ଅଭିଶପ୍ତ ଝୁଲା ପୋଲ◆ପୁଣି ନେଲା ଆଉ ଏକ ଜୀବନ◆ଫୋଟ ଉଠାଇବା ହେଲା କାଳ

ନାଗାବଳୀ ନଦୀରେ ବୁଡ଼ି  ଆନ୍ଧ୍ରପ୍ରଦେଶ ଯୁବକଙ୍କ ମୃତ୍ୟୁ

ପ୍ରତିଫଳନ ମିଡ଼ିଆ

ରାୟଗଡାରେ ଅଘଟଣ । ଝୁଲାପୋଲ୍ ନିକଟ ନାଗାବଳୀ ନଦୀରେ ବୁଡ଼ି ଜଣେ ପର୍ଯ୍ୟଟକ ର ମୃତ୍ୟୁ ଘଟିଛି । ମୃତକ ହେଲେ ଆନ୍ଧ୍ରପ୍ରଦେଶ ବିଜୟୱ।ଡା ପାଡମେଟା ଗ୍ରାମର ସାଇ କ୍ରୀଷ୍ଣା। ବୟସ 18 ବର୍ଷ ହେବ।  ବିଜୟୱ।ଡା ଅଞ୍ଚଳରୁ ଗୋଟିଏ ପରିବାରର 16 ଜଣ ପର୍ଯ୍ଯଟକ ଅଧିଷ୍ଟାତ୍ରୀ ଦେବୀ ମାଁ ମଝିଘରିଆଣୀଙ୍କ ଦର୍ଶନ କରିଥିଲେ। ଦର୍ଶନ ସାରି ବୁଲିବା ସକାଶେ ନାଗାବଳୀ ନଦୀ ତଟ କୁ ଯାଇଥିଲେ ।  ମାରିଗୁଡା ଗାଁ ନିକଟ ରେ  ନାଗାବଳୀ ନଦୀରେ କିଛି ସଦସ୍ୟ ଗାଧୋଇବା ବେଳେ  ସାଇ କ୍ରୀଷ୍ଣ ନଦୀ ଭିତରକୁ ଯାଇ ଫୋଟ ଉଠାଇବାକୁ ଉଦ୍ୟମ କରିଥିଲେ। ଗୋଡ଼ ଖସି ଯିବାରୁ  ନଦୀର ଗଭୀର ଗଣ୍ଡ ମଧକୁ ବୁଡିଯାଇଥିଲେ ।

 ପରିବାର ଲୋକେ ମୃତ ସାଇକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତ ଅବସ୍ଥାରେ ସାଇ କ୍ରୀଷ୍ଣା କୁ ଉଦ୍ଧାର କରିଥିଲେ ।  ମାରିଗୁଡା, ଚେକାଗୁଡ଼ା ନିକଟ ଝୁଲାପୋଲ ଅଞ୍ଚଳ  ନାଗାବଳୀ ନଦୀ ରେ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବାରୁ ଏହାକୁ ରୋକିବା ସକାଶେ  ପ୍ରଶାସନ ପକ୍ଷରୁ ନିଷେଧାଞ୍ଚଳ ଘୋଷଣା କରାଯାଇଛି । ଅମାନିଆ ହୋଇ ଯାଉଥିବା ସହ ସତର୍କତା ଅବଲମ୍ବନ କରୁ ନ ଥିବା  ପର୍ଯ୍ଯଟକମାନେ ନଦୀରେ ବୁଡି ମୃତ୍ଯୁବରଣ କରୁଛନ୍ତି।

Spread the love