କୋରାପୁଟ -ପ୍ରତିଫଳନ ମିଡ଼ିଆ
ବାଲାଦା ବକ୍ସାଇଟ୍ ଖଣିରୁ ଖଣି ଖନନ ପାଇଁ ହୋଇଥିବା ଜଣ ଶୁଣାଣିକୁ ନେଇ ପ୍ରତିବାଦର ସ୍ବର ତୀବ୍ର ହେବାରେ ଲାଗିଛି । ଗତ ୬ ମାର୍ଚ୍ଚ ୨୦୨୫ ରେ ଭେଜା ଠାରେ ଅନୁଷ୍ଠିତ ହୋଇଥିବା ଜନଶୁଣାଣୀ କୁ ତୁରନ୍ତ ବାତିଲ କରିବାକୁ ଦାବି କରିଛି ଏକାଧିକ ଆଦିବାସୀ ସଂଘ । ଆଦିବସୀଙ୍କ ଅଧିକାର ଓ ସ୍ବାର୍ଥ ରକ୍ଷାପାଇଁ ତୁରନ୍ତ ହସ୍ତ୍ କ୍ଷେପ କରିବାକୁ ରାଷ୍ଟ୍ରପତିଙ୍କୁ ଓ ରାଜ୍ୟପାଳ ଙ୍କୁ ନିବେଦନ କରିଛନ୍ତି । ବାତିଲ କରିବା ନେଇ ଚିଠି ମାଧ୍ୟମରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କୁ ଅବଗତ କରାଯିବାକୁ ଦାବୀ ପତ୍ର ଜରୀଆରେ ଅନୁରୋଧ କରିଛନ୍ତି। ନନ୍ଦପୁର ତହସିଲଦାର ଙ୍କ ଜରିଆରେ ରାଷ୍ଟ୍ରପତି ଓ ରାଜ୍ୟପାଳ ଙ୍କ ଉଦ୍ଧେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି କୋରାପୁଟିଆ ଜନସୁରକ୍ଷା ସଂଘ, ମା ନାଗେଶ୍ୱରି ଜଙ୍ଗଲ ସୁରକ୍ଷା ସମିତି ଓ କେ ଜେ ଏସ ଏସ୍ ର ଅନ୍ୟ ସହକାରୀ ସଦସ୍ୟ ତଥା ପ୍ରଭାବିତ ହେବାକୁ ଥିବା ୫ ଟି ପଞ୍ଚାୟତବାସୀ। ବିରାଟ ପଟୁଆରରେ ବାହାରି ଖଣି ଖନନ କୁ ବିରୋଧ କରିବା ସହ ପ୍ରତିବାଦ ଜଣାଇଛନ୍ତି ।
ଅନୁଷ୍ଠିତ ଜନ ଶୁଣାଣି ରେ ଉପସ୍ଥିତ ସମସ୍ତ ବିକ୍ଷୋଭକାରୀ ଅସନ୍ତୋଷ ପ୍ରକାଶ କରି ସେହିଦିନ ଜନଶୁଣାଣୀ କୁ ବର୍ଜନ କରି ଅଧାରୁ ଚାଲିଆସିଥିଲେ । କିନ୍ତୁ ପ୍ରଶାସନ ଏହାକୁ ସୁରୁଖୁରୁରେ ସମାପ୍ତ ହୋଇଥିବା ଦର୍ଷାଇବା ପାଇଁ ମିଛ ଗୁଜବ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଆଦିବାସୀ ସଂଘ ଅଭିଯୋଗ କରିଛି । ଏବଂ ତାକୁ ତୀବ୍ର ବିରୋଧ କରିବା ସହ ଓ ନିନ୍ଦା କରିଛନ୍ତି । ରାଜ୍ୟ ପ୍ରଦ୍ୟୁଷଣ ବୋର୍ଡ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଳିଙ୍ଗ ଆଲୁମିନା କମ୍ପାନୀ କୁ ବକ୍ସାଇଟ ଖନନ ପାଇଁ ଭେଜା ଠାରେ ଗତ ୬ ମାର୍ଚ୍ଚ ୨୦୨୫ ରେ ଆୟୋଜିତ ହୋଇଥିଲ ପରିବେଶ ମଞ୍ଜୁରୀ ସଂକ୍ରାନ୍ତ ମିଳିତ ଜନଶୁଣାଣୀ । ସେ ଦିନର ଜଣ ଶୁଣାଣିକୁ ବିରୋଧ କରି ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି । କୋରାପୁଟିଆ ଜନସୁରକ୍ଷା ସଂଘ, ମା ନାଗେଶ୍ୱରି ଜଙ୍ଗଲ ସୁରକ୍ଷା ସମିତି ଓ କେ ଜେ ଏସ ଏସ୍ ର ଅନ୍ୟ ସହକାରୀ ସଦସ୍ୟ ତଥା ପ୍ରଭାବିତ ହେବାକୁ ଥିବା ୫ ଟି ପଞ୍ଚାୟତବାସୀ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ନନ୍ଦପୁର ସ୍ଥିତ ସର୍ବେଶ୍ଵର ଶିବ ମନ୍ଦିର ଠାରୁ ଏକ ଶୋଭା ଯାତ୍ରାରେ ବାହାରି ନନ୍ଦପୁର ତହସିଲଦାର ଜରିଆରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।

ଏହି ପ୍ରତିବାଦ ସମାବେଶରେ କଂଗ୍ରେସ ନେତା ତଥା ପଟଙ୍ଗି ବିଧାୟକ ରାମ ଚନ୍ଦ୍ର କାଡ଼ାମ୍ ସାମିଲ ହୋଇଥିଲେ । ଲୋକଙ୍କ ସ୍ୱର ସାଜି ଲୋକସଭା ଓ ରାଜ୍ୟସଭାରେ ଏହାକୁ ଉପସ୍ଥାପନ କରାଇ ଏହାର ତୀବ୍ର ବିରୋଧ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ସେ ବିଧାୟକ ଥିବା ପର୍ଯ୍ୟନ୍ତ ଓ ତା ପରେ ବି ଜଙ୍ଗଲ ଓ ମାଟି ର ସୁରକ୍ଷା ପାଇଁ ଲଢେଇ କରିବେ ବୋଲି ଉଦବୋଧନ ଦେଇଛନ୍ତି । ଏଥିରେ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା, ବରିଷ୍ଠ ଆଇନଜୀବୀ ଗୁପ୍ତ ପ୍ରସାଦ ପାଣିଗ୍ରାହୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ।
