ପ୍ରତିଫଳନ ମିଡ଼ିଆ
କୋରାପୁଟରୁ ଫେରିଯାଇଛନ୍ତି ଏସଏସଏମବି:୨୯ ଟିମ । କୋରାପୁଟ ତଳମାଳିରେ ୧୫ ଦିନ ଯାଏଁ ଚାଲିଥିଲା ବିଗ ବଜେଟର ଫିଲ୍ମ । କ୍ୟାମେରା ରେ ଦୃଶ୍ୟ ସବୁକୁ ରେକଡ଼ିଂ କରିବା ମଧ୍ୟରେ କୋରାପୁଟର ମନୋଲୋଭା ପ୍ରକୃତି ଓ ପରିବେଶ ଏସଏସଏମବି:୨୯ ଟିମର କଳାକାର ଓ ସଦସ୍ୟ ମାନଙ୍କ ମନ ହୃଦୟକୁ ବାନ୍ଧି ରଖିଛି । ସେଥିପାଇଁ ତ କୋରାପୁଟର ପ୍ରକୃତି ଓ ଏହାର ମଣିଷମାନଙ୍କ ଭଲ ପାଇବାକୁ ଭୁଲି ପାରୁ ନାହାଁନ୍ତି ଟିମ। ଚିଠି ଲେଖି କୃତଜ୍ଞତା ଜ୍ଞାପନ କରିଛନ୍ତି ନିର୍ଦ୍ଦେଶକ ଓ ଅଭିନେତ୍ରୀ ।

ସେହିପରି ଏସଏସଏମବି:୨୯ ଫିଲ୍ମ ୟୁନିଟ ପକ୍ଷରୁ ଵ୍ୟଵସ୍ଥାପକ ତଥା ଅଭିନେତା ପ୍ରଣୀତ ରେଡି ବ୍ୟକ୍ତିଗତ ଭାବେ ସାକ୍ଷତ କରି ନିରନ୍ତର ସହଯୋଗ ପାଇଁ କୋରାପୁଟ ପ୍ରଶାସନ , ପୋଲିସ ପ୍ରଶାସନ , ଜଙ୍ଗଲ ବିଭାଗ ଓ କୋରାପୁଟ ମିଡ଼ିଆକୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ରେଡି କୋରାପୁଟ ଏସପି ରୋହିତ ବର୍ମା, ଜୟପୁର ଉପଜିଲ୍ଲାପାଳ ଏସ ଶାୟା ରେଡି , ଡିଏଫଓ କେ ଭି ଭାସ୍କର ରାଓ , ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ତଥା ପ୍ରତିଫଳନର ସମ୍ପାଦକ କୀର୍ତ୍ତିଚନ୍ଦ୍ର ସାହୁଙ୍କ ସହ ସାକ୍ଷାତଙ୍କ ସହ ସାକ୍ଷାତ ବେଳେ ଅପୂର୍ବ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି । ଏଠାକାର ପରିବେଶ , ଲୋକଙ୍କ ଶ୍ରଦ୍ଧା ଓ ଶୃଙ୍ଖଳା, ସହଯୋଗୀ ପୋଲିସ ପ୍ରଶାସନ, ସମ୍ମାନନୀୟ ମିଡ଼ିଆ ବନ୍ଧୁଙ୍କ ସହୃଦୟତା ସଦା ସ୍ମରଣୀୟ ରହିବ ଏବଂ ଆଗାମୀ ଦିନରେ ଆହୁରି ବଡ଼ ବ୍ୟାନେରର ଫିଲ୍ମ ଏଠାରେ ସୁଟିଂ ପାଇଁ ଆସିବାକୁ ଦୁର୍ଗା ପ୍ରଡ଼କ୍ସନ ପକ୍ଷରୁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି ।

ସୂଚନା ଯୋଗ୍ୟ ଯେ ସଫଳ ନିର୍ଦ୍ଦେଶକ ରାଜମୌଲିଙ୍କ ନିର୍ଦ୍ଦେଶନାରେ ଅନ ଟାଇଟଲଡ଼ ଫିଲ୍ମର ସୁଟିଂ ପାଇଁ କୋରାପୁଟ ଆସିଥିଲେ ସୁପରଷ୍ଟାର ମହେଶବାବୁ ଓ ହଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଫିଲ୍ମ ସୁଟିଂ ପରେ ୟୁନିଟର କଳାକାର ଓ ନିର୍ଦ୍ଦେଶକ ନିକଟବର୍ତ୍ତୀ ଗ୍ରାମକୁ ଯାଇ ଜନଜାତି ସଂସ୍କୃତିକୁ ଅନୁଧ୍ୟାନ କରିବା ସହ ଲୋକଙ୍କୁ ଅବାଧରେ ମିଶୁଥିଲେ ।

କୋରାପୁଟ ପରିବେଶ ମନକୁ ମୋହିଛି ବୋଲି ପ୍ରଣୀତ କହିଛନ୍ତି । ପ୍ରକୃତି ଅପୂର୍ବ । ଏଠାକାର ଲୋକ ଖୁବ ଭଲ । ଆମକୁ ଖୁବ ଆଦର ଓ ସମ୍ମାନ ଦେଇଛନ୍ତି ବୋଲି ସେ କହିଛନ୍ତି । ଆମ ମନ ଓ ହୃଦୟ ରେ ସଦା ଅଭୁଲା ରହିବ କୋରାପୁଟ ବୋଲି କହିଛନ୍ତି ।
