୱତନ୍ତ୍ର ଟିମ ଭୁବନେଶ୍ୱରରୁ ଗିରଫ କରିଛି । ଋଣ ଦେବା ନାଁ ରେ 1,46,46,000 ଟଙ୍କା ଆତ୍ମସାତ କରିଥିବା ଜଣା ପଡିଛି. ବିଭିନ୍ନ ଲୋକଙ୍କ ନାଁ ରେ ବିନା କାଗଜ ପତ୍ରରେ ଟଙ୍କା ଋଣ ଦେବା ଦର୍ଶାଇ ଟଙ୍କା ଆତ୍ମସାତ କରିଥିବା ନେଇ ବ୍ୟାଙ୍କ ସି ଇ ଓ ଭରତ ସାହୁ ଅଭିଯୋଗ କରିବା ପରେ ପୁଲିସ ଖୋଳତାଡ଼ କରି ଦୁଇଜଣଙ୍କୁ ଗିରଫ କରିଛି ପୁଲିସ. ଘଟଣାର ଅଧିକ ତଦନ୍ତ ଚାଲିଥିବା ପୁଲିସ ସୂଚନା ଦେଇଛି ।