ବାଲଦାସ୍ଥିତ ନାଗେଶ୍ଵରୀ ପାହାଡରୁ ବକ୍ସାଇଟ ଖଣି ଖନନ ପ୍ରସଙ୍ଗ
ପ୍ରତିଫଳନ ମିଡ଼ିଆ
କଳିଙ୍ଗ ଆଲୁମିନା ଲିମିଟେଡ଼ କୁ ବାଳଦା ଗ୍ରାମର 144.945ହେକ୍ଟର ପରିମିତ ଜମିରୁ ମାତ୍ର 4.0 MTPA ବକସାଇଟ ଖନନ ପାଇଁ
ଓଡ଼ିଶା ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ୬ ମାର୍ଚ୍ଚ ୨୦୨୫ ତାରିଖ ଦିନ ବାଳଦା ବକ୍ସାଇଟ ଖଣି ଖନନ ପ୍ରକଳ୍ପ ପାଇଁ ଜନ ଶୁଣାଣୀ ହୋଇଥିଲା । ଜଣ ଶୁଣାଣିକୁ ହଜାର ହଜାର ଆଦିବାସୀ ବିରୋଧ କରିଥିଲୁ । ଶାନ୍ତି ପୂର୍ଣ୍ଣ ଭାବେ ପ୍ରତିବାଦ ପଟୁଆର ରେ ବାହାରି ଜନ ଶୁଣାଣି ସ୍ଥଳ କୁ ଆସି ବିରୋଧ ପ୍ରଦର୍ଶନ କରିଥିଲୁ। ଜମି, ଜଳ, ଜଙ୍ଗଲ,ଜୀବିକା ଓ ପରିବେଶର ସୁରକ୍ଷା ପାଇଁ ସଂଗ୍ରାମ କରି ଆସିଛୁ । ବଳଦା ନାଗେଶ୍ବରୀ ପାହାଡରୁ କାହାରିକୁ ଖଣି ଖନନ ପାଇଁ ସୁଯୋଗ ଦିଆଯିବ ନାହିଁ। ଦୃଢ଼ ବିରୋଧ କରିଆସିଛୁ ,କରୁଛୁ ଓ ଆଗକୁ ମଧ୍ୟ ବିରୋଧ ଜାରି ରହିବ। ଜନ ଶୁଣାଣିରେ ବିରୋଧ କରିବା ସତ୍ବେ
ଆଦାନୀ ଏଣ୍ଟର ପ୍ରାଇଜେସ ପ୍ରାଇଭେଟ୍ ଲିମିଟେଡ଼ର ସହାୟକ କମ୍ପାନୀ କଳିଙ୍ଗ ଆଲୁମିନା ଲିମିଟେଡ଼ ସପକ୍ଷରେ ମିଥ୍ୟା ଟାରେ ପରିବେଶ ଜନ ଶୁଣାଣିକୁ ସମ୍ମତି ମିଳିଥିବା ଦର୍ଶାଇ ରିପୋର୍ଟ ଦେବାକୁ ପ୍ରଶାସନ କରୁଥିବା ଉଦ୍ୟମକୁ ବିରୋଧ କରିଛନ୍ତି ଆଦିବାସୀ ସଂଘ । ଜଣ ଶୁଣାଣିକୁ ବାତିଲ କରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ପତ୍ର ପ୍ରଦାନ କରିଛୁ ବୋଲି କୋରାପୁଟିଆ ଜନ ସୁରକ୍ଷା ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ନିୟମ ମୁତାବକ ହୋଇଛି ଜନ ଶୁଣାଣୀ : ପ୍ରଶାସନ
କୋରାପୁଟ ଜିଲ୍ଲା ପ୍ରଶାସନ ଓ କଳିଙ୍ଗ ଆଲୁମିନା କମ୍ପାନୀ ଦ୍ଵାରା ଉପସ୍ଥାପିତ ପରିବେଶ ପ୍ରଭାବ ଆକଳନ Environment Impact Assessment ( EIA) ରିପୋର୍ଟ କୁ ମିଥ୍ୟା ବୋଲି ଆଦିବାସୀ ସଂଘ ଅଭିଯୋଗ କରିଛି । ୨୦୦୬ର EIA ବିଜ୍ଞପ୍ତି ଅନୁସରଣ ପ୍ରକିୟା ର ବିରୋଧା7ଚରଣ କରୁଛି ବୋଲି କୋରାପୁଟ ନିଶାଣି ମୁଣ୍ଡା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସମସ୍ତ ନୀତି ନିୟମକୁ ଅନୁସରଣ କରି ଜଣ ଶୁଣାଣି କରାଯାଇଛି ବୋଲି ଜନଶୁଣାଣୀ
