୧୩୮ ପେଟି ନକଲି ବିଦେଶୀ ମଦ ଜବତ ଘଟଣା ◆ଜଣେ କିଙ୍ଗ ପିନ ଗିରଫ, ଅନ୍ୟ ଜଣେ ଫେରାର

(ପ୍ରତିଫଳନ ମିଡ଼ିଆ)

ରାୟଗଡା ଜିଲ୍ଲା ଗୁମୁଡାଠାରେ ନକଲି ବିଦେଶି ମଦ ଜବତ ଘଟଣା- ସଂମ୍ପୃକ୍ତି ଥିବା କିଙ୍ଗପିନକୁ ଗିରଫ କଲା ଅବକାରି ବିଭାଗର ମୋବାଇଲ୍ ୟୁନିଟ୍। ନକଲି ବୋତଲ, ଠିପି, ବିଭିନ୍ନ ବିଦେଶି ମଦର ବ୍ରାଣ୍ଡ ଟ୍ୟାଗ୍ ଷ୍ଟିକର, ମଦରେ ଅପମିଶ୍ରିତ ସାମଗ୍ରି ତିଆରି କରୁଥିବା ଅଭିଯୋଗ ରେ ଗିରଫ ହେଲେ କିଙ୍ଗ୍ ପିନ ଲକ୍ଷ୍ମୀ ନାରାୟଣ ସାହୁକାର। ଗିରଫ କଲା ଅବକାରି ବିଭାଗ। ରାୟଗଡା ରୋହିତ କଲୋନି ଛକରୁ ଗିରଫ ହୋଇଛନ୍ତି ଅଭିଯୁକ୍ତ। ପୁର୍ବରୁ ଏହି ମାମଲା ରେ ତନି ଜଣ ସଂମ୍ପୃକ୍ତି ଥିବା କର୍ମଚାରି ଗିରଫ ହୋଇଥିଲେ। ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ସହ କିଛି ଜଣ ଫେରାର୍ ଥିବା ସୂଚନା ଦେଇଛନ୍ତି ଅବକାରି ବିଭାଗ ମୋବାଇଲ୍ ୟୁନିଟ୍ ର ରାୟଗଡା ଇନ୍ସପେକ୍ଟର କମ୍ବୁପାଣି ସିନ୍ଦୁର।
ସୁଚନା ଥାଉକି ଗତ ୧୧ ତାରିଖ ବିଳମ୍ବିତ ରାତ୍ରିରେ ଅବକାରି ବିଭାଗ ବିଶେଷ ସୁତ୍ରରୁ ଖବର ପାଇ ଏକ ଲାଇସେନସ୍‌ ପ୍ରାପ୍ତ ଗୁମୁଡା ଠିପି ବନ୍ଦ ବିଦେଶି ମଦ ଦୋକାନ ନିକଟରେ ଥିବା ଏକ ଗୋଦାମ୍ ରେ ଅଚାନକ ଚଢାଉ କରିଥିଲା। ଗୁଣୁପୁର ଅବକାରି ବିଭାଗ ଅଧିକାରି ବିଦେଶି ମଦ ଦୋକାନରେ ପହଞ୍ଚି ତଦନ୍ତ କରଥିଲେ। ଏହି ଗୋଦାମରେ ୧୩୮ ପେଟି ବୋତଲରେ ଭର୍ତୀ ଥିବା ମଦ ରେ ମିଶ୍ରିତ ହେବାକୁଥିବା ନକଲି ଲିକୁଇଡ୍, ଷ୍ଟିକର ସବୁକିଛିକୁ ଜବତ କରିଥିଲା ଅବକାରି ବିଭାଗ। ସମସ୍ତ ମଦ ପେଟିକୁ ଜବତ କରିଥିଲା ଅବକାରି । ସେତେବେଳେ ସଂମ୍ପୃକ୍ତି ଥିବା ତିନିଜଣ କର୍ମଚାରୀ ଙ୍କୁ ଗିରଫ କରିଥିଲେ। କିଛି ଦିନ ତଳେ ରାମନାଗୁଡ଼ା ଅଞ୍ଚଳ ରେ ଏଭଳି ମଦ କାରବାରକୁ ନେଇ ଅବକାରି ବିଭାଗ ଓ ପୋଲିସ୍ ଜାଣିପାରିଥିଲା। ଏବେ ଆଉ ଏକ କିଙ୍ଗପିନକୁ ଖୋଜା ଚାଲିଛି ।

Spread the love