(ପ୍ରତିଫଳନ ମିଡିଆ)

କୋରାପୁଟର ଇଷ୍ଟ ଦେବୀ ମା ମୁତ୍ୟାଲୁମ୍ମା । ଏହା ଦକ୍ଷିଣ ଓଡ଼ିଶାର ଅନ୍ୟତମ ଶକ୍ତି ପୀଠ । ମାଆଙ୍କ ନବ ଦିନ ଘଟଯାତ୍ରା ଓ ଦଶହରା ପୂଜା ପରଂପରାର ସ୍ଵତନ୍ତ୍ରତା ରହିଛି । ମାଆଙ୍କ ନବ ଦିନାଙ୍କ ଘଟ ଯାତ୍ରା ଓ ଦଶହରାର ନବ ରାତ୍ର ପୂଜାର ଅଲୌକିକତା ବି ରହିଛି ।ଦଶହରା ନବରାତ୍ର ପୂଜାର ବିଶେଷ ଆକର୍ଷଣରେ ଦର୍ଶକ ବନ୍ଧା । ମୂଳାଷ୍ଟମୀରୁ ସ୍ବତନ୍ତ୍ର ପୂଜାର୍ଚ୍ଚନା ଚାଲେ। ମୂତ୍ୟାଲୁମାଆଙ୍କ ପାର୍ଶ୍ଵରେ ଦୁର୍ଗାଙ୍କ ପଞ୍ଚମୁଖୀ ମୃଣ୍ମୟ ପ୍ରତିମୂର୍ତ୍ତିଙ୍କୁ ବି ପୂଜା କରାଯାଏ ।  ଦଶମୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ପୂଜା ଚାଲେ ଏଠାରେ। ପ୍ରତି ସନ୍ଧ୍ୟାରେ ପୀଠରେ ସ୍ବତନ୍ତ୍ର ବ୍ରହ୍ମ ଆଳତୀ କରଯାଏ ଏବଂ ଏଥିସହ ୧୧ ପ୍ରକାର ଭୋଗ ଲାଗି ହୁଏ । ମୃତ୍ୟାଲୁମାଙ୍କ ମହିମା ଅପାର। ତାଙ୍କ ଦର୍ଶନ କରି ମାନସିକ ରଖିଲେ ମନୋସ୍କାମନା ପୂରଣ ହୋଇଥାଏ । ସେ କାହାକୁ ନିରାଶ କରନ୍ତି ନାହିଁ ଏଇ ବିଶ୍ଵାସରେ ମାଆଙ୍କ ଦର୍ଶନ କରନ୍ତି ଶ୍ରଦ୍ଧାଳୁ । ୧୬୩ ବର୍ଷ ହେଲା ଉଈ ହୁଙ୍କା ଆକାରରେ ପୂଜିତା ହେଉଛନ୍ତି ମାଆ । ବିପଦଆପଦରେ ଘଣ୍ଟ ଘୋଡେଇ ରଖୁଛନ୍ତି ସମସ୍ତଙ୍କୁ। ମା’ଙ୍କ ଦର୍ଶନରେ ମନୋସ୍କାମନା ପୂରଣ ହୁଏ ବୋଲି ଶ୍ରଦ୍ଧାଳୁଙ୍କ ମନରେ ଆଶା ଏବଂ ବିଶ୍ବାସ ରହିଛି। ସହରର ଟିକିରାସାହିରେ ମାଆଙ୍କ ଆସ୍ଥାନ। ଏଥିସହ ଭାଣ୍ଡିସାହି ମୁଖ୍ୟ ପୂଜକଙ୍କ ଘରେ ବି ମା’ଙ୍କ ପୀଠ ରହିଛି । ଏଠାରେ ୧୮୬୧ ମସିହାରୁ ପୂଜା ପାଇ ଆସୁଛନ୍ତି ମାଆ  ମୁତ୍ୟାଲାମ୍ମା। ଟିକିରାସାହିର ଏକ ଆମ୍ବଗଛମୂଳେ ଉଈହୁଙ୍କା ଆକାରରେ ଉଭା ହୋଇଥିଲେ ମା’। ସେଠାରେ ହିଁ ପୂଜା ପାଇ ଆସୁ ଛନ୍ତି । ଉଇହୁଙ୍କାଟି ପ୍ରତିବର୍ଷ ୨ ଇଞ୍ଚ ଲେଖାଏଁ ବଢିଚାଲିଛି ବୋଲି ଶ୍ରଦ୍ଧାଳୁ କହନ୍ତି । ନିୟମିତ ଦର୍ଶନ କରୁଥିବା ଶ୍ରଦ୍ଧାଳୁ ଏହାକୁ ମା’ଙ୍କ ଅଲୌକିକ ମହିମା ବୋଲି କହନ୍ତି। ମନ୍ଦିରରେ କ୍ଷୀରି, କାକରା, ମଣ୍ଡା, ପଞ୍ଚାମୃତ, ଗଜାମୁଆଁ ଭୋଗ ଲାଗିଥାଏ। ମୂଖ୍ୟ ପ୍ରସାଦ ହେଉଛି ଗୋଟା ହଳଦୀ। ଭକ୍ତମାନେ ଏହାକୁ ପ୍ରସାଦ ଭାବେ ପାଇଥାନ୍ତି। 

ମାଙ୍କ ନବଦିନାଙ୍କ ଯାତ୍ରାର ବି ସ୍ଵତନ୍ତ୍ରତା ରହିଛି । ଦଶହରା ଓ ବାର୍ଷିକ ଘଟ ଯାତ୍ରା ବେଶ ପ୍ରସିଦ୍ଧ । ଘଟ ଯାତ୍ରାରେ ବାଜା ବାଜେଣା ବିଭିନ୍ନ ନାଚ ଗୀତରେ ୩ ଟି ବଡ ବଡ ଗଜା ମୁଆଁ କୁ ରଥରେ ବସାଇ ସହର ପରିକ୍ରମା କରି ମାଙ୍ଗ ପୀଠରେ ପୂଜା ଅର୍ଚନା କରିବା ପରେ ମାଙ୍କ ପୀଠରୁ ପ୍ରତୀକକୁ ଅଣା ଯାଇ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରି  ପୂଜା କରାଯାଏ। ମାନସିକଧାରୀମାନେ ସହରପରିକ୍ରମା ସମୟରେ କଳସ  ଧରି ମାଙ୍କ ପ୍ରତୀକ ସହ ସହ ବୁଲିଥାନ୍ତି । ଏଭଳି କରିବା ଦ୍ଵାରା ସହରରେ ଶାନ୍ତି ସମୃଦ୍ଧି ବଜାଇ ରହୁଛି ବୋଲି ଭକ୍ତଙ୍କ ବିଶ୍ବାସ ରହିଛି। ବିଭିନ୍ନ ଭାଷାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ବିଳମ୍ବିତ ରାତି ପର୍ଯ୍ୟନ୍ତ ବେଶ ଉପଭୋଗ କରନ୍ତି ।

ପ୍ରତ୍ୟେକ ବର୍ଷ ବୈଶାଖ ମାସ ଶୁକ୍ଳ ପକ୍ଷ ତିଥିରେ ଘଟ ପରବ ପାଳନ କରାଯାଏ ।ମାଁ ସ୍ଥାୟୀ ମନ୍ଦିର ଶାଶୁ ଘରୁ, ଅସ୍ଥାୟୀ ମାଁ ଘଟ ବାହାରି ସାହି ପରିକ୍ରମା ପରେ  ମାଁ ଘରକୁ ଆସନ୍ତି ।  