ଦୁଃଖହାରିଣୀ କାଦମ୍ବିନୀ

ରାଜନେତ୍ରୀରୁ ସମାଜସେବା

ବିବାହର ମାତ୍ର ୩ ବର୍ଷ ପରେ ୨୦୦୦ ମସିହାରେ କାଦମ୍ବିନୀ ମ୍ୟୁନିସପାଲିଟି ନିର୍ବାଚନରେ ୱାର୍ଡ ସଭ୍ୟା ପାଇଁ ସ୍ବାଧୀନ ଭାବରେ ପ୍ରତିଦ୍ବନ୍ଦିତା କରି ବହୁତ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ । ତାଙ୍କୁ ଉପରେ ବିଶ୍ବାସ ରଖି ସମସ୍ତ ରାଜନୈତିକ ଦଳ ସମର୍ଥନ ଦେଇ ମୁନିସପାଲଟିର ଉପ ସଭାନେତ୍ରୀ (vice chairman) ଭାବରେ ନିର୍ବାଚିତ କରିଥିଲେ । ଯଦ୍ୟପି ସେ ସମସ୍ତଙ୍କର ସମର୍ଥନ ପାଇଥିଲେ, ତଥାପି ରାଜନୀତିର କୌଣସି ପଦ ପଦବୀରେ ଥାଇ ସମସ୍ତଙ୍କର ସେବା କରିବା ବା ସମସ୍ତଙ୍କୁ ନ୍ୟାୟ ଯୋଗାଇବା ଏତେ ସମ୍ଭବ ନୁହେଁ। ସେ ଅନୁଭବ କଲେ ଯେ, ଏମିତି ପଦବୀରେ ରହିବା ଦ୍ବାରା ତାଙ୍କର ଗୋଡ଼ ବାନ୍ଧି ହୋଇ ଯାଉଛି। ତେଣୁ ୨୦୦୨ ମସିହାରେ ସେ ସେହି ପଦବୀକୁ ତ୍ୟାଗ କରି ସମାଜ ସେବା ପାଇଁ ନିଜକୁ ପ୍ରସ୍ତୁତ କଲେ । ସମାଜରେ ଘଟୁଥିବା ଅନ୍ଧବିଶ୍ବାସ, କୁସଂସାର, ନାରୀ ନିର୍ଯ୍ୟାତନା, ବାଲ୍ୟବିବାହ, ସାମାଜିକ ତଥା ରାଜନୈତିକ ନିଶ୍ଳେଷଣ, ଉଚ୍ଚପଦସ୍ଥ କର୍ମଚାରୀମାନଙ୍କ ଦୁର୍ନୀତି ବିରୋଧରେ ଲୋକମାନଙ୍କୁ ସଚେତନ କରାଇବା କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତି କାଦମ୍ବିନୀ ତ୍ରିପାଠୀ।

ପାରିବାରିକ ଜୀବନ

ନବରଙ୍ଗପୁର ଜିଲ୍ଲାର ଦହଣା ଗ୍ରାମରେ କାଦମ୍ବିନୀ ତ୍ରିପାଠୀଙ୍କର ଜନ୍ମ ଯାହା ନବରଙ୍ଗପୁର ଠାରୁ ୧୮ କି.ମି. ଦୂରରେ ଅବସ୍ଥିତ । କାଦମ୍ବିନୀ ଜନଜାତି ଦୁଃଖରେ ଦୁଃଖୀ ଓ ସୁଖରେ ସୁଖୀ । ଶିକ୍ଷାଗତ ଯୋଗ୍ୟତା +୨। ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ଜଗନ୍ନାଥ ତ୍ରିପାଠୀଙ୍କ ପୁତ୍ର ମନୋରଞ୍ଜନ ତ୍ରିପାଠୀଙ୍କ ସହିତ ସହିତ ବିବାହ ହୋଇଥିଲା । ସ୍ବାମୀ ମଧ୍ୟ ଏକାଧାରାରେ ଜଣେ କୃଷକ, ଲେଖକ ଓ ରାଜନେତା I କାଦମ୍ବିନୀ ସମାଜର ନିଷ୍ପେଷିତ, ଦଳିତ ଲୋକମାନଙ୍କ ପାଇଁ ଦେବଦୂତ ପରି କାର୍ଯ୍ୟ କରୁଛନ୍ତି।

