ପ୍ରତିଫଳନ ମିଡିଆ
ଗଂଜେଇ ପଦର ସମେତ କୋଟିଆର ବିବାଦୀୟ ଗାଁ ଲୋକଙ୍କୁ ଜଙ୍ଗଲ ଜମି ପଟା ବଣ୍ଟନ ଜରିବାକୁ ଲୋଭ ଦେଖାଉଛି ଆନ୍ଧ୍ରର ନାଇଡୁ ସରକାର । ଆନ୍ଧ୍ର ଆଦିବାସୀ ସଂଗଠନକୁ ମାଧ୍ୟମ କରି ଦାବି ଉଠାଉଛି । ଜଙ୍ଗଲ ଜମି ପଟା ବଣ୍ଟନ କରିବା ଦାବିରେ ସାଲୁର ତହସିଲ ଅଫିସ ଆଗରେ ଆନ୍ଧ୍ରର ଆଦିବାସୀ ସଂଘଠନ ବିକ୍ଷୋଭ ପ୍ରଦର୍ଶନ କରି ଦାବି ପତ୍ର ପ୍ରଦାନ କରିଛି। ଆନ୍ଧ୍ର କୋଟିଆ ଅଂଚଳକୁ ଅଧିକ ବିବଦୀୟ କରିବାକୁ ଚାହୁଁଛି । ଆଦିବାସୀ ସଂଗଠନର ଆନ୍ଦୋଳନ ପଛରେ ଆନ୍ଧ୍ର ସରକାରଙ୍କ ହାତ ଥିବା ଚର୍ଚା ହେଉଛି ।
କୋଟିଆ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ଦିନକୁ ଦିନ ବଢିବାରେ ଲାଗିଛି ।
ସୀମାନ୍ତରେ ଅବସ୍ଥିତ ବିବାଦୀୟ ଗ୍ରାମଗୁଡିକରେ ଆନ୍ଧ୍ରର ବିଭିନ୍ନ ସଂଗଠନ ନିଜର ଆଧିପତ୍ୟ ବଜାଇ ରଖିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଓଡିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗିରହିଥିବା କୋଟିଆ ଅଂଚଳର ଗାଁର ଲୋକଙ୍କୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଜଙ୍ଗଲ ଜମି ପଟା ଯୋଗାଇଦେବାକୁ ଆନ୍ଧ୍ରର ଆଦିବାସୀ ସଂଗଠନ ଦାବି କରିଛି ।
ଗତ ଜଗନ ରେଡି ସରକାର ସମୟରେ ଜଙ୍ଗଲ ଜମିପଟା ପାଇ ନଥିବା ଗଂଜେଇ ପଦର ସମେତ ବିବାଦୀୟ ଗାଁ ର ଆଦିବାସୀ ଲୋକଙ୍କୁ ତୁରନ୍ତ ପଟା ବଣ୍ଟନ କରିବାକୁ ଦାବି କରିଛି ।
ଆନ୍ଧ୍ର ପ୍ରଦେଶ ରାଜ୍ୟ ପାର୍ବତୀପୁରମ ମାନ୍ୟମ ଜିଲ୍ଲାର ,ସାଲୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ରାଜସ୍ବ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଛି । ଆନ୍ଧ୍ରରେ ଜଗନ ରେଡି ସରକାର ସର୍ଭେ କରି କିଛି ଆଦିବାସୀଙ୍କୁ ଜଙ୍ଗଲ ଜମି ପଟା ବଣ୍ଟନ କରି ଥିଲେ ।ଆଉ କିଛି ଲୋକ ପଟା ପାଇ ପାରି ନଥିଲେ । ବର୍ତମାନ ଆନ୍ଧ୍ର ରେ ସରକାର ପରିବର୍ତନ ହୋଇଛି । ଟିଡିପି ସରକାରକୁ ଆସିଛି ।ଚନ୍ଦ୍ର ବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।କୋଟିଆ ଗ୍ରାମ ପୁଂଜର ବିବାଦୀୟ ଗ୍ରାମ ଗୁଡିକର ବଂଚିତ ହୋଇଥିବା ଆଦିବାସୀଲୋକଙ୍କୁ ତୁରନ୍ତ ଜଙ୍ଗଲ ଜମି ପଟା ପ୍ରଦାନ କରିବାକୁ ଆନ୍ଧ୍ର ର ଆଦିବାସୀ ସଂଗଠନ ଦାବି କରିଛି ।ନଚେତ ଆନ୍ଦୋଳନ କରିବାକୁ ଚେତାବନି ଦେଇଛନ୍ତି ।