(ରିପୋର୍ଟ -ମହେନ୍ଦ୍ର କୁମାର ଦର୍ଜି )
କନ୍ଧମାଳ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ପୋଲିସ କବଳରୁ ଖସିବାକୁ ଉଦ୍ୟମ କରି ଚାଲି ଗଲା ଯୁବକଙ୍କ ଜୀବନ।ଉଜୁଡ଼ି ଗଲା ସୁମନ୍ତୀଙ୍କ ସୁନା ସଂସାର। ବାପ ଛେଉଁଣ୍ଡ ହୋଇଗଲେ ୨ ଶିଶୁ । ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଥାନାନ୍ତର୍ଗତ ଲମ୍ବସରୀ ପଞ୍ଚାୟତର ବେହେରାମୁଣ୍ଡା ଗ୍ରାମର ଯୁବକ ଜ୍ୟେଷ୍ଠ ବଣ୍ଡକୀ ( ୪୪ )ର ଗୋଛାପଡା ଅଂଚଳରୁ କ୍ଷତାକ୍ତ ମୃତ୍ୟ ଦେହ ଉଧାର ପରେ ପରିବାର ଓ ଗାଁ ଲୋକେ ପୋଲିସକୁ କରୁଛନ୍ତି ସନ୍ଦେହ । ପୋଲିସ ମାଡରେ ଜ୍ୟେଷ୍ଠଙ୍କ ମୃତ୍ୟୁ ଘଟିଛି ବୋଲି ମୃତକର ପରିବାର ଅଭିଯୋଗ ଆଣିବା ପରେ ଜ୍ୟେଷ୍ଟଙ୍କ ମୃତ୍ୟର ତଦନ୍ତ କ୍ରାଇମବ୍ରାଂଚ ଦ୍ବାରା କରାଯିବ ବୋଲି ପୋଲିସ ନିର୍ଦେଶକ ଘୋଷଣା କରିଛନ୍ତି । କ୍ରାଇମବ୍ରାଂଚ ତଦନ୍ତ ଘୋଷଣା ପରେ ପୋଲିସର ସ୍ବଛତାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି । ପୋଲିସ ବାଇକ ଟିକୁ ଅଧା ରାସ୍ତାରୁ ଜବତ କରିଥିଲେ ମଧ୍ୟ ୨ଦିନ ପର୍ଯ୍ୟନ୍ତ ମାମଲା ରୁଜୁ କରିନଥିଲା । ଜ୍ୟେଷ୍ଠ ବଣ୍ଡକୀର ମୃତ ଦେହ ଠାବ ହେବା ପରେ
ବାଇକ ଜବତ କରିଥିବା ଘଟଣା ଜଣା ପଡିଥିଲା ।ଘଟଣାଟିକୁ ଲୁଚାଇ ରଖିଥିବାରୁ ପୋଲିସର କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସି ଯାଇଛି ।
ସାଧାରଣରେ ପ୍ରଶ୍ନ ଉଠୁଛିଯେ ପୋଲିସକୁ ଦେଖି ମୃତ ବାଇକ ଚାଳକ ଖସିବା ପାଇଁ କାହିଁକି ଉଦ୍ୟମ କରିଥିଲା । ବାଇକ ଯୋଗେ କିଛି ବେଆଇନ ଚାଲାଣ କରୁଥୁଲା କି ? ଧରା ପଡିଯିବା ଭୟରେ ଖସିବାକୁ ଉଦ୍ୟମ କରିଥିଲା ? ପୋଲିସ କେବଳ ଗାଡିଟିକୁ ଜବତ କରିଥିଲା ନା ଗାଡି ସହ ଆଉ କିଛି ଜିନିଷ ଜବତ କରିଥିଲା ! ଅର୍ଥ ଲୋଭରେ ମାମଲାକୁ ଲୁଚାଇବା ପାଇଁ ଦାୟିତ୍ବରେ ଥିବା ପୋଲିସ ଉଦ୍ୟମ କରିଛି କି ? ଏସବୁ କୁ ନେଇ ସାଧାରଣରେ ଚର୍ଚା ଯୋର ଧରିଛି ।କ୍ରାଇମ ବ୍ରାଂଚ ର ତଦନ୍ତ ପରେ ପ୍ରକୃତ ସତ୍ୟ ଲୋକ ଲୋକଲୋଚନକୁ ଆସିବ ମୃତର କାରଣ ଜଣା ପଡିବ ବୋଲି ମୃତକର ପରିବାର ଓ ଅଂଚଳର ଲୋକେ ଆଶା ବାନ୍ଧିଛନ୍ତି ।
