(ପ୍ରତିଫଳନ ମିଡ଼ିଆ)
କଳିଙ୍ଗ ବୈଶ୍ୟ ସଂଘ୍ର ମକର ସଂକ୍ରାନ୍ତି ରେ (ଉଗାଧି ) ସାତଦିନ ଧରି ପାଳିତ ହୋଇ ଯାଇଛି। ସ୍ଥାନୀୟ କାନ୍ୟକା ପରମେଶ୍ୱରୀ ମନ୍ଦିରରେ ଅନୁଷ୍ଟିତ ଏହି ଉତ୍ସବରେ ସହରର ତେଲୁଗୁ ସମ୍ପ୍ରଦାୟର ହଜାର ହଜାର ଲୋକ ଅଂଶଗ୍ରହଣ କରିଥିଲେ । ସଂଘର ସଭାପତି ଏସ:ବାବା ପ୍ରସାଦଙ୍କ ନେତୃତ୍ୱ ରେ ଉପ ସଭାପତି ,ପି. ନାଗାରାଜୁ ସମ୍ପାଦକ ପି: ସାଇ କ୍ରିଷ୍ଣା ଏ :ଭେଙ୍କଟାରାଭାନା କୋଷାଧ୍ୟକ୍ଷ: ହରିନାଥ ରାଓ ଓ ସମସ୍ତ ସଦସ୍ୟଙ୍କ ସହଯୋଗ ରେ ଏହା ସାତଦିନ ଧରି ଅନୁଷ୍ଟିତ ହୋଇଥିଲା । ଏହି ଅବସରରେ ମହିଳାମାନଙ୍କ ପାଇଁ ଝୋଟି ଚିତ୍ର ,ରୋଷେଇ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା ଛୋଟ ପିଲାଙ୍କୁ ନେଇ କଉତୁକ ପୋଷାକ ପ୍ରତିଯୋଗିତା ଫନି କ୍ରୀଡା ପ୍ରତିଯୋଗିତା ଓ ପୁରୁଷ ମାନଙ୍କ ପାଇଁ ପାରମ୍ପାରିକ ପୋଷାକ ପ୍ରତିଯୋଗିତା ଅନୁଷ୍ଟିତ ହେବା ସହ ପ୍ରତି ଦିନ ସନ୍ଧ୍ୟା ରେ ସଂ।ସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଏହି ଅବସର ରେ ଉତ୍ସବର ଶେଷ ଦିନ ମଙ୍ଗଳ ବାର ସନ୍ଧ୍ୟାରେ ସଂଘର ସଭାପତି ଏସ ବାବା ପ୍ରସାଦଙ୍କ ଅଧ୍ୟକ୍ଷତା ରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ମଞ୍ଚ ଉପରେ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ସଂଘର ସଭ୍ୟ ଅବସର ପ୍ରାପ୍ତ ଇଞ୍ଜିନିୟର ଇଁ ବି :କଣ୍ଡାଲ ରାଓ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସହରର ବହୁ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ ।ଏହା ଦ୍ବାରା ସଂଘ ରେ ଭାଇଚାରା ଭାବ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ।