ପୋଲିସ ପକ୍ଷରୁ ରାମନାଗୁଡା ଆୟୁଷ ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ

ପ୍ରତିଫଳନ ମିଡ଼ିଆ

ରାୟଗଡା ଜିଲ୍ଲା ରାମନଗୁଡ଼ା ବ୍ଲକ୍ ଆୟୁଷ ଯୁକ୍ତ ତିନି ମହାବିଦ୍ୟାଳୟ ରେ ବହୁ ଆଡମ୍ବର ସହକାରେ ରାମନାଗୁଡା ପୋଲିସ ଅଧିକାରୀ ପକ୍ଷରୁ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ପାଳନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମ ଟି ମହାବିଦ୍ୟାଳୟ ସମ୍ପାଦକ ଶ୍ରୀ ଉଦୟ ଚନ୍ଦ୍ର ଚୌଧୁରୀ ଙ୍କ ସହୋଯାଗ କ୍ରମେ ଆୟାଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ରାମନାଗୁଡା ପୋଲିସ ଥାନା ର ଆଇ.ଆଇ.ସି ମାଡାମ୍ ଏବଂ ଥାନା ରେ କାର୍ଯ୍ୟରତ କର୍ମଚାରୀ ମାନେ ଆୟୁଷ ଯୁକ୍ତ ତିନି ମହାବିଦ୍ୟାଳୟ ରେ ଉପସ୍ଥିତ ରହି ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରକି ଭୂୟାଁ, ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ସଂଗୀତା ପାଢି, ଓଡ଼ିଆ ବିଭାଗର ଅଧ୍ୟାପିକା ପିଙ୍କି ଗୌଡ, ଶିକ୍ଷା ବିଭାଗର ଅଧ୍ୟାପିକା ଜ୍ୟୋତିର୍ମୟୀ ରାଉତ, ଇତିହାସ ବିଭାଗର ଅଧ୍ୟାପିକା ସସ୍ମିତା ଚମ୍ପାଫୁଲ, ଶିଳ୍ପ ବିଭାଗର ଅଧ୍ୟାପିକା ଦୀକ୍ଷିତା ଲିମା ଙ୍କ ସହ ସତାଧିକା ଛାତ୍ରଛାତ୍ରୀ ମାନଙ୍କୁ ନିଶା ନିବାରଣ ନିମନ୍ତେ ସଚେତନ କରାଇଥିଲେ। ଏବଂ ଆଇ.ଆଇ.ସି ମାଡାମ୍ ନିଶା ଜାତୀୟ ଦ୍ରବ୍ଯ ଦ୍ଵାରା ନିଜର ଏବଂ ସମାଜର କଣ ସବୁ କ୍ଷତି ହୁଏ ବହୁତ ସୁନ୍ଦର ଓ ସରଳ ଭାବରେ ସମସ୍ତଙ୍କୁ ଅବଗତ କରାଇଥିଲେ ଏବଂ ରାମନାଗୁଡା ଥାନା ର ଅନ୍ୟାନ୍ୟ କର୍ମଚାରୀ ମାନେ କେବଳ ଯେ ନିଶା ଜାତୀୟ ଦ୍ରବ୍ଯ ଗ୍ରହଣ କରିବା ଦ୍ଵାରା ନିଜର ଏବଂ ସମାଜର କ୍ଷତି ହୁଏ ତାହା ନୁହଁ ଏଥି ସହିତ ଅପରାଧ ମୂଳକ କାର୍ଯ୍ୟ କରିବା ମଧ୍ୟ ଗୋଟିଏ ନିଶା ଯାହାଦ୍ୱାରା ସମାଜ ର ଲୋକ ମାନେ ବିଶେଷ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛି । ଏସବୁ ନେଇ ବହୁତ ସୁନ୍ଦର ମନ୍ତବ୍ୟ ପ୍ରଦାନ କରିଥିଲେ।

ଏଥିରେ ଉପସ୍ଥିତ ମହାବିଦ୍ୟାଳୟର ର ସମସ୍ତ କର୍ମ କର୍ତ୍ତା ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ମାନେ ବିଶେଷ ମାତ୍ରାରେ ପ୍ରଭାବିତ ହୋଇଥିଲେ। ଏବଂ ଛାତ୍ରଛାତ୍ରୀ ମାନେ ପୋଲିସ ଅଧିକାରୀ ଙ୍କ ଉପଦେଶ କୁ ଗ୍ରହଣ କରି ନିଶା ନିବାରଣ ନିମନ୍ତେ ନିଜେ ସଚେତନ ହେବେ ସହ ନିଜ ଅଞ୍ଚଳ ଓ ସମାଜ କୁ ନିଶା ନିବାରଣ ମୂଳକ ଅପରାଧ ରୁ ବଞ୍ଚିତ କରାଇବା ନିମନ୍ତେ ଶପଥ ପାଠ କରିଥିଲେ । ପରିଶେଷରେ କାର୍ଯ୍ୟକ୍ରମ ଟି ସଫଳତା ର ସହ କାର୍ଯ୍ୟକାରୀ ହୋଇଥିବା ଯୋଗୁଁ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଗଣ ରାମନାଗୁଡା ଥାନା ର ଆଇ. ଆଇ.ସି ମାଡାମ୍ ଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ଧନ୍ଯବାଦ୍ ଅର୍ପଣ କରି କାର୍ଯ୍ୟକ୍ରମ ର ପରିସମାପ୍ତି କରିଥିଲେ।

        

Spread the love