ପ୍ରତିଫଳନ ମିଡ଼ିଆ
ଓଡ଼ିଶାର କଳା, ସସ୍କୃତି, ସ୍ଥାପତ୍ୟ ,ବିଶ୍ବ ବିଦିତ । ଏହାର ବ୍ୟାପକ ପ୍ରଚାର ପ୍ରସାର ସହ କଳା କାର ମାନଙ୍କୁ ପ୍ରୋତ୍ସାହିତ କରାଯିବ ।ଏଥିପାଇଁ ଓଡ଼ିଶାର ନିର୍ମାଣ କରାଯିବ ମର୍ଡନ ଆର୍ଟ ଗ୍ୟାଲେରୀ | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିଛନ୍ତି ଘୋଷଣା । ଆଧୁନିକ ଆର୍ଟ ଏକ୍ଜିବିସନ୍ ଉତ୍କଳିକାର ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଏହା ଘୋଷଣା କରିଛନ୍ତି । ରାଜଧାନୀ ଭୁବନେଶ୍ବରରେ ହେବ ମର୍ଡନ ଆର୍ଟ ଗ୍ୟାଲେରୀ | ଦେଶର ଏହା ଚତୁର୍ଥ ନମ୍ବର ମର୍ଡନ ଆର୍ଟ ଗ୍ୟାଲେରୀ ହେବ ବୋଲି ସେ ସୂଚନା ଦେଇଛନ୍ତି ।
ଗ୍ୟାଲେରୀ ପାଇଁ ରାଜ୍ୟ ସରକାର ଜାଗା ଯୋଗାଇଦେବ ଏବଂ କେନ୍ଦ୍ରସରକାର ଏହି ଗ୍ୟାଲେରୀ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଫଳରେ ଓଡ଼ିଶାର କଳା, ସଂସ୍କୃତିର ବିକାଶ ଦିଗରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି ।