କଥା କହୁଥିବା ଦେବୀ : ଉମରକୋଟର ମାଆ ପେଣ୍ଡ୍ର।ଣୀ

(ପ୍ରତିଫଳନ ମିଡିଆ)

ଗଣ୍ଡ ସଂପ୍ରଦାୟର ପରମ ଆରାଧ୍ୟା ଦେବୀ ମା ପେଣ୍ଡୁଣୀ । ଜଂଗଲରେ ଥିବା ପେଣ୍ଡା ଗଛ ମୂଳେ ପୂଜା ପାଇ ଆସିଥିବାରୁ ତାଙ୍କୁ ପେଣ୍ଡାଣୀ ନାମରେ ନାମିତ କରାଗଲା । ଉମରକୋଟର ବେଳା ପେଣ୍ଡ୍ର।ଣୀଙ୍କୁ ନେଇ ରହିଛି ଏକ ଜନଶ୍ରୁତି । ଏକଦା ପ୍ରବଳ ବର୍ଷା ଯୋଗୁଁ ଗଣ ସଂପ୍ରଦାୟ ବହୁଳ ପେଣ୍ଡାନାଶୀ ଗ୍ରାମର ଘରଦ୍ଵାର, ଫସଲ ସବୁ ଧୋଇ ହୋଇଗଲା I କ୍ରମାଗତ ଭାବେ ବର୍ଷାଜଳ ସ୍ତର ବୃଦ୍ଧି ପାଇବାକୁ ଲାଗିଲା । ଟିନ୍ତାରେ ପଡିଗଲେ ଗଣ୍ଡ ସମାଜ I ଗଣ୍ଡ ସମାଜର ମୁଖିଆ ବୁରୁଷୁ ଏବଂ ତାର ସାତ ପୁଅ ମିଶି ଜଳଦେବତାଙ୍କ ସ୍ୱପ୍ନବାଣୀ ଅନୁଯାୟୀ ଘରଜ୍ବାଇଁ ଥିବା ମଙ୍ଗତୁକୁ ବଳି ଦେଇ ଜମିରେ ପୋତିଦେଲେ । ଏକଥା ଜାଣି ପରି ଏକମାତ୍ର ଝିଅ ଗୁରେଇ ନିକଟକୁ ପଳାଇ ଗଣ୍ଡକୁ ଲଂଫ ଦେଇ ପ୍ରାଣ ହାଲିଲା I ସେଇଦିନ ରାତିରେ ବୁରୁରୁକୁ ସ୍ୱପ୍ନରେ ଦେଖାଦେଲା ଗୁରେଇ । ନିଜକୁ ଦେବୀ ଭାବେ ପ୍ରକଟ ହୋଇ ବଳି ପ୍ରଥା ବିରୋଧରେ ବହୁ କଥା କହିଲା । ବଳିପ୍ରଥାକୁ ବନ୍ଦ କରିବାକୁ ନିର୍ଦେଶ ଦେଲା । ଏଥିସହ ମାତୃଶକ୍ତି ଭାବେ ତୁରନ୍ତ ଠାକୁର ପୂଜା କରିବାକୁ ସ୍ବପ୍ନରେ ଆଦେଶ ଦେଲା । ସ୍ୱପ୍ନବାଣୀ ଅନୁସାରେ ତା ପରଦିନ  ବୁରୁଷୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପେଣ୍ଡା ଗଛ ମୂଳେ ଏକ ପଥରକୁ ସ୍ଥାପନ କରି ମାଆଙ୍କ ପୂଜା ଆରାଧନା କଲା । ସେଦିନଠାରୁ ମା ପେଣ୍ଡାଣୀ ନାମରେ ଖ୍ୟାତ ହେଲେ । ଗଣ୍ଡ ଜାତିର ପୂଜକ ପୂଜା କରିବା ଆରମ୍ଭ କଲା । ପ୍ରତି ରବିବାର ଦିନ ମାଆଙ୍କ ମନ୍ଦିର ସର୍ବସାଧାରଣଙ୍କ ଲାଗି ଖୋଲା ରହେ । ସନ୍ଧ୍ୟା ଯାଏ ମାଆଙ୍କ ପୀଠରେ ଭିଡ ଲାଗେ । ଏଠାକାର ବିଶେଷତ୍ବ ହେଲା ମାଆ କାଳସୀ ଦେହରେ ପ୍ରବେଶ ହୋଇ ଭକ୍ତର ମନୋବାଞ୍ଛା ପୂରଣ କରନ୍ତି । ବିଭିନ୍ନ ସମସ୍ୟାର ସରଳ ସୂତ୍ର ଭକ୍ତଙ୍କ ଉଦ୍ଦେଶ୍ୟରେ ବୁଝାଇଥାନ୍ତି । ଦଶହରା ସମୟରେ ମାଆଙ୍କ ରୂପାର ଲାଠି ଜୟପୁର ଦଶହରା ଉଦ୍ଦେଶ୍ୟରେ ଯାଇଥାଏ । ଏଠାରୁ ଲାଠି ପହଂଚିଲେ ସେଠାରେ ମାଆ ଭଗବତୀଙ୍କ ପୀଠରେ ପୂଜା ଆରମ୍ଭ ହୁଏ ।

