ପ୍ରତିଫଳନ ମିଡିଆ
କୋରାପୁଟ ରାୟଗଡ଼ା ରେଳ ପଥରେ ଗତ ତିନି ଦିନରେ ୩ଥର ଅଧା ବାଟରେ ଅଟକି ରହିଲା ରେଳ । ଆଜି ପୁଣି ଅଧା ବାଟରେ ଅଟକି ରହିଛି ହୀରାଖଣ୍ଡ ଟ୍ରେନ । ଗଛ ଭାଙ୍ଗି ଗଛର ଡାଳ ବିଦ୍ୟୁତ୍ ଲାଇନ ତାର ଉପରେ ପଡ଼ିବାରୁ ଟ୍ରେନ ଚଳାଚଳ ବନ୍ଦ ରହିଛି ।ବିଦ୍ୟୁତ୍ ଲାଇନ ଉପରେ ଗଛର ଡାଳ ପଡ଼ିବାରୁ ବିଦ୍ୟୁତ୍ ସରୋବରାହ ବନ୍ଦ ରହିଛି । ଏଥି ଯୋଗୁଁ ଟ୍ରେନ ଆଗକୁ ନଗଡି ଅଟକି ରହିଛି । କୁସୁମୀ ନିକଟରେ ଦୀର୍ଘ ସମୟ ଧରି ଅଟକି ରହିଛି ହୀରାଖଣ୍ଡ ଟ୍ରେନ।ଜଗଦଲପୁର ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ହୀରାଖଣ୍ଡ ଟ୍ରେନ ଟି କୁସୁମୀ ନିକଟରେ ଅଟକି ରହିଛି । ଫଳରେ ଜୟପୁର ଓ କୋରାପୁଟ ଷ୍ଟେସନରେ ଯାତ୍ରୀ ମାନେ ଷ୍ଟେସନ ରେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି ।

ଗତ ୧୮ତାରିଖ ଦିନ ପେଣ୍ଟୋଗ୍ରାଫ ଅଚଳ ଯୋଗୁଁ ଜରଟି ନିକଟରେ ଦୀର୍ଘ ସମୟ ଅଟକି ରହିଥିଲା ହୀରାଖଣ୍ଡ ଓ ରାଉରକେଲା ଟ୍ରେନ ।ସେହିଭଳି ୧୯ ତାରିଖ ସକାଳୁ ରାଉଳୀ ନିକଟରେ ପେଣ୍ଟୋ ଗ୍ରାଫ ଅଚଳ ଯୋଗୁଁ ୨ ଘଣ୍ଟା ଅଟକି ରହିଥିଲା ରାଉରକେଲା ଓ ହୀରାଖଣ୍ଡ ଟ୍ରେନ ଆଜି ପୁଣି ଗଛ ଡ଼ାଳ ପଡ଼ି ହୀରାଖଣ୍ଡ ଟ୍ରେନ ଅଟକି ରହିବା ଘଟଣା କେ ଆର ରେଳ ପଥରେ ରେଳ ସେବାକୁ ନେଇ ଯାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି ।
