ପ୍ରତିଫଳନ ମିଡ଼ିଆ
ଜନଜାତି ସଂସ୍କୃତିକୁ ଅନୁଭବ କରୁଛନ୍ତି ଏସ ଏସ ଏମ ବି ୨୯ର ନିର୍ଦ୍ଦେଶକ ଓ କଳାକାରମାନେ । ଫିଲ୍ମର ସୁଟିଂ ପରେ ପାଖ ଗାଁକୁ ଯାଇ ସାମାଜିକ ଜୀବନ ଓ ସଂସ୍କୃତି ସହ ଅବଗତ ହେଉଛନ୍ତି । ବିଗ ବଜେଟର ଫିଲ୍ମ ସେମିଳିଗୁଡ଼ା ବ୍ଲକ୍ ଅନ୍ତର୍ଗତ ତଳମାଳି ପର୍ବତରେ ତେଲୁଗୁ ସୁପରଷ୍ଟାର୍ ମହେଶ ବାବୁଙ୍କ ଫିଲ୍ମ ସୁଟିଂ ଚାଲୁ ରହିଛି। ଶ୍ରୀ ରାଜାମୌଲିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ସୁଟିଂ ପାଇଁ ମହେଶଙ୍କ ସହ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ତାମିଲ ଅଭିନେତା ପୃଥ୍ବୀରାଜ ସୁଟିଂରେ ଯୋଗ ଦେଇଛନ୍ତି | ଦୁର୍ଗା ଆର୍ଟସ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ସୁଟିଂ ଚଳିତ ମାସ ୨୮ ତାରିଖ ପର୍ଯ୍ୟନ୍ତ କୋରାପୁଟରେ ଚାଲିବ । ଏହିକ୍ରମରେ ନିକଟରେ ସିନେମାର ଚର୍ଚ୍ଚିତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ଏକ ରାତିରେ କୋରାପୁଟ ଜିଲ୍ଲାର ଆଦିବାସୀ ଗାଁ ତାଙ୍କୁବେଡ଼ାରେ ଭଲିବଲ୍ ଖେଳିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ କିଛି ଯୁବକଙ୍କ ସହ ସେ ଭଲିବଲ୍ ଖେଳିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯୁବକମାନଙ୍କ ସହ ଭଲିବଲ ଖେଳି ବେଶ ଖିସି ହୋଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ସ୍ଥାନୀୟ ଲୋକମାନେ ବି ନିକଟରୁ ନିଜର ପସନ୍ଦର ଅଭିନେତା ଅଭିନେତ୍ରୀ ଓ ନିର୍ଦ୍ଦେଶକଙ୍କୁ ପାଇ ଉତ୍ସାହିତ ହୋଇପଡୁଛନ୍ତି । ଏଥିସହ ଅଭିନେତା-ଅଭିନେତ୍ରୀ, ନିର୍ଦ୍ଦେଶକ ନିକଟସ୍ଥ ଆଦିବାସୀ ଗ୍ରାମଗୁଡ଼ିକୁ ପରିଦର୍ଶନ କରୁଥିବା ଖବର ମିଳୁଛି । ଜନଜାତି ସଂସ୍କୃତି ଓ ପରିବେଶକୁ ଦେଖ୍ ଆନନ୍ଦ ଅନୁଭବ କରୁଛନ୍ତି କଳାକାର ।