ନବ ଦିନବ୍ୟାପି ବାଟ ବନ୍ଧନ, ଗ୍‌ଜା ମୁଆଁ, ବେତ ପୁଜା, ବେଲ ଦୋଳି, ନିଶାଣ୍ଠି ବନ୍ଧନ, ବାଟ ଫିଟାଣ ଓ ଗଣେଶ ଭଟା ପୁଜା କରାଯାଇଥାଏ । ମାନସିକଧାରୀମାନେ ନୂଆଁ ଲୁଗା ପରିଧାନ କରି ଉପବାସ ରହି ଘଟ ଧରି ସାହି ସାହି ରୂପେ ପୁଜା ବୁଲନ୍ତି ।ମାଁ ଙ୍କୁ ପୁଜାର୍ଚନା କରି ମାନସିକ ରଖିଥାନ୍ତି ଭକ୍ତ । ମାଁ ଙ୍କ ନିକଟରେ ମାନସିକ ରଖିଲେ ତାହା ଅଚିରେ ପୁରଣ ହୋଇଥାଏ ବୋଲି ଭକ୍ତଙ୍କ ବିଶ୍ଵାସ ରହିଛି । ଯିଏ ଯେଉଁଠି ଥାଆନ୍ତୁ ପଛେ । ମାଁ ଙ୍କ ଯାତ୍ରାରେ ସାମିଲ ହେବାପାଇଁ କୋରାପୁଟ ଆସିଥାନ୍ତି । ମାଁ ଙ୍କ ମହିମା ଅପାର, ନିଷ୍ଠାର ସହ ମାଁ ଙ୍କୁ ସ୍ମରଣା କଲେ ଲୋକଙ୍କ ସକଳ ଶଙ୍କଟ ମିଳିଥାଏ । ଏଣୁ ମାଁ ଙ୍କୁ ସନ୍ତୁଷ୍ଟ କରିବା ସହ ନବ ଦିନ ପରବ ପାଳନ କଲେ ସହର  ମଙ୍ଗଳ ହୋଇଥାଏ ବୋଲି ସାର୍ବଜନୀନ ବିଶ୍ବାସ ରହିଛି । ଚୈତ୍ର ମାସର ମୁଣ୍ଡ ଫଟା ଖରାରେ ମଧ୍ୟ ବର୍ଷା ହୋଇଥାଏ। I ମୋତି ଭଳି ଟୋପା ବର୍ଷା ହେଉଥିବାରୁ ମୁତ୍ୟାଲୁମାଙ୍କୁ ମାଁ ଭାବେ ପୁଜା ପାଆନ୍ତି । ମାଁ ଙ୍କ ପରବ ପାଇଁ ପ୍ରତ୍ୟେକ ଘର ଠାରୁ ସହର ଚଳ ଚଞ୍ଚଳ ହୋଇପଡିଥାଏ । ମୁଣ୍ଡ ଫଟା ପ୍ରଚଣ୍ଡ ଖରାକୁ ଖାତିର ନକରି ଲୋକେ ବାଜା ବାଜେଣା ସହ ଏହ ଭକ୍ତି ଓ ଇଲ୍ଲାସଭରେ ମାଙ୍କ ପୂଜାରେ ସାମିଲ ହୋଇଥାନ୍ତି ।  ତା ସହ ଘରେ ଘରେ ସୁ ସ୍ବାଦୁ ପିଠା ପଣାର ବ୍ୟବସ୍ଥା । ବିଭିନ୍ନ ପ୍ରକାର ଢଙ୍ଗଲ ଜାତ ପାଚିଲା ଫଳ କୋଳି,କ୍ଷୀରି କାକରା,ଆରିଶା ପିଠା,ମଣ୍ଡା ପିଠା .ମୁଆଁ, ପଣା ମାଁ ଙ୍କୁ ଅର୍ପଣ କରି ପ୍ରସାଦ ଭାବେ ଗ୍ରହଣ କରିଥାନ୍ତି । ମାଙ୍କ ମହିମା ବାସ୍ତବରେ ଅପାର ।

Spread the love