(ପ୍ରତିଫଳନ ମିଡିଆ)
ଜାତୀୟ ଲୋକ ମହୋତ୍ସବ କୋରାପୁଟର ପରବ ପାଇଁ ଅପେକ୍ଷାର ଅନ୍ତ ଘଟିବ । ଆସନ୍ତା୧୪ ତାରିଖରୁ ଆରମ୍ଭ ହେବ ପରବ। ପାଞ୍ଚ ଦିନ ବ୍ୟାପୀ ନୃତ୍ୟ ସଙ୍ଗୀତରେ ଦୁଲିକିବ ପରବ ମଞ୍ଚ। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଚଳିତ ବର୍ଷ କୋରାପୁଟ କଫି କୁ ଗୁରୁତ୍ୱ ଦିଆଯାଇ ମଣ୍ଡପର ମୁଖ୍ୟ ପ୍ରବେଶ ପଥ ଗେଟ୍ ତିଆରି କରାଯାଇଛି। କଫି ସହ ପରିବେଶର ସୁରକ୍ଷା,ଜନଜାତିଙ୍କ ଜୀବନ ଜୀବିକା କୁ ଗୁରୁତ୍ୱ ଦିଆଯାଇ ପରବ ପଡିଆ ର ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଆକର୍ଷଣୀୟ ମଣ୍ଡପ ଗୁଡ଼ିକ କରାଯାଇଛି ଯାହାକି ଦର୍ଶକଙ୍କୁ ବେଶ ଆକୃଷ୍ଟ କରିବ। ଚଳିତ ବର୍ଷ କୋରାପୁଟ ଜିଲ୍ଲାର ପ୍ରତିଭା ଙ୍କୁ ଗୁରୁତ୍ୱ ଦିଆଯାଇଛି। ତା ସହ ରାଜ୍ୟ ଓ ରାଜ୍ୟ ବାହାର କଣ୍ଠ ଶିଳ୍ପୀ ଙ୍କୁ ସଙ୍ଗୀତ ପରିବେଷଣ କରିବାର ସୁଯୋଗ ଦିଆଯାଇଛି ।ଭାରତ ଓ ଭାରତ ବାହାରେ ସୁନାମ ଅର୍ଜନ କରିଥିବା କୋରାପୁଟ ମାଟିର ପ୍ରତିଭା ସୁନିଲ ପରିଡା ଭଳି ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ସମେତ ବହୁ ବିଶିଷ୍ଟ ଗାୟକ ସଂଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି।
ପରବ ଉଦଘାଟନ କରିବେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି,ଉପସ୍ଥିତ ରହିବେ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ, ପ୍ରଭାତୀ ପରିଡା,ମନ୍ତ୍ରୀ,ନିତ୍ୟାନନ୍ଦ ଗଣ୍ଡଙ୍କ ସମେତ ବହୁ ମନ୍ତ୍ରୀ, ସାସଂଦ,ବିଧାୟକ ଯୋଗଦେବେ ବୋଲି ଜିଲ୍ଲାପାଳ ଭି କୀର୍ତ୍ତିୱ୍ବାସନ ସୂଚନା ଦେଇଛନ୍ତି । ପରବକୁ ଅତି ମନଭରି ଉପଭୋଗ କରିବା ସକାଶେ ୱାନ ୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଗାଡ଼ି ଗୁଡ଼ିକୁ ଦୂର ରେ ରଖିବା ବ୍ୟବସ୍ଥା କରାଯାଇଛି। କିଛି ଦୂର ଚାଲିବାକୁ ପଡୁଛି ।ଏଣୁ ପରବ ପଡ଼ିଆ ମଧ୍ୟକୁ ଯିବା ସକାଶେ ମହିଳା ଓ ବରିଷ୍ଠ ନାଗରିକଙ୍କ ଯିବା ପାଇଁ ବସର୍ ବ୍ୟବସ୍ଥା ମଧ୍ୟ କରାଯାଇଛି।ପ୍ରତି ୧୫ ମିନିଟରେ ବସ ସେବା ଲୋକଙ୍କୁ ମିଳିବ। ପ୍ରବଳ ଶୀତ ସହ ପରବ ଚଳିତ ବର୍ଷ ଲୋକଙ୍କ ମନ ମୋହିବ ଆଶା କରାଯାଉଛି।