ନାରାୟଣପାଟଣା- (ପ୍ରତିଫଳନ ମିଡିଆ)
ଶୁଣିଲା ନାହିଁ ସରକାର କି ପ୍ରଶାସନ ।
ଗାଁ ଲୋକେ ଏକାଠି ହୋଇ କଲେ ରାସ୍ତା ନିର୍ମାଣ । ବୋରିଗି ଗାଁ ଠାରୁ ଜାମଡାୱ୍ବାଲସା ଗାଁ କୁ ଯାଉଥିବା ମାଟି ରାସ୍ତାରେ ପାଣି ଜମି କାଦୁଅ ପଚ ପଚ ହୋଇ ପଡିଛି । ଲୋକେ ଯାତାୟତରେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏଣୁ ଗାଁ ବାସୀ ଏକାଠି ହୋଇ ନିଜେ ରାସ୍ତା ନିର୍ମାଣ କରିଛନ୍ତି ।
ମୌଳିକ ସମସ୍ୟାର ସମାଧାନ ହେଉନଥୁବା ଯୋଗୁଁ ଏହାର ଫାଇଦା ନେଇ ଉଗ୍ରବାଦୀ ସଂଗଠନ ନିଜର ଦୁର୍ଗରେ ପରିଣିତ ଜରିଥିଲେ ।
ସରକାର ଲୋକଙ୍କ ସବୁ ମୌଳିକ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।ଜାମଡାବାଲସା ଗାଁ ଲୋକଙ୍କ ପ୍ରତିଶୃତି ପାଣିର ଗାର ପାଲଟିଛି । ଗାଁ ରେ ରହୁଛନ୍ତି ପ୍ରାୟ ୮୫ ଘର । ରାସ୍ତା ନିର୍ମାଣ ପାଇଁ ପ୍ରତି ଘର ରୁ ୨୦୦ ଟଙ୍କା ଲେଖାଏଁ ସଂଗ୍ରହ କରିବା ସହ ଜଣେ ସଦସ୍ୟ ରାସ୍ତା ନିର୍ମାଣ କାମରେ ସାମିଲ ହୋଇଛନ୍ତି ।
ଏକଦା ଅତି ଚର୍ଚ୍ଚିତ ଥିଲା କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ବୋରିଗି ପଂଚାୟତ । ଏହି ପଂଚାୟତର ଜାମଡାବାଲସା ଗାଁ ଲୋକ ସଚେତନ ହୋଇଛନ୍ତି । ନିଜେ ଟଙ୍କା ଖର୍ଛ କରିବା ସହ ଶ୍ରମଦାନ କରି ରାସ୍ତା ନିର୍ମାଣ କରିଛନ୍ତି ।
ଜିଲ୍ଲାପାଳ ଓ ବ୍ଲକ ପ୍ରଶାସନ ଜାମଡାୱ୍ବାଲସା ଗାଁ ଲୋକଙ୍କ ସମସ୍ୟା ତୁରନ୍ତ ସମାଧାନ କରିବେ ବୋଲି ଆଶା କରାଯାଉଛି ।