ବାଇକ ପଛରେ ବସିଥିବା ଓ ଜୀବିତ ଥିବା ଦାଶରଥୀ ଦିଗାଲ ସୁଚନା ଦେଇଛନ୍ତି ଯେ ବାଇକ ଚାଳଜ ମୃତ ଜ୍ୟେଷ୍ଠ କୁ ପୋଲିସ ଧରି ମାଡ ମାରୁଥୁଲା । ମାଡ ଭୟରେ ସେ ଦୌଡି ଖସି ପଳାଇଥିଲେ । ଏପଟେ ମୃତ ଜ୍ୟେଷ୍ଠ ପୋଲିସ ଧରିଥିବାନେଇ କୁଆଡେ ଫୋନ ଜରି ସେହିଦିନ ହିଁ ଜଣାଇଥିଲେ ବୋଲି ପତ୍ନୀ କହିଛନ୍ତି ।ଦାଶରଥିକୁ ଧରି ମୃତ ଜ୍ୟେଷ୍ଠ ର ସମ୍ପର୍କିୟ ମାନେ ଥାନାକୁ ଯାଇ ଜ୍ୟେଷ୍ଠଙ୍କ ସମ୍ପର୍କରେ ଜାଣିବା ପାଇଁ ଚାହିଥିଲେ ।ପୋଲିସ ସଠିକ ଉତର ଦେଇପାରିନଥିଲା ।ପରେ ଦାଶରଥିକୁ ସାଥିରେ ନେଇ ସମ୍ପର୍କିୟ ମାନେ ଖିୋଜା ଖୋଜି କରିଥିଲେ । ଦୁଇଦିନ ପରେ ଟାଙ୍ଗାଣାମୁ ଘାଟୀର ରାସ୍ତାରୁ ପ୍ରାୟ ୩୦ଫୁଟ୍ ତଳେ ଜ୍ୟେଷ୍ଠର ଶବ ଠାବ କରାଯାଇଥିଲା। ଗୋଛାପଡା ଥାନା ପୁଲିସ୍ ସହ ଫୁଲବାଣୀରୁ ଡଗ୍ ସ୍କ୍ବାର୍ଡ ଓ ସାଇଣ୍ଟିଫିକ୍ ସ୍କ୍ବାର୍ଡ ଏବଂ ଉପରିସ୍ଥ ଅଧିକାରୀମାନେ ଘଟଣା ସ୍ଥଳରେ ପହଂଚି ଶବକୁ ଉଦ୍ଧାର କରିବା ସହ ଥାନାରେ ଏକ ମାମଲା ରୁଜୁ କରିଥିଲେ । ଫୁଲବାଣୀରେ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରିଥିଲେ । ମୃତକଙ୍କ ପତ୍ନୀ ସୁମନ୍ତୀ ବଣ୍ଡକୀ ତାଙ୍କ ସ୍ବାମୀଙ୍କୁ ପୁଲିସ୍ ପିଟି ପିଟି ମାରିଦେଇଥିବା ନେଇ ଗୋଛାପଡା ଥାନାରେ ଏତଲା ଦେଇଥିଲେ। ଗୋଛାପଡା ଥାନାରେ ଏକ ହତ୍ୟାମାମଲା କେସ୍ ନ୦ ୧୭୦/ ୨୪ ଋଜୁ ହୋଇଥିବା ଜଣା ପଡିଛି । ଲୋକଙ୍କ ଦାବୀ ଓ ଘଟଣାର ଗୁରୁତ୍ବକୁ ଦେଖି ପୋଲିସ ମହାନିର୍ଦେଶକ ତଦନ୍ତ ଦାୟିତ୍ବ କ୍ରାଇମବ୍ରାଂଚକୁ ଦେଇଥିବା ଘୋଷଣା କରିଛନ୍ତି । କର୍ତବ୍ୟରେ ଅବହେଳା କରିଥିବା ଅଭିଯୋଗରେ ଜଣେ ହାବିଲଦାର ଓ ତାଲିମ ନେଉଥୁବା ଏସ ଆଇଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ।ସେହିପରି ୩ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରିଛନ୍ତି ।ତଦନ୍ତ ରିପୋର୍ଟ ଆସିବା ପରେ ପୋଲିସର ସାମାନ୍ୟତମ ସମ୍ପୃକ୍ତି ଥିବା ଜଣା ପଡିଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କନ୍ଧମାଳ ଏସପି ସୂଚନା ଦେଇଛନ୍ତି ।