(ପ୍ରତିଫଳନ ମିଡିଆ)
ମାଙ୍କଡ଼ ମଣିଷର ବଂଶଧର । ମାଙ୍କଡ଼ ହେଉଛି ଭଗବାନ ହନୁମାନଙ୍କ ଵଂଶଜ । ସେଥିପାଇଁ ମଣିଷ ଭିତରେ ମାଙ୍କଡ଼ ପ୍ରତି ଶ୍ରଦ୍ଧା ଯେତିକି ସେତିକି ପରିମାଣରେ ଭକ୍ତି ବି ରହିଛି । ସ୍ବୟଂ ହନୁମାନଙ୍କ ସ୍ବରୂପ ବୋଲି ସାଧାରଣରେ ମାଙ୍କଡ଼ମାନଙ୍କୁ ପୂଜା କରାଯାଏ । ସେଭଳି ସ୍ଥଳେ ମାଂସ ପାଇଁ ମାଙ୍କଡ଼କୁ ମାରିଲେ ଦୁଇ ଯୁବକ । ଶେଷରେ ଜେଲ ଗଲେ ।
ମଣିଷ ଏତେ ତଳକୁ ଖସିଯାଇପାରେ ଏକଥା ବିଶ୍ଵାସ ନ ହେଲେ ବି ସତ୍ୟ । ମାଂସ ଖାଇବାର ଅଭିପ୍ସାକୁ ଚରିତାର୍ଥ କରିବା ପାଇଁ ମଣିଷ ନିଜ ଵଂଶଧରକୁ ମରିପାରୁଛି । ଏମିତି ଏକ କୁତ୍ସିତ ଘଟଣା ଘଟିଛି ଲକ୍ଷ୍ମୀପୁରରେ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ବନ ଦୁର୍ଗା ମନ୍ଦିର ପାଖେ ଏକ ମାଙ୍କଡ଼ କୁ ହତ୍ୟା କରିଥିବା ଅଭିଯୋଗରେ ଆଜି ବନ ବିଭାଗ ଦ୍ୱାରା ନାରାୟଣପାଟଣା ଖଣ୍ଡିଆ ସାହିର ରଞ୍ଜିତ ହୁଇକା ଓ ସଞ୍ଜୟ ହୁଇକାଙ୍କୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି। ମାଙ୍କଡ଼ ମାଂସ ଖାଇବା ଆଶାରେ ସେମାନେ ହତ୍ୟା କରିଥିବା ବନ ବିଭାଗ ଆଗରେ ମାନିଥିବା ଜଣା ପଡିଛି।ଦୁହେଁ ଏକ ମଟର ସାଇକଲ ଧରି ଆଜି ସକାଳେ ବନ ଦୁର୍ଗା ମନ୍ଦିର ପାଖେ ପହଞ୍ଚିଥିଲେ। ସେଠାରେ ଭୋଗ ଖାଇବାକୁ ଆସିଥିବା ଏକ ମାଙ୍କଡ଼ କୁ ପଥର ମାରି ହତ୍ୟା କରି ଏକ ବ୍ୟାଗରେ ଭରି ନେଉଥିବା ବେଳେ ସେହି ପାଖେ ଥିବା କିଛି ଯୁବକ ସନ୍ଦେହ କରି ସେମାନଙ୍କୁ କାବୁ କରି ବନ ବିଭାଗକୁ ଖବର ଦେଇଥିଲେ।ପରେ ବନ କର୍ମଚାରୀ ପହଞ୍ଚି ଦୁହିଁଙ୍କୁ ମୃତ ମାଙ୍କଡ଼ ସହ ମଟର ସାଇକଲ କୁ ଜବତ କରିଥିଲେ । ଲକ୍ଷ୍ମୀପୁର ବନବିଭାଗ କାର୍ଯ୍ୟାଳୟକୁ ଆଣି ଏକ ମାମଲା ରୁଜୁ କରି ଥିଲେ। ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ମାଙ୍କଡ଼ର ମୃତ ଦେହ ବ୍ୟବଛେଦ କରାଇ ଦୁହିଁଙ୍କୁ କୋର୍ଟ ଚାଲାଣ କରିଥିବା ରେଞ୍ଜର କୁମର ଖରା ପ୍ରକାଶ କରିଥିଲେ। ଏହି ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି ।