ବ୍ରହ୍ମପୁର (ପ୍ରତିଫଳନ ମିଡ଼ିଆ)
ପାରମ୍ପରିକ ଦ୍ବିବାର୍ଷିକ ବ୍ରହ୍ମପୁରର ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଦେଶିବେହେରାଙ୍କ ଘର ନିକଟରେ ସ୍ଥାପନ ହେଲା ଶୁଭଖୁଣ୍ଟି । ଅପ୍ରେଲ ୩ରେ ମାଆ ଆସିବେ ବାପା ଘରକୁ । ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ଯାତ୍ରା । ଅଞ୍ଚଳରେ ସୃଷ୍ଟି ହେଲା ଖୁସିର ମାହୋଲ ।
ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ବୁଧବାର ବିଳମ୍ବିତ ରାତିରେ ସ୍ଥାପନ ହେଲା ଶୁଭଖୁଣ୍ଟି। ଦେଶିବେହେରାଙ୍କ ଘର ନିକଟରେ ସ୍ଥାପନ ହେଲା ଶୁଭଖୁଣ୍ଟି। ଯାତ୍ରା ପାଇଁ ପାନ୍ତୁଲୁ ଶୁଭ ସମୟ ଧାର୍ଯ୍ୟ କରିଛନ୍ତି। ଏପ୍ରେଲ ମାସ ୩ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଯାତ୍ରା ଅନୁଷ୍ଠିତ ହେବ ।ବୁଧବାର ରାତିରେ ଦେଶିବେହେରାଙ୍କ ଘର ସମ୍ମୁଖରେ ସର୍ବସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାତ୍ରା ସମୟ ଧାର୍ଯ୍ୟ ହେବା ପରେ ଏକ ବିରାଟ ପଟୁଆରରେ ବାହାରି ମାଆ ବୁଢୀ ଠାକୁରାଣୀ ମନ୍ଦିରରେ ପହଂଚିଥିଲେ । ପୂଜାର୍ଚନା କରିବା ପରେ ଦେଶିବେହେରା ସାହି ଅଭିମୁଖେ ଆସି ବୁଧବାର ବିଳମ୍ବିତ ରାତିରେ ଦେଶିବେହେରାଙ୍କ ଘର ସମ୍ମୁଖରେ ଶୁଭଖୁଣ୍ଟି ସ୍ଥାପନ କରା ଯାଇଛି। ବାଜା ବାଜଣା, ପଟୁଆର, ଶଙ୍ଖ ମହୁରୀ ନାଦରେ ପୁରା ପରିବେଶ ପ୍ରକମ୍ପିତ ହୋଇ ପଡିଥିଲା । ଏଥିପାଇଁ ସିଲକ ସିଟି ବ୍ରହ୍ମପୁରରେ ଦେଖା ଦେଇଛି ଉତ୍ସହର ମାହୋଲ । ଆଗାମୀ ଏକ ମାସ ଧରି ବ୍ରହ୍ମପୁର ସହର ହେବ ଉତ୍ସବ ମୁଖର । ଘରକୁ ଫେରିବେ ଜ୍ଞାତି କୁଟୁମ୍ବ । ଏବେଠାରୁ ଆରମ୍ଭ ହେଲା ପ୍ରସ୍ତୁତି ।