ମା ଘର ଓ ସମାଜସେବା

ଏହି କାର୍ଯ୍ୟକୁ ଆହୁରି ସୁସଂଗଠିତ କରିବା ଉଦ୍ଦେଶ୍ୟରେ ବିଶିଷ୍ଠ ସମାଜ ସେବୀ ଋତୁପର୍ଣ୍ଣା ମହାନ୍ତିଙ୍କ ଦ୍ବାରା ପ୍ରତିଷ୍ଠିତ ‘ମା ଘର’ ନାମକ ସ୍ବେଚ୍ଛା ସେବୀ ସଂଗଠନରେ ୨୦୧୧ ମସିହାରେ ଯୋଗଦାନ କରି ସମାଜ ସେବା କାମ ଆରମ୍ଭ କଲେ । ଏହି  ଅନୁଷ୍ଠାନ ଦ୍ବାରା ପରିଚାଳିତ ବୃଦ୍ଧାଶ୍ରମ, ବାଳାଶ୍ରମ, ‘ସ୍ବଧାର’ ଗୃହ ପ୍ରକଳ୍ପ ପାଇଁ କାର୍ଯ୍ୟ କରି କାଦମ୍ବିନୀ ଆତ୍ମତୃପ୍ତି ଅନୁଭବ କରୁଥିଲେ। ପାରିବାରିକ ହିଂସାଦ୍ବାରା ନିର୍ଯ୍ୟାତିତା ମହିଳାମାନଙ୍କ ନ୍ୟାୟ ପାଇଁ ସଂପୃକ୍ତ ପରିବାର ସହିତ ବିଚାର ବିମର୍ଶ କରି ସମସ୍ୟା ଗୁଡ଼ିକର ସମାଧାନ କରୁଥିଲେ । ଆବଶ୍ୟକ ସ୍ଥଳରେ ଆଇନଗତ ସହାୟତା ପାଇଁ ପ୍ରଶାସନକୁ ମଧ୍ୟ ବ୍ୟବହାର କରୁଥିଲେ । ବର୍ତ୍ତମାନ ସୁଦ୍ଧା ସେ ପ୍ରାୟ ୪୦୦୦ଟି ଛୋଟ ବଡ଼ ଘଟଣା ସମାଧାନ କରିବାରେ ସମର୍ଥ ହୋଇ ପାରିଛନ୍ତି। ଗଣଦୁଷ୍କର୍ମଦ୍ୱାରା ପ୍ରପୀଡ଼ିତା ମହିଳାମାନଙ୍କୁ ନ୍ୟାୟ ଦେବା ପାଇଁ ସେ ଅନଶନରେ ବସନ୍ତି ଦୋଷୀକୁ ଦଣ୍ଡ ଦେବା ପର୍ଯ୍ୟନ୍ତ ଧର୍ମଘଟ କରି ଚାଲନ୍ତି । ପରେ ପୀଡ଼ିତାଟିର ଥଇଥାନ ବ୍ୟବସ୍ଥା ମଧ୍ୟ କରାଇଛନ୍ତି । ଆଦିବାସୀ ସମ୍ପ୍ରଦାୟରେ ସରଳ, ନିରୀହ ଓ ବାଳିକା ଝିଅମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସ୍ଥାନୀୟ ଦଲାଲମାନେ ଯୌନ ଶୋଷଣକାରୀମାନଙ୍କୁ ବିକ୍ରି କରି ବାହାର ରାଜ୍ୟକୁ ପଠାଇ ଦେଉଥିବା ଏକ ସାଧାରଣ ଘଟଣା । ଏହାର ବିରୋଧରେ ସ୍ବର ଉତ୍ତୋଳନ କରି ପ୍ରଶାସନର ¬ ଦୃଷ୍ଟି ଆକର୍ଷଣ କରି ପ୍ରଶାସନିକ ସହାୟତା ଦ୍ବାରା ପୀଡ଼ିତାମାନଙ୍କୁ ଉଦ୍ଧାର କରିବା । କ୍ଷେତ୍ରରେ କାଦମ୍ବିନୀଙ୍କ ଭୂମିକା ଅତୁଳନୀୟା। ଏହି ସବୁ କାର୍ଯ୍ୟ ମଧ୍ୟରେ କେତେକ ଅତ୍ୟନ୍ତ ସଂବେଦନଶୀଳ ଘଟଣାଗୁଡ଼ିକୁ । ସମ୍ମୁଖୀନ କରି ସେ ଅତ୍ୟନ୍ତ ନିଷ୍ଠା ଓ ଦୃଢ଼ତାର ସହିତ ଅନ୍ୟମାନଙ୍କର ଦୃଷ୍ଟି ଓ ଆକର୍ଷଣ କରିଛନ୍ତି । 

