ପ୍ରତିଫଳନ ମିଡ଼ିଆ
ସ୍କୁଲ ପିଲାଙ୍କ ପାଇଁ ରାଜ୍ୟ ସରକାରଙ୍କ ଭଲ ନିଷ୍ପତି । ଅପ୍ରିଲ ୨ରୁ ହେବ ସକାଳୁଆ ସ୍କୁଲ । ଖରାର ପ୍ରକୋପ ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ନିକଟରେ ଏସଓପି ଜାରି କରିବାକୁ ସମୀକ୍ଷା ବୈଠକରେ କହିଥିଲେ । ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସକାଳୁଆ ସ୍କୁଲ ହେବା କଥାକୁ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି । ଫଳରେ ଶିକ୍ଷକ ମାନଙ୍କ ମଧ୍ୟରେ ଥିବା ଦ୍ବନ୍ଦ୍ଵ ଦୂର ହୋଇଛି । ଅଙ୍ଗନବାଡ଼ି ଗୁଡିକ ସକାଳ 9 ଯାଏଁ ଖୋଲିବାକୁ ସୂଚନା ରହିଛି । ଖରାରେ ଶ୍ରମିକଙ୍କୁ କାମ କରାଇବାକୁ ମନା କରିଛନ୍ତି ସରକାର । ଅଘୋଷିତ ବିଦ୍ୟୁତ କାଟ ହେବନି ବୋଲି କହିଛନ୍ତି ମନ୍ତ୍ରୀ ପୂଜାରୀ । ଖରା ଦୃଷ୍ଟିରୁ ଜଳଛତ୍ର ଖୋଲାଯିବାକୁ ଓ ରାସ୍ତା କଡରେ ଛାମୁଣ୍ଡିଆ ହେବ ବୋଲି ସେ କହିଛନ୍ତି । ଦିନ ୧୧ ରୁ ଅପରାହ୍ନ ୩ ଯାଏଁ ଓ ରାତି ସମୟରେ ବିଦ୍ୟୁତ କାଟ ହେବନି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ । ବେଶୀ ଖରା ହେଲେ ଅଙ୍ଗନବାଡି ବନ୍ଦ ହେବ ଏବଂ ଖାଦ୍ୟ ଘରେ ଘରେ ପହଁଚିବ ବୋଲି ସେ କହିଛନ୍ତି । ସରକାରଙ୍କ ଏଭଳି ନିଷ୍ପତିକୁ ଅଭିଭାବକ ମାନେ ସ୍ଵାଗତ କରିଛନ୍ତି ।