ଏଠାରେ ଦଶହରା ଦିନ ବିଶେଷ ପୂଜା କରାଯାଏ I ତେବେ ମାଆଙ୍କ ପ୍ରଧାନପର୍ବ ହେଲା ପ୍ରସିଦ୍ଧ ପେଣ୍ଡାଣୀ ଯାତ୍ରା । ପ୍ରତି ବର୍ଷ ଶାରଦୀୟ ପୂଜାର ବହୁ ପୂର୍ବରୁ ଏଇ ପୂଜା ଅନୁଷ୍ଠିତ ହୁଏ । ବାହୁଡା ଯାତ୍ରାର ଠିକ୍ ପରଦିନ ଏଇ ଯାତ୍ରା ଆରମ୍ଭ ହୋଇ ୩ ଦିନ ବ୍ୟାପୀ ଚାଲେ I ପ୍ରଥମେ ପୀଠ ଠାରୁ ଦେଢ଼  କିଲୋମିଟର ଦୂରରେ ଥିବା ସର୍ବମଂଗଳାଙ୍କୁ ପୂଜା କରାଯାଇ ଆଜ୍ଞା ଗ୍ରହଣ କରାଯାଏ । ସର୍ବମଂଗଳାଙ୍କୁ ପୂଜା କରିବା ପରେ ମାଆ କାଳିସୀ ଦେହରେ ପ୍ରକଟ ହୁଅନ୍ତି । ପରେ ଏକ ବିରାଟ ପଟୁଆରରେ କାଳି ବା ଶୀରାଙ୍କୁ ମାଆଙ୍କ ପୀଠ ଯାଏଁ ଅଣାଯାଏ । ସେଠାରେ ଶୀରାଙ୍କୁ ମାଆଙ୍କ ଗହଣା ଓ ଶାଢୀ ପିନ୍ଧାଯାଇ ଏକ ସୁସଜ୍ଜିତ ଆସନରେ ବସାଯାଏ । ଭକ୍ତମାନେ ନିଜ ନିଜର ସମସ୍ୟା କହନ୍ତି । ଶାରା ମୁହଁରୁ ଯାହା ବାହାରେ ତାହା କାଳେ ସତ ହୁଏ ବୋଲି ଭକ୍ତଙ୍କ ଦୃଢ ବିଶ୍ଵାସ ରହିଛି । ତାପର ଦୁଇଦିନ ମଧ୍ୟ ମାଆ ଶୀରାଙ୍କ ଦେଶରେ ପ୍ରବନ୍ଧ ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଅନ୍ତିମ ଦିନ ଶାରା ମାଆଙ୍କ ମୁନିଆଁ କଣ୍ଟାର କଠଉ ପିନ୍ଧି ଚାଲନ୍ତି । ପୂଜାର୍ଜନା ପରେ ଶୀରା ଦେହରୁ ମାଆ ବାହାରିଯାନ୍ତି । ଯାତ୍ରା ସମାପନ ହୁଏ । ମାଆଙ୍କର ଆଉ ଏକ ପର୍ବ ହେଲା ଘଟଯାତ୍ରା । ମୁଖ୍ୟତଃ ପେଣ୍ଡାଣୀ, ଗଡ଼ଦେବୀ, ବିଡ଼ରିଆଣୀ, କାଳିସୁନ୍ଦରୀ, ଭଣ୍ଡାରୁଣୀ, ପରଦେଶୀଆଣୀ, ଗ୍ରାମଦେବୀ, ଫୁଲଣୀ ପ୍ରମୁଖ ଭଉଣୀଙ୍କ ପୀଠରୁ କାଳସୀ ଆଣି ଯାତ୍ରା ପାଳିତ ହୁଏ । ଏହା ଏକ ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ ଭାବେ ପ୍ରସିଦ୍ଧି ଲାଭ କରିଛି । ଗଣ୍ଡ ଆଦିବାସୀ ସମାଜର ପ୍ରତ୍ୟକ୍ଷ ଦେବୀ ମାଆ ପେଣ୍ଡ୍ର।ଣୀ କ୍ରମେ ସର୍ବଜନଙ୍କ ପରମ୍ ଆରାଧ୍ୟା ଦେବୀ ରୂପେ ପୂଜିତା ହେଉଛନ୍ତି ।

Spread the love