ଅନ୍ଧବିଶ୍ଵାସ ବିରୋଧରେ ସଂଗ୍ରାମ

ଆଦିବାସୀ ଜନଜୀବନ ଅନେକ ପ୍ରକାର ଅନ୍ଧବିଶ୍ବାସ ପାଇଁ ବହୁତ ପ୍ରଭାବିତ ହୋଇଥାଏ । ଛୋଟ ପିଲାମାନଙ୍କ ଦେହ ଖରାପ ଭଲ ହେବା ପାଇଁ ଲୁହାଛଡ଼କୁ ଗରମ କରି ଗୁଣିଆମାନେ ପିଲାଟିକୁ ଦେଉଥିବା ଚେଙ୍କ ବ୍ୟବସ୍ଥା ବିରୁଦ୍ଧରେ ମଧ୍ୟ ସଚେତନ କରାଇ ପାରିଛନ୍ତି। ଯାହା ଦ୍ବାରା ନବରଙ୍ଗପୁର ଜିଲ୍ଲାରୁ ଏହି ପ୍ରଥା ବିରୁଦ୍ଧରେ ପ୍ରାୟ ଲୋପ ପାଇଗଲାଣି ଆଦିବାସୀ ଗ୍ରାମମାନଙ୍କରେ ‘କଙ୍ଗାରୁ କୋର୍ଟ’ ବସାଇ ଗ୍ରାମରରେ ଘଟୁଥିବା ସାଧାରଣ ଗଣ୍ଡଗୋଳ ବିଶେଷ କରି ମହିଳା ଓ ଗରିବ ଅସହାୟମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ସମାଧାନ କରିବାକୁ ଚେଷ୍ଟା କରିଥାନ୍ତି ମାତ୍ର ଯେହେତୁ ଏହାକୁ ଗ୍ରାମ କିଛି ମୁଖିଆ ବ୍ୟକ୍ତି ମିଶି ନିୟନ୍ତ୍ରଣ କରିଥାନ୍ତି, ତେଣୁ ସାଧାରଣ ଭାବରେ ମହିଳା ତଥା ଛୋଟ ଝିଅମାନଙ୍କୁ ନ୍ୟାୟ ମିଳି ନଥାଏ । 

