ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ: ଗୁଣୁପୁର ଏଡିଜେ ଶୁଣାଇଲେ ରାୟ


ଗୁଣପୁର (ପ୍ରତିଫଳନ ମିଡ଼ିଆ)

ରାୟଗଡା ଜିଲା ପଦ୍ମପୁର ଥାନା ଅଧିନ ଜରିପାଙ୍ଗା ଠାରେ ୧୪୦ କେଜି ଗଞ୍ଜେଇ ଜବତ ଘଟଣାରେ ମଙ୍ଗଳବାର ଗୁଣୁପୁର ଏଡିଜେ ଶେଖ ମହମ୍ମଦ କ୍ୱାଇସି ରାୟ ଶୁଣାଇଛନ୍ତି । ୬ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ସହ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କ। ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଅନାଦେୟ ଅଧିକା ୬ ମାସ ଜେଲ ଦଣ୍ଡ ଭୋଗିବେ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସେହିପରି ୨ ଜଣ ଅଭିଯୁକ୍ତ ତାମିଲନାଡୁ ଅଞ୍ଚଳର ଆର.ମୁରଲି ଏବଂ ଏ.ଇଶ୍ୱରନ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଜେଲ ଦଣ୍ଡ ଭୋଗିଥିବା ଅଭିଯୁକ୍ତମାନେ ହେଲେ ତାମିଲନାଡୁ ଅଞ୍ଚଳର ଆର.ଗୌତମ, ଏସ.ଶଙ୍କର, ଡି.ସେଲଭୁମୁର୍ଗନ, ଏମ.ବାଲା ରାଜୁ ଏବଂ ଅନ୍ୟ ଦୁଇ ଜଣ ହେଲେ ପଦ୍ମପୁର ଥାନା ଅଧିନ ଲାଉଗୁଡା ଗ୍ରାମର ସୁଶାନ୍ତ କୁମାର ସୁନା ଶଗଡ ଓ ବଳିଆ ମହାନ୍ତି । ମାମଲାରୁ ଜଣାଯାଏ ୨୦୨୨ ଡିସେମ୍ୱର ୨୧ ତାରିଖରେ ଗଞ୍ଜେଇ ଚାଲାଣ କରାଯାଉଥିବାବେଳେ ଜରିପଙ୍ଗ। ଠାରେ ଗୋଟିଏ କାରରୁ ଗୋଟିଏ ବସ୍ତା ଏବଂ ଟ୍ରକରୁ ୪ ବସ୍ତା ମୋଟ ୧୪୦ କେଜି ଗଞ୍ଜେଇ ଜବତ ହୋଇଥିଲା । ଏହି ମାମଲାରେ ୮ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ । ପଦ୍ମପୁର ଥାନାରେ ଏନେଇ ମାମଲା ରୁଜୁ ହୋଇଥିଲା । ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ୭ ଜଣ ଜାମିନ ପାଇଥିବାବେଳେ ଏମ.ବାଲାରୁଜୁ ଜେଲ ହାଜତରେ ରହିଥିଲେ । ସମସ୍ତ ଅଭିଯୁକ୍ତଙ୍କ ଗୁଣପୁର ଏଡିଜେ କୋର୍ଟରେ ବିଚାରଣା ହୋଇଥିଲା । ବିଚାରଣା ସମୟରେ ୧୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଏଡିଜେ ତାଙ୍କ ରାୟ ଶୁଣାଇଥିଲେ । ସରକାରଙ୍କ ପକ୍ଷରୁ କୃଷ୍ଣ ଚନ୍ଦ୍ର ସେନାପତି, ଖଲାସ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ପାଇଁ ଭାଗିରଥି ବାଙ୍ଗ।ରି ଏବଂ ଅନ୍ୟ ୬ ଅଭିଯୁକ୍ତଙ୍କ ପାଇଁ ସନ୍ତୋଷ ସାହୁ, ବିଷ୍ଣୁ ପାଢି, ଗଣେଷ ସାହୁ ଓ କେ.ତାତେୟା ମାମଲା ପରିଚାଳନା କରିଥିଲେ ।

Spread the love