କୋରାପୁଟ ପୋଲିସ ହାତରେ ଦୁଇ ଡିଜିଟାଲ ଠକ ◆ଅଭିନବ ଉପାୟରେ କରୁଥିଲେ ଠକେଇ◆

(ପ୍ରତିଫଳନ ମିଡ଼ିଆ)

ବୟସ୍କ ଦୋକାନୀମାନଙ୍କୁ ଠକୁଥିବା ଅଭିଯୋଗରେ ଦୁଇ ଜଣ ଠକକୁ କୋରାପୁଟ ଟାଉନ ଥାନା ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ଗୋଟାଏ ମୋଟର ସାଇକେଲ ସହ  3875 ଟଙ୍କା ଜବତ କରିଛି। ଗିରଫ 2 ଜଣ ଠକଙ୍କ ଘର କୋରାପୁଟ ଜିଲ୍ଲାରେ । ସେମାନେ ହେଲେ 20ବର୍ଷ ବୟସ୍କ  ଦେଓଘାଟିର ସାଇମନ୍ ସୁକ୍ରି  ଏବଂ 25 ବର୍ଷ ବୟସ୍କ  ଜାଲାପୁଟର ଡି ନାଗେନ୍ଦ୍ର ।ଉଭୟ ବେକାର  । ଦୁଇ ଠକ ଭଲ ବନ୍ଧୁ ।ଦୁଇ ଜଣଙ୍କର କାମ ହେଲା ଜିନିଷ କିଣି ଟଙ୍କା ନଦେଇ  ଠକେଇ କରିବା । ଗତ ଏକ ବର୍ଷରୁ ଉର୍ଦ୍ଧ୍ବ ହେଲା ଉଭୟେ ମିଶି ଠକେଇ କରୁଥିଲେ ।  ସେମାନେ କୋରାପୁଟ ଟାଉନରେ ଥିବା ବିଭିନ୍ନ ଲଜ୍ର ରହୁଥିଲେ |  ଗିରଫ  ଅଭିଯୁକ୍ତମାନେ ମୋବାଇଲ୍ ଫୋନରେ ଡିଜିଟାଲ ପେମଣ୍ଟ ମାଧ୍ୟମରେ ଠକେଇ କରିବାରେ ମାହିର ଥିଲେ । ଏମାନଙ୍କ ଟାର୍ଗେଟରେ ଥିଲେ ବୟସ୍କ ,ବୟସ୍କା ଡିଜିଟାଲ  କୌଶଳରେ  ଜ୍ଞାନ  ନଥିବା ଦୋକାନ ମାଲିକମାନେ ।

 ଦୋକାନରୁ ବ୍ୟବହୃତ  ସାମଗ୍ରୀ କିଣି ଇଣ୍ଟରନେଟ ସେବା  ବନ୍ଦ କରି ଟଙ୍କା ପେମେଣ୍ଟେ  କରୁଥୁଲେ । ଫଳରେ ଟ୍ରାଞ୍ଜେକ୍ସନ୍ ବିଫଳ ହେଉଥିଲା । ଟଙ୍କା ପେମେଣ୍ଟେ  ହୋଇପାରୁନଥିଲା।

ଟ୍ରାଞ୍ଜେକସନ୍ ବିଫଳ ବୋଲି ଆସୁଥିବା ମେସେଜକୁ ଏଡିଟିଙ୍ଗ କରି ପେମେଣ୍ଟ ହେବା ଭଳି କରି ତାର ସ୍କ୍ରିନ ସଟ ଦେଇ ସଫଳତାର ସହ  ଠକେଇ କରି ଆସୁଥିଲେ । ଠକଙ୍କଠାରୁ ଜବତ ହୋଇଥିବା ଟଙ୍କା ଓ ଗାଡି ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଦିଆଯାଇଛି ବୋଲି  କୋରାପୁଟ ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Spread the love