ଉଲ୍ଲେଖନୀୟ ଘଟଣା

ଶ୍ରୀମତି ତ୍ରିପାଠୀ ଜୀବନର ସବୁଠାରୁ ସ୍ମରଣୀୟ ଘଟଣା ଥିଲା ପାପଡ଼ାହାଣ୍ଡି ବ୍ଲକ୍ ସ୍ଥିତ କୁଟୁଗୁଡ଼ାର ଏକ ଛାତ୍ରୀର ମୃତ୍ୟୁ ପରେ ତା’ର ପରିବାରକୁ ନ୍ୟାୟ ଦେବା ପାଇଁ କୁଟୁଗୁଡ଼ାରୁ କଟକ ପର୍ୟ୍ୟନ୍ତ ପଦ ଯାତ୍ରା I ଦଶମ ଶ୍ରେଣୀରେ ପଢୁଥିବା ଏକ ଗରିବ ଝିଅର, ବାପା ମା ପଢ଼ା ଖର୍ଚ୍ଚ ଦେଇ ବହନ କରି ପାରୁ ନଥିଲେ। ଝିଅଟି ମଧ୍ୟ କୁଲି କାମ କରି ଖାତା ବହି କିଣୁଥିଲା, ମାତ୍ର ପରୀକ୍ଷା ଫିସ ଯୋଗାଡ଼ କରିବାରେ ସମର୍ଥ ହୋଇ ପାରିଲା ନାହିଁ I ପରୀକ୍ଷା ଫିସ ଦେଇ ନ ପାରିବାରୁ ଶିକ୍ଷକ ଅପମାନ ଦେଇ ଟେବୁଲ ଉପରେ ଛିଡ଼ା କରାଇ ଦେଇଥିଲେ । ବିଚରା ସ୍ବାଭିମାନୀ ଆଦିବାସୀ ଝିଅଟି ଅପମାନ ସହ୍ୟ କରି ନ ପାରି ନିଜେ ଦେହରେ କିରୋସିନୀ ଢାଳି ନିଆଁ ଲଗେଇ ଦେଇଥିଲା ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲା। ଏକ ଡିବିରି ନିଆଁରେ ଦୁର୍ଘଟଣା ଜନିତ ମୃତ୍ୟୁ କହି ପ୍ରଶାସନ ଘଟଣାକୁ ଚପାଇ ଦେବାକୁ ବସିଥିଲା । ଏହି ଘଟଣାରେ କାଦମ୍ବିନୀ ଏବଂ ତାଙ୍କ ଅନୁଷ୍ଠାନର ସହ କର୍ମୀମାନଙ୍କ । କଠୋର ଉଦ୍ୟମ ଫଳରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସେହି ମୃତ୍ୟୁ । ହୋଇଥିବା ବାଳିକାର ପରିବାରକୁ ୨ ଏକର ଜମି, ଭାଇକୁ ସରକାରୀ ଚାକିରୀ ଦେଇଥିଲେ। ମାତ୍ର ଏହି ଘଟଣାକୁ ଦୃଷ୍ଟିରେ ରଖି ସରକାର ଅନ୍ୟ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ। ଓଡ଼ିଶାର ସମସ୍ତ ଛାତ୍ର ଛାତ୍ରୀଙ୍କ ପାଇଁ ପରୀକ୍ଷା ଫିସ ମୁକ୍ତ  କରି ଦେଇଥିଲେ।ଅନ୍ୟ ଏକ ଉଲ୍ଲେଖନୀୟ ଘଟଣା, ତତ୍ କାଳୀନ ଚିନ୍ତା ଆରକ୍ଷୀ ଅଧୀକ୍ଷକ ଶ୍ରୀ ବ୍ରିଜେଶ ରାୟଙ୍କ ସମୟରେ ଜନୈକା ମାଓବାଦୀ ଝିଅ କାଦମ୍ବିନୀ ଓ ଅନୁଷ୍ଠାନର । ସହକର୍ମୀମାନଙ୍କ ଉଦ୍ୟମରେ ହିଂସା ମାର୍ଗ ପରିତ୍ୟାଗ କରି ସମାଜର ମୁଖ୍ୟ ୬ ସ୍ରୋତରେ ସାମିଲ ହୋଇ ପାରିଛନ୍ତି । ବର୍ତ୍ତମାନ ଶୃଙ୍ଖଳିତ ଜୀବନଯାପନ କରୁଛନ୍ତି। ମଦବିରୋଧ ଆନ୍ଦୋଳନ ଦ୍ବାରା ଦେଶୀ ମଦ କାରବାର ବନ୍ଦ କରିବାରେ । ମଧ୍ୟ କେତେକାଂଶରେ ସଫଳ ହୋଇଛନ୍ତି । ଶ୍ରୀମତୀ କାଦମ୍ବିନୀ ତ୍ରିପାଠୀ ମହିଳା ସଂରକ୍ଷଣ କ୍ଷେତ୍ରରେ ଶତକଡା ୫୦ ଭାଗ ସଂରକ୍ଷଣ ଦାବି କରନ୍ତି। ନିଜର ନିଷ୍ଠାପର ସମାଜସେବା ପାଇଁ ବିଭିନ୍ନ ସ୍ତରରେ ସେ ପୁରସ୍କୃତା ଓ ସମ୍ମାନିତା ।

ଏଭଳି ଏକ ଅନନ୍ୟ ସମାଜସେବୀଙ୍କୁ ପ୍ରତିଫଳନ ପକ୍ଷରୁ ଅଭିନନ୍ଦନ।

Spread the love