ପ୍ରତିଫଳନ ମିଡ଼ିଆ
ରାୟଗଡରେ ପାଳନ ହେବ ଶ୍ରୀ ରାମ ନବମୀ । ଶାନ୍ତି ଶୃଙ୍ଖଳାର ସହ ଆୟୋଜନ ସକାଶେ ପ୍ରସ୍ତୁତି ସରିଛି । ଶୋଭାଯାତ୍ରାରେ ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ରହିବ ଆନ୍ଧ୍ର ପ୍ରଦେଶ ବବିଲି ର ପ୍ରଭୁ ଶ୍ରୀରାମ ଙ୍କ ଦରବାର ଏବଂ ଛତିଶଗଡ ଚିତ୍ରକୂଟର ପ୍ରଭୁ ଶ୍ରୀରାମଙ୍କ ପାଦୁକା । ଲୋକଙ୍କ ଦର୍ଶନ ପାଇଁ ସୁ ସଜ୍ଜିତ ରଥରେ ସହର ପରିକ୍ରମା କରାଯିବ । ଏହି ରଥକୁ ଟାଣିବେ ମହିଳା ମାନେ । ରଥ ଟାଣିବା ନେଇ ମାତୃଶକ୍ତି ମାନଙ୍କୁ ଦାୟିତ୍ଵ ଦିଆଯାଇଛି ବୋଲି ଶ୍ରୀରାମ ନବମୀ ପାଳନ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀରାମ ନବମୀ ଶୋଭାଯାତ୍ରାରେ ୩୫ ଗୋଟି ସଙ୍କୀର୍ତ୍ତନ ମଣ୍ଡଳୀ, ସାଧୁ ସନ୍ଥ , ରାମ ସେନା , ଶ୍ରୀ ରାମ ଝାଙ୍କି, ବିଭିନ୍ନ ହିନ୍ଦୁ ସଂଘଠନ, ବିଭିନ୍ନ ଜାତି ସମାଜ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ବିଭିନ୍ନ ନୃତ୍ୟ ମଣ୍ଡଳୀ ମଧ୍ୟ ସାମିଲ ହେବେ । ଏହା ସହ ସହର ଏବଂ ଆଖ ପାଖ ଅଞ୍ଚଳର ହଜାର ହଜାର ଭକ୍ତ ଶୋଭାଯାତ୍ରାରେ ସାମିଲ ହେବେ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।ଚଳିତ ବର୍ଷ ଏପ୍ରିଲ ୬ ତାରିଖ ଦିନ ଏହି ପବିତ୍ର ଉତ୍ସବ ପାଳନ କରାଯିବ । ୬ ତାରିଖରେ ସକାଳ ଠିକ ୯.୩0 ରେ ରାମ ଜନ୍ମଉତ୍ସବ ଶୋଭାଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟ ଶ୍ରୀରାମ ମନ୍ଦିର ଠାରୁ ବାହାରି ମୁଖ୍ୟ ବଜାର ଦେଇ କପିଳାସ ହୋଟେଲ ଛକ ଦେଇ ଜ୍ୟୋତି ମହଲ ଛକ ରେ ଥିବା ଶ୍ରୀ ଭେଙ୍କଟସ୍ୱର ସ୍ୱାମୀ ମନ୍ଦିର ଠାରେ ସମାପ୍ତ ହେବ। ଉକ୍ତ ସ୍ଥାନରେ ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ପାଇଁ ବ୍ୟବସ୍ଥା ହୋଇଛି। ରାମ ନବମୀ ଉତ୍ସବ ପାଇଁ ସମ୍ପୂର୍ଣ ସହର କୁ ଭଗବା ରଙ୍ଗ ରେ ସଜା ଯାଉଛି। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କମିଟି ତରଫରୁ ସ୍ବେଛାସେବୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି ଏବଂ ଏହି କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ପ୍ରଶାସନକୁ ଅବଗତ କରାଯାଇଛି ବୋଲି କମିଟି ପକ୍ଷରୁ କୁହାଯାଇଛି ।
ସାମ୍ବାଦିକ ସମ୍ମିଳନୀରେ ରାମ ନବମୀ ଉତ୍ସବ କମିଟି ତରଫରୁ ଶ୍ୟାମ କୁମାର ଦାଶ, ବିଦ୍ୟା ଭୂଷଣ ପଣ୍ଡା, ଅଜୟ କୁମାର ଚୂଲେଟ, ରାଜେଶ ନାଇଡ଼ୁ ଏବଂ ରାମ କୃଷ୍ଣ ପାଣିଗ୍ରାହୀ ଉପସ୍ଥିତ ରହିଥିଲେ।