ପ୍ରତିଫଳନ ମିଡ଼ିଆ

ନାଲକୋ କମ୍ପାନୀ ପରି ସରରେ ମାଲ ବୋଝେଇ ଟ୍ରେନ ଲାଇନ ଚ୍ୟୁତ୍ ହୋଇଛି । ମାଲ ବୋଝେଇ ଟ୍ରେନ ର ଇଞ୍ଜିନ ଲାଇନଚ୍ୟୁତ ହୋଇଛି ।ରେଳ ଧାରଣା ରୁ ଖସି ଯାଇଛି ଇଞ୍ଜିନ । ଏହି ଘଟଣାରେ କେହି ଆହତ ହୋଇନଥିବା ଜଣା ପଡ଼ିଛି । ରେଳ ଇଞ୍ଜିନ କୁ ଟ୍ରାକ କୁ ଉଠାଇବା ପାଇଁ ନାଲକୋ କର୍ତୃପକ୍ଷ ଉଦ୍ୟମ ଜାରି ରଖିଛନ୍ତି ।

ନାଲକୋ ଦାମନଯୋଡି କାରଖାନା ପରିସୀମା ମଧ୍ୟରେ ଘଟଣାଟି ଘଟି ଥିବାରୁ ରେଳ କୋରାପୁଟ ରୁ ରାୟଗଡ଼ା ରେଳ ପଥରେ ରେଳ ଚଳା ଚଳ ନେଇ କୌଣସି ଅସୁବିଧା ନାହିଁ । ରେଳ ବିଭାଗର କୌଣସି ଅସୁବିଧା ନାହିଁ ବୋଲି କୋରାପୁଟ ରେଳ କତୃପକ୍ଷ ସୂଚନା ଦେଇଛନ୍ତି ।