ରେ ଅଧ୍ୟକ୍ଷତା କରିଥିବା ଅତିରିକ୍ତ ଜିଲ୍ଲାପାଳ ଆଲୋମଣୀ ସେଠି ସୂଚନା ଦେଇଛନ୍ତି ।
ରାଜ୍ୟ ପ୍ରଦ୍ୟୁଷଣ ବୋର୍ଡ ପକ୍ଷରୁ ଖଣି ଖନନ ପାଇଁ ଆୟୋଜିତ ଜନ ଶୁଣାଣି କୁ ତୀବ୍ର ବିରୋଧ କରିଥିଲା ନାଗେଶ୍ୱରୀ ଜଙ୍ଗଲ ସୁରକ୍ଷା ସମିତି । ଏହି ସମିତିକୁ ସମର୍ଥନ କରିଥିଲା କୋରାପୁଟ ଜନ ସୁରକ୍ଷା ସଂଘ, ମାଳି ପର୍ବତ ସୁରକ୍ଷା ସମିତି, ହାଲ ବିସ୍ଥାପିତ ସଂଘ ସମେତ ଆଦିବାସୀଙ୍କ ଅଧିକାର ପାଇଁ ଜମି ଜଳ ଜଙ୍ଗଲର ସୁରକ୍ଷା ପାଇଁ ଲଢେଇ କରିଆସୁଥିବା ବହୁ ଆଦିବାସୀ ସଂଗଠନ।

ବାଲଦାସ୍ଥିତ ନାଗେଶ୍ଵରୀ ଗୁମ୍ପା ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ପାଇଛି । ଜୈବ ବିବିଧତା ରେ ଭରପୁର ପ୍ରାକୃତିକ ସୋନ୍ଦର୍ଯ୍ୟ ଭରା ପାହାଡ଼ରେ ଅନେକ ପ୍ରାକୃତିକ ଗୁମ୍ଫା ରହିଛି ।ଏହାକୁ ଦେଖିବା ପାଇଁ ପ୍ରତିଦିନ ପର୍ଯ୍ୟଟକଙ୍କ ସୁଅ ଛୁଟିଛି। ପରିବେଶ ସୁରକ୍ଷା ପାଇଁ ପାହାଡ଼ର ଚତୁ: ପାର୍ଶ୍ୱରେ ଘଂଚ ଜଙ୍ଗଲ ରହିଛି ।ଜଙ୍ଗଲର ସୁରକ୍ଷା ପରିଚାଳନା ଦାୟିତ୍ବ ବନ ସୁରକ୍ଷା ସମିତି ହାତରେ ରହିଛି ।

ପାହାଡ଼ ଚାରି ପାର୍ଶ୍ବରେ ଚାଷ ବେଉସା କରି ୫ଟି ପଞ୍ଚାୟତର ହଜାର ହଜାର ଲୋକ ଜୀବିକା ନିର୍ବାହ କରି ଆସୁଛନ୍ତି । ଆଦିବାସୀ ତଥା ଅଞ୍ଚଳର ବସବାସ କରୁଥିବା ଲୋକଙ୍କ ଜୀବନ ଜୀବିକା ନିର୍ଭରଶୀଳ। ଏହି ପାହାଡ କୁ ନେଇ ।ଏଣୁ ନାଗେଶ୍ଵରୀ ପାହାଡରୁ ବକ୍ସାଇଟ୍ ଖଣି ଖନନ କୁ ଲୋକେ ପ୍ରବଳ ବିରୋଧ କରି ଆସୁଛନ୍ତି । ଗତ ସରକାର ଓ ବର୍ତ୍ତମାନର ସରକାର ଏହି ପାହାଡରୁ ବକ୍ସାଇଟ୍ ଖନନ ପାଇଁ ଉଦ୍ୟମ କରୁଛନ୍ତି । ଏହାକୁ ତୀବ୍ର ବିରୋଧ କରିଛି ମା ନାଗେଶ୍ଵରୀ ଜଙ୍ଗଲ ସୁରକ୍ଷା ସମିତି ଓ କୋରାପୁଟିଆ ଜନ ସୁରକ୍ଷା ସଂଘ । ଆଦିବାସୀଙ୍କ ମତକୁ ବଦଳାଇ କମ୍ପାନୀ ସପକ୍ଷରେ ମିଥ୍ୟା ରିପୋର୍ଟ ଦିଆଗଲେ ନ୍ୟାୟ ପାଇ ଆଇନର ଆଶ୍ରୟ ନେବୁ ବୋଲି ଦାସୀ ନନ୍ଦୀବାଲି,ବିଜୟ କୁମାର, ବବିତା ଦୋରା, ଲକ୍ଷ୍ମୀ ଶିଶା ଅଜୟ ମଣ୍ଡାଙ୍ଗି ପ୍ରମୁଖ କହିଛନ